ବରଗଡ :- ବିଗତ କିଛି ଦିନହେଲା ପାଇକମାଲ ବ୍ଲକ କେରମେଲାବାହାଲ ଗ୍ରାମପଞ୍ଚାୟତ ର ହରଡ଼ାଟାଲ ଗ୍ରାମରେ ମେଲେରିଆ ଜ୍ୱର ର ଆତଙ୍କ ଦେଖାଦେଇଛି । ବର୍ତ୍ତମାନ ଗ୍ରାମର ପ୍ରାୟ ଚାଲିଶରୁ ଅଧିକ ଲୋକ ମେଲେରିଆ ଜ୍ୱର ରେ ଆକ୍ରାନ୍ତ । ସୂଚନା ମୁତାବକ ମେଲେରିଆ ଜ୍ୱର ରେ ପ୍ରାଣ ହରାଇ ସାରିଛନ୍ତି ଏହି ଗ୍ରାମର ତିନି ଜଣ ।ଗତକାଲି କ୍ରାନ୍ତି ଓଡିଶା ରେ ଉକ୍ତ ସଂବାଦ ପ୍ରସାରଣ ହେବାର କେଇ ମୂହୁର୍ତ୍ତ ରେ ସାମାଜିକ କର୍ମୀ ଦିପା ବାରିକ ଓଡିଶା ସରକାର ଙ୍କ ଅବଗତି ନିମନ୍ତେ ଟୁଇଟ କରିଥିଲେ l ଆଜି ସକାଳୁ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ମେଡିକାଲ ଟିମ ସହିତ କେରମେଲାବାହାଲ ଗ୍ରାମପଞ୍ଚାୟତ ଅଧିନସ୍ଥ ମେଲେରିଆ ଜ୍ୱର ରେ ଉବୁଟୁବୁ ହେଉଥିବା ହରଡାଟାଲ ଗ୍ରାମକୁ ପହଂଛି ଘର ଘର ବୁଲି ଆକ୍ରାନ୍ତ ଙ୍କୁ ଭେଟି ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ।
ଉପଜିଲ୍ଲାପାଳ ଙ୍କ ସହିତ ଯାଇଥିବା ମେଡିକାଲ ଟିମ ପ୍ରତ୍ୟେକ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ଔଷଧ ବଣ୍ଟନ ଜାରି ରଖିଛନ୍ତି । ଉପଜିଲ୍ଲାପାଳ ଓ ମେଡିକାଲ ଟିମ ଲୋକଙ୍କୁ ସଚେତନ କରିବା ସହିତ ସରକାରଙ୍କର ଦ୍ୱାରା ମାଗଣାରେପ୍ରଦାନ କରାଯାଇଥିବା କିଟନାଶକ ଔଷଧ ବୋଳା ମସାରୀ ବ୍ୟବହାର କରିବା ପାଇଁ ଲୋକଙ୍କୁ ସଚେତନ କରାଇଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ ସରକାରଙ୍କର ତରଫରୁ ମେଲେରିଆ ପ୍ରବଣ ଅଂଚଳରେ ଲୋକଙ୍କୁ ମାଗଣାରେ ମସାରି ବଣ୍ଟନ କରାଯାଇଛି । ଏହି ଗ୍ରାମରେ ବର୍ତ୍ତମାନ ୪୦ ଜଣ ମେଲେରିଆ ରୋଗୀ ରହିଛନ୍ତି । ସେମାନଙ୍କୁ ମେଡିକାଲ ଟିମ ଦ୍ୱାରା ପର୍ଯାପ୍ତ ପରିମାଣ ର ଔଷଧ ପ୍ରଦାନ କରାଯାଇ କି ଭଳି ଭାବେ ଔଷଧ ସେବନ କରିବେ ସେ ସମ୍ପର୍କରେ ଲୋକ ଙ୍କୁ ମେଡିକାଲ ଟିମ ବୁଝାଇ ଚାଲିଛନ୍ତି l
ଏ ପରିପ୍ରେକ୍ଷୀରେ ଉପଜିଲ୍ଲାପାଳ ଙ୍କ ଗ୍ରସ୍ତ ସମୟରେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଜଡିତଥିବା କାର୍ଯ୍ୟରତ ଡାକ୍ତର ସୈମ୍ୟରଞ୍ଜନ ଦାଶ, ଡାକ୍ତର ସିଧାର୍ଥ ତ୍ରିପାଠୀ, ଡାକ୍ତର ସୁଦିପ୍ତ କୁମାର ସାହୁ,ସୁପରଭାଇଜର ଶ୍ରୀଯୁକ୍ତ ରବିନ୍ଦ୍ର ମୋହନ ଦାଶ, ଫାର୍ମାସିଷ୍ଟ ଅଶୋକ କୁମାର ବନଛୋର, ଚିତ୍ତରଞ୍ଜନ ଡନସନା ,ପଲସଦା ସବସେଣ୍ଟର ର ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ରୀମତି ଖୁଦେଶ୍ୱରୀ ପ୍ରଧାନ ଲୋକ ଙ୍କୁ ସଚେତନ କରାଇବା ରେ ପ୍ରମୁଖ ଭୂମିକା ନେଇଥିଲେ lବରଗଡ ଜିଲ୍ଲା ପଦ୍ମପୁର ରୁ ନିରଂଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତିଓଡିଶା
କ୍ରାନ୍ତି ଓଡ଼ିଶାର ମହା ପ୍ରଭାବ : ହରଡାଟାଲ ଗ୍ରାମକୁ ଅଚାନକ ଉପଜିଲ୍ଲାପାଳଙ୍କ ତୋଫାନୀ ଗ୍ରସ୍ତ
Click for Any Complaint Regarding This News
AAA Online Services