ଦୁର୍ନୀତି କୁ ମୋ ଅଞ୍ଚଳରେ କାଣିଚାଏ ପ୍ରଶ୍ରୟ ଦିଆଯିବ ନାହିଁ : ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦରୱlନ ; ତଦନ୍ତ ପାଇଁ ନିର୍ଦ୍ଦେଶ

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁର:-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଲକ ଅଧିନସ୍ଥ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ରେ ଯାଉଥିବା ପିପଲପାଲି ଗ୍ରାମ ରେ ଆଜି ଏକ ଅଭାବନୀୟ ପରିସ୍ଥିତି ଉପୁଜୁଥିଲାଏଠାରେ ନିୟୋଜିତ ଅଙ୍ଗନୱାଡ଼ି କେନ୍ଦ୍ର କୁ ଅପପୃଷ୍ଟି ପାଇଁ ଆସୁଥିବା ଛତୁଆଠୁ ଆରମ୍ଭ କରି ଛୁଆ ମାନଙ୍କ ପାଇଁ ଆସୁଥିବା ଅଣ୍ଡାତକ ନ ଦେଇ ଏଠାରେ ନିୟୋଜିତ ଅଙ୍ଗନୱାଡ଼ି ଦିଦି ଦମୟନ୍ତୀ ପଣ୍ଡା ହଡପ କରିଥିବା ର ଅଭିଯୋଗ କୁ ଗ୍ରାମ ର ମହିଳାମାନେ ତଥା ଗ୍ରାମବାସୀ ମାନେ ଲିଖିତ ଭାବେ ପଦ୍ମପୁର ଉପଜିଲ୍ଲାପାଳ ଓ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଛନ୍ତି lଏ ନେଇ ଅଙ୍ଗନୱାଡ଼ି ସେକ୍ଟର ସୁପରଭାଇଜର ଙ୍କୁ ଗ୍ରାମବାସୀ ମାନେ ଆଗରୁ ଅଭିଯୋଗ କରିଥିଲେ କିନ୍ତୁ କିଛି ଫଳ ନ ମିଳିବାରୁ ଆଜିବାଧ୍ୟ ହୋଇ ସୁପରଭାଇଜର ସମେତ ଅଙ୍ଗନୱାଡ଼ି ଦିଦି ଙ୍କୁ ଅଟକ ରଖି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ କୁମାର ଦରୱlନ ଙ୍କୁ ଫୋନ କରିଥିଲେ lସଙ୍ଗେ ସଙ୍ଗେ ଶ୍ରୀଯୁକ୍ତ ଦରୱlନ ଘଟଣା ସ୍ଥଳରେ କୁ ପହଞ୍ଚି ଲୋକଙ୍କ ଠାରୁ ସମସ୍ତ କଥା ଶୁଣିବାପରେ ପାଇକମାଲ ସ୍ଥିତ ସି.ଡି.ପି.ଓ ଙ୍କୁ ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ସହ ଅଙ୍ଗନୱାଡ଼ି ପଣ୍ଡା ଦିଦି ଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ l

ବରଗଡ ଜିଲ୍ଲା ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା l

Please Share

Leave a Reply

Your email address will not be published. Required fields are marked *