ଦୁରାରୋଗ୍ୟ ବ୍ୟାଧିର ରେ ପୀଡ଼ିତ ମାନିନୀ: ସମୟ ଅନୁସାରେ କମିବାରେ ଲାଗିଛି ଉଚ୍ଚତା ; ସାହାୟ୍ଯର ହାତ ବଢାଇଲା ନ୍ୟୁ ଲାଇଫ୍ ସୋସିଆଲ ୱାର୍କ

Advertisement
Advertisement
Click for Any Complaint Regarding This News
AAA Online Services

ବିଧାତାର ଖେଳ ବଡ଼ ବିଚିତ୍ର ଆଜି ସେମିତି ଜଣେ ଦୁଖୀଙ୍କ କାହାଣୀ କହିବାକୁ ଯାଉଛୁ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ନଳୀପୁର ଗାଁ ପରିସର ଭିତରେ ମାନୀନି ଜେନାଙ୍କ ଘର । ତାଙ୍କ ପରିବାର ତାଙ୍କର ସକ୍ଷମ ଅନୁସାରେ ହାତକୁ ଦୁଇ ହାତ କରିଥିଲେ । ମାନିନୀ ତାଙ୍କ ଶାଶୁଘରେ ସପରିବାର ସହ ଖୁସିରେ ଜୀବନ ଜାପନ କରୁଥିଲେ।। ବୋଧହୁଏ ଦାଇବକୁ ଏହା ମଞ୍ଜୁର ନ ଥିଲା । ବିଧାତା ସହି ପାରିଲାନି ଅଜାଡ଼ି ଦେଲା ଅସରନ୍ତି ଦୁଃଖ ।ମାନିନୀଙ୍କ ଦୁଃଖ କାହାଣୀ:-
ଦୟିବ ଦାଉ ସାଜିଲା । ମାନିନୀ ଭାଙ୍ଗି ପଡି଼ଲେ ପଥହରା ମଣିଷ ଚଲାପଥେ ଏକା ଚାଲିବା କେତେ ଯେ କଷ୍ଟ ଯିଏ ଏକା ଥିବ ତାକୁ ହି ଜଣା। ଏ ଦୁଃଖର ଆରମ୍ଭ ହୋଇଥିଲା କିଛି ଏହିପରି ଥରେ ଶୌଚାଳୟ ଗଲା ବେଳେ ହଠାତ୍ ତାଙ୍କର ପାଦ ଖସି ଯିବାରୁ ସେ ତଳେ ପଡି଼ ତାଙ୍କର ଅଣ୍ଟା,ପିଠି,ଗୋଡ଼,ମୁଣ୍ଡ ସହିତ ହାତରେ ଭୀଷଣ ଆଘାତ ଲାଗିଥିଲା ଯାହାଫଳରେ ସେ ଭିନ୍ନକ୍ଷମର ପଥର ସଦୃଶ୍ୟ ଦୀର୍ଘ ୧୦ ବର୍ଷ ହେଲା ପଡି଼ ରହିଛନ୍ତି। କଟକ ବଡ଼ ମେଡ଼ିକାଲ ଠାରୁ ଆରମ୍ଭ କରି ମୁମ୍ବାଇ ବଡ଼ ମେଡ଼ିକାଲ ପର୍ଯ୍ୟନ୍ତ ତାଙ୍କର ଅନବରତ ଚିକିତ୍ସା ଚାଲି ରହିଲା ଏମିତି ଦିନ ପରେ ରାତି ରାତି ପରେ ଦିନ ଗଲା ଯେ ବିତି ଫଳାଫଳ ସବୁଆଡ଼ୁ ଫେଲ୍ ସେତେବେଳେ ମାନନୀଙ୍କ ଉଚ୍ଚତା 5’6″ଥିଲା କିନ୍ତୁ ଏବେ ତାହା ମାତ୍ର 2′ ରୁ କମ ହେବ ବୟସ ବଢ଼ିବା ତୁଳନାରେ ଉଚ୍ଚତା କମି ଯାଉଛି ଦୟିବର ଖେଳ ବଡ଼ ବିଚିତ୍ର ଆମେ ଚାହିଁଲେ ବି ପରିବର୍ତ୍ତନ କରି ପାରିବା ନାହିଁ । କିନ୍ତୁ ହଁ ନିୟତି ଲେଖନୀ ସହିତ ତାଳ ଦେଇ ନିଶ୍ଚୟ ଚାଲି ପାରିବା ମାନବ….ସେବା….ମାଧବ….ସେବାକୁ ମୂଳମନ୍ତ୍ର କରି ଓଡି଼ଶାର ଅର୍ଗଣୀ ସମାଜସେବା ସଂଗଠନ New Life Social Work ଦିତୀୟ ଥର ପାଇଁ ସାହାଯ୍ୟର ହାତ ବଢା଼ଇଛନ୍ତି। ତେଣୁ New Life Social Work ତରଫରୁ ଓଡି଼ଶାର ବିଭିନ୍ନ ସାମାଜିକ ଅନୁଷ୍ଠାନ ମାନଙ୍କୁ ଅନୁରୋଧ କରୁଅଛୁ ଆପଣମାନେ ନିଜ ଅନୁଷ୍ଠାନର ସକ୍ଷମ ଅନୁସାରେ କିଛି ଆର୍ଥିକ ସହାୟତା କଲେ ମାନନୀ ଜେନା ଚିର ଉପକୃତ ହେବେ ।।କଟକ ଜିଲ୍ଲା ମାହାଙ୍ଗା ବ୍ଲକରୁ ମନୋରଞ୍ଜନ ତରାଇଙ୍କ ରିପୋର୍ଟ l

Please Share

Leave a Reply

Your email address will not be published. Required fields are marked *