ଲୋଡା ଏକ ଜହ୍ନ ରାତି….

Advertisement
Advertisement
Click for Any Complaint Regarding This News
AAA Online Services

*ଲୋଡା ଏକ ଜହ୍ନ ରାତି*
(କବିକେଶବ ଚନ୍ଦ୍ର ନାୟକ)
…………………………….
ତୁମକୁ ବି ଲୋଡା
ମତେ ବି ଲୋଡା
ଶୂନଶାନ ଜହ୍ନ ରାତିଟିଏ
ସମସ୍ତେ ନିଦ୍ରିତ ହୋଇଗଲା ପରେ
ପାଦ ଚିପି ଚିପି
ସଭିଙ୍କ ଅଲକ୍ଷ୍ଯରେ
ପହଞ୍ଚି ଯିବି ତୁମ ପ୍ରତୀକ୍ଷିତ
ସ୍ବପ୍ନ ରାଇଜରେ…!!
ମନରେ ସଞ୍ଚିଥିବା ପାହାଡ ପାହାଡ
ଅକୁହା କଥାକୁ ମିଳି ମିଶି ବାଣ୍ଟି ଯିବା
ରାତି ସରୁଥିବ
କଥା ରହିଥିବ ବାକି
ପୁନଶ୍ଚ ଆଗାମୀ ଜହ୍ନ ନିଶି ପାଇଁ
ସାଇତିଥିବା ଯେତେ ଅକୁହା କଥା…!!
ଫୁଲକୁ ପାଇ ଭଅଁର
ଭଅଁରକୁ ପାଇ ଫୁଲ
ଛାଡି ସବୁ ଲାଜ
କଲାପରି ପରସ୍ପର ଆକୁଳ ଆଲିଙ୍ଗନ
ପରସ୍ପର ବାହୁ ବନ୍ଧନରେ ଆମେ
କେଇ ମୁହୂର୍ତ୍ତ ଲିଗି
ହଜିଯିବା ସେଇ କାମନା ମୁଦ୍ରାରେ… !!
ତୁମ ଗଣ୍ଡ ଦେଶେ
ଦେଇ ଅସୀମ ଅନୁରାଗ-ଚୁମ୍ବନ
ଭଲ ପାଇବାର ସନ୍ତକ
ରଚିଯିବା
ରତି ରଙ୍କା ହୋଇ
ପ୍ରୀତି ପ୍ରଣୟରେ ହଜିଯିବା କ୍ଷୀର ନୀର ପରି…..!!
ଅନେକ ଦିନର ଭୋକ
ଅନେକ ଦିନର ପିପାସା
ଅନେକ ମରିଚିକାର ସ୍ବପ୍ନକୁ
ଅନେକ ଦିନର କାମନା ଅନଳକୁ
ପ୍ରସମିତ କରିବା
କେଉଁ ଏକ ଅଜଣା ଶାଖାରେ
ନୀଡଟିଏ ଗଢି
ସୁନା ସଂସାରଟିଏ ଗଢିବା
ଏକ ଜହ୍ନ ରାତିର ପ୍ରତୀକ୍ଷାରେ
ମୁଁ ପ୍ରତୀକ୍ଷିତ ପ୍ରେମିକ
ତୁମ ନିଷିଧ ଇଲାକାରେ ପକ୍ଷୀଟିଏ ସାଜି
ଉଡିବା ଲାଗି ଯୋଜନା ବଦ୍ଧ….!!
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)

Please Share

Leave a Reply

Your email address will not be published. Required fields are marked *