ରାଜଗାଙ୍ଗପୁରରେ ଲୈହପୁରୁଷ ତଥା ଭାରତ ସରକାରଙ୍କ ପୁର୍ବତନ ଗୃହମନ୍ତ୍ରୀ ସ୍ୱର୍ଗତଃ ସର୍ଦ୍ଦାର ବଲ୍ଲବବାଇ ପଟେଲଙ୍କ ୧୪୬ ତମ ଜନ୍ମ ଦିବସ ଆଜି ରାଜଗାଙ୍ଗପୁର ବିଜେପି କାର୍ଯ୍ୟଳୟ ଠାରେ ବିଜେପି ଟାଉନ ସଭାପତି ଶ୍ରୀ ଶଂକର ସିଂହଙ୍କ ନେତୃତ୍ୱରେ ପାଳନ କରାଯାଇଥିଲା।ଏଥିରେ ବହୁ ସଂଖ୍ୟକ ନେତା ଓ କର୍ମୀ ଉପସ୍ଥିତ ରହି ତାଙ୍କର ଫଟୋ ଚିତ୍ର ଉପରେ ପୁଷ୍ପାଞ୍ଜଳି ଦେଇଥିଲେ ଏବଂ ନିଜ ନିଜର ମତ ପ୍ରକାଶ କରିଥିଲେ।କରୋନା କାରଣ ରୁ ସରକାରୀ ଗାଇଡଳାଇନ ପାଲନ କରାଯାଇଥିଲା।
ଏଥିରେ ଲୋକ ସଭା ପ୍ରତିନିଧି ଶ୍ରୀ ଅଶୋକ ମେହେଟା,ନାରୀ ନେତ୍ରୀ ମଧୁସ୍ମିତା ରାଉତ, ବରିଷ୍ଠ ନେତା କୁଲଦିପ ସିଂହ, ଯୁବ ନେତା ମଣିଶଙ୍କର କୋଲେ,ଚିତ୍ତରଞନ ସାହୁ, କିଶୋର କୋରି,ପୁର୍ବ ତନଭାଇସ ସଭାପତି ଶ୍ର ଶୁମନ୍ତ ପଣ୍ଡା, ଅଗ୍ରଣୀ ଯୁବ ନେତା ଶ୍ରୀ ଦିଲିପ ସାହୁ ଏବଂ ଅରବ ଭଦ୍ର ପ୍ରମୁଖ ଉପସ୍ଥିତ ରହି ଲୋହପୁରୁଷ ଶ୍ରୀ ସର୍ଦ୍ଦାର ବଲ୍ଲବବାଇ ପଟେଲଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ।
ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ
ରାଜଗାଙ୍ଗପୁରରେ ଲୈହପୁରୁଷ ସ୍ୱର୍ଗତଃ ସର୍ଦ୍ଦାର ବଲ୍ଲବବାଇ ପଟେଲଙ୍କ ୧୪୬ ତମ ଜନ୍ମ ଦିବସ ପାଳିତ
Click for Any Complaint Regarding This News
AAA Online Services