ଶାନ୍ତିନଗର କିଛି ସମୟ ପାଇଁ ଅଶାନ୍ତ

Advertisement
Advertisement
Click for Any Complaint Regarding This News
AAA Online Services

ସୋନପୁର : ପଶ୍ଚିମ ଓଡ଼ିଶାର ମନ୍ଦିରମାଳିନୀ ସହର କହିଲେ ସୋନପୁର କୁ ବୁଝାଏ lସୋନପୁର ମ୍ୟୁନିସିପାଲିଟି ଅଂଚଳ ବ୍ଲକଛକ କୁ ଲାଗି ଶାନ୍ତି ନଗର ରେ ଆଜି ସକାଳେ ଏକ ବାଲି ବୋଝେଇ ଟ୍ରାକ୍ଟର ନୂତନ ଭାବେ ନିର୍ମିତ ଡ୍ରେନ୍ କୁ ପାର କରୁଥିବା ସମୟରେ ଟ୍ରଲି ର ଚକ ଡ୍ରେନ ରେ ପଡିଯିବା ଫଳରେ କିଛି ସମୟ ପାଇଁ ଅଶାନ୍ତ ବାତାବରଣ ସୃଷ୍ଟି ହୋଇ ଥିଲା lଡ୍ରେନ ନିର୍ମାଣ ରେ ନିୟୋଜିତ ଠିକାଦାର ଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଆଜି ଏ ଭଳି ସମସ୍ୟା ଦେଖାଦେଇଛି ବୋଲି ଲୋକେ ପ୍ରକାଶ କରିଛନ୍ତି lନିମ୍ନମାନର କାମ ସାଙ୍ଗକୁ ଲୋକେ ଚଳାଚଳ କରୁଥିବା ରାସ୍ତାର ଡ୍ରେନ ଉପରେ ମଜଭୁତ ଭାବେ ସ୍ଲାପ ପକାଇବାକଥା କିନ୍ତୁ ଏଠି ଏଭଳି ବ୍ୟତିକ୍ରମ ପାଇଁ ଆଜି ଏ ଅବସ୍ଥା ଦେଖିବାକୁ ମିଳିଛି lଯଦି ଅତିଶିଘ୍ର ପ୍ରତିକାର ଦିଗରେ ଦୃଷ୍ଟି ଦିଆନଯାଏ ତେବେ ଆଗକୁ ଅନେକ ଘଟଣା ଦୁର୍ଘଟଣା ଘଟିବାର ସମ୍ଭାବନା ଅଛି ସେଥିପାଇଁ ବିଭାଗୀୟ ପ୍ରଶାସନ ଦାୟୀ ହେବେ ବୋଲି ଶାନ୍ତିନଗରବାସୀ ଦାବୀ କରନ୍ତି lନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା

Please Share

Leave a Reply

Your email address will not be published. Required fields are marked *