ପାକିସ୍ତାନର ଲାହୋର ଜେଲରେ ୨୦ ବର୍ଷ ରହିବା ପରେ ଗାଁକୁ ଫେରୁଛନ୍ତି ଓଡିଆ ପୁଅ । ସୁନ୍ଦରଗଡ କୁତ୍ରାବ୍ଲକର କଟଙ୍ଗ ଜଙ୍ଗଲଟୋଲି ଗାଁରୁ ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି l ଖବର ଅନୁଯାୟୀ, ଜଙ୍ଗଲଟୋଲି ଗାଁର ବିରଜୁ ପିଲାଟି ଦିନରୁ ମାନସିକ ଅନଗ୍ରସର l ତାଙ୍କୁ ୨୪-୨୫ ବର୍ଷ ହୋଇଥିବାବେଳେ ସେ ଘର ଛାଡି କୁଆଡେ ଚାଲିଯାଇଥିଲେ l ଅନେକ ଖୋଜା ଖୋଜି ପରେ ଘର ଲୋକେ ପାଇଲେନି ତାଙ୍କର ପତ୍ତା l ଏହାକୁ ବିତି ଗଲା ୨୦ ବର୍ଷ ଏକମାତ୍ର ପୁଅର ଖୋଜଖବର ନ ପାଇ ପାଗଳପ୍ରାୟ ହୋଇପଡ଼ିଥିବା ବାପାମା’ ଇତି ମଧ୍ୟରେ ଆଉ ଏ ଦୁନିଆରେ ନାହାନ୍ତି l ନିଜର କହିବାକୁ ଗଲେ ଅଛନ୍ତି ଏକ ମାତ୍ର ଭଉଣୀ l ତେବେ ଗତବର୍ଷ ତାଙ୍କ ପରିଚୟ ଓ ଠିକଣା ଯାଞ୍ଚ ପାଇଁ କୁତ୍ରା ପୁଲିସ ବିରଜୁଙ୍କ ଘରେ ପହଞ୍ଚିଥିଲା l ଗତ ମାସ ୨୬ ତାରିଖରେ ପାକିସ୍ଥାନ ପକ୍ଷରୁ ତାଙ୍କୁ ଭାରତକୁ ହସ୍ତାନ୍ତର କରାଯାଇଥିଲା। ଅମୃତସରରେ ପହଞ୍ଚିବା ପରେ ସେଠାକାର ନାରାୟଣଗଂଜଗଡ଼ କୋଭିଡ ହସପିଟାଲରେ ଏବେ ସେ ଭର୍ତ୍ତି ହୋଇଛନ୍ତି।
ମାନସିକ ଅନଗ୍ରସର ଥିବାରୁ ଭୁଲବଶତଃ ବିରଜୁ ପାକିସ୍ତାନ ସୀମା ଭିତରକୁ ପଶିଯାଇଥିବା ଅନୁମାନ କରାଯାଉଛି। ତାଙ୍କୁ ଭାରତର ଗୁପ୍ତଚର ଭାବି ପାକିସ୍ତାନ ସୈନ୍ୟମାନେ ଧରି ନେଇ ଲାହୋର ଜେଲରେ ରଖିଥିବା ଜଣା ପଡ଼ିଛି l