ଗତକାଲି ଜାମ୍ମୁ କାଶ୍ମୀରରେ ହିଜବୁଲ ମୁଖ୍ୟକୁ ପୋଲିସ ଏବଂ CRPF ଓ ସେନ ର ମିଳିତ ଅପରେସନ୍ ରେ ହତ୍ୟା କରିଛି l ଏଠାରେ ସୁଚନା ଯୋଗ୍ୟ ଯେ କୁଲଗାମରେ ତିନିଜଣ ବିଜେପି ନେତାଙ୍କ ହତ୍ୟା ପଛର ମାଷ୍ଟରମାଇଣ୍ଡ ସାଇଫୁଲ୍ଲାଙ୍କୁ ମିଳିତ ଅପରେସନରେ ମରା ଯାଇଅଛି । ରିୟାଜ ନାଇକୁକୁ ହତ୍ୟା କରାଯିବା ପରେ ସାଇଫୁଲ୍ଲା ଚଳିତ ବର୍ଷ ମେ ମାସରେ ହିଜବୁଲ ମୁଖ୍ୟଙ୍କ ସ୍ଥାନ ନେଇଥିଲେ। ସୁରକ୍ଷା ବାହିନୀର ଏକ ଭେନ ଉପରେ ପ୍ରାୟ ଆକ୍ରମଣରେ ସାଇଫୁଲ୍ଲା ସମ୍ପୃକ୍ତ ଥିଲେ। ଦୀର୍ଘ ଦିନ ଧରି ସୁରକ୍ଷା ବାହିନୀ ତାଙ୍କୁ ଖୋଜୁଥିଲେ।ଶ୍ରୀନଗରରେ ଭାରତୀୟ ସେନା, ଜାମ୍ମୁ କାଶ୍ମୀର ପୋଲିସ ଏବଂ CRPF ର ମିଳିତ ଅପରେସନରେ ହିଜବୁଲ ମୁଜାହିଦ୍ଦିନର ବରିଷ୍ଠ କମାଣ୍ଡର ତଥା ଏ ++ ବର୍ଗର ଆତଙ୍କବାଦୀ ସାଇଫୁଲ୍ଲାଙ୍କୁ ହତ୍ୟା କରାଯାଇଛି। ସେନା ଏଠାରେ ବହୁ ପରିମାଣରେ ସୈନ୍ୟ ନିୟୋଜିତ କରିଥିଲା । ତେବେ ଜମ୍ମୁ-କଶ୍ମୀର ପୋଲିସ ଏବଂ ସେନା ଆନୁଷ୍ଠାନିକ ଭାବେ ସାଇଫୁଲ୍ଲାଙ୍କ ମୃତ୍ୟୁ ଏବଂ ପରିଚୟ ସମ୍ପର୍କରେ କୌଣସି ବିବୃତ୍ତି ପ୍ରକାଶ କରିନାହାଁନ୍ତି।
ହିଜବୁଲ ମୁଖ୍ୟ ସାଇଫୁଲ୍ଲା ନିହତ
Click for Any Complaint Regarding This News
AAA Online Services