ଅସୁରକ୍ଷିତ ଗୋମାତା : ସନ୍ଧ୍ୟା ସମୟରେ ରାଜଗାଙ୍ଗପୁରର ବ୍ୟସ୍ତ ବହୁଳ ଅଞ୍ଚଳରେ ମାଳ ମାଳ ଗାଈ ; ରାସ୍ତା ହେଉଛି ଦୁର୍ଘଟଣା ପ୍ରବଣ

Advertisement
Advertisement
Click for Any Complaint Regarding This News
AAA Online Services

ରାଜଗାଙ୍ଗପୁର : ରାଜଗାଙ୍ଗପୁର ଓ ଏହାର ଆଖପାଖ ଅଞ୍ଚଳରରେ ରହୁଥିବା ଜନବସତିରୁ ପ୍ରତିଦିନ ବହୁ ସଂଖ୍ୟକ ଗୋରୁ ଗାଇ ଆସି ସନ୍ଧ୍ୟା ସମୟରେ ଲିପଲୋଇ ପୋଲ ଛକଠାରୁ ଆରମ୍ଭ କରି ଓସିଏଲ ଛକ , ତାରିଣୀ ,ସାଇବାବା ମନ୍ଦିର,ତାଲକିପଢା ଛକ,ବସଷ୍ଟାଣ୍ଡ ଓ ସୁବାଷ ଛକ ଠାରେ ମାଳମାଳ ଗାଇଁଗୋରୁ ରାସ୍ତା, ଦୋକାନ ବଜାର କୁ କବ୍ଜା କରି ବସିଥାନ୍ତି ଏବଂ ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣା କୁ ଆମନ୍ତ୍ରଣ କରିଥାନ୍ତି, ଏଥିପାଇଁ ବହୁ ବାର ଖବର ମଧ୍ୟ ପ୍ରକାଶ ହୋଇ ସାରିଛି।ମାତ୍ର କେହି କୈଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି।ଏଠାରେ ପ୍ରଶ୍ନ ଉଠେ ଉକ୍ତ ଗାଈଗୋରୁ ର ମାଲିକ କିଏ? କଣ ପାଇଁ ସେମାନଙ୍କୁ ତାଙ୍କର ମାଲିକ ନିଜ ଗୁହାଳକୁ ନେଉନାହାନ୍ତି ? କେବଳ ନଜିର ସ୍ବାର୍ଥ ହାସଲ କରିବା ପରେ ଗାଈଗୋରୁଙ୍କୁ ବ୍ୟବହାର କରି ସେମାନଙ୍କୁ କଣ ପାଇଁ ରାସ୍ତାରେ ମରିବାକୁ ଛାଡ଼ି ଦେଇଛନ୍ତି ?ଏଠାରେ ଏକ କୈତୁହଳ ବିଷୟ ହେଲା ସେଇ ଗାଈଗୋରୁ ସକାଳ ହେଲେ କେଉଁଠି ଚାଲିଯାଆନ୍ତି ପୁଣି ସନ୍ଧ୍ୟାରେ ଫେରି ଆସି ରାସ୍ତାରେ ବୁଲାବୁଲି କରନ୍ତି। ଗାଈ ମାତାପାଇଁ ବହୁ ସଂଗଠନ କାମ କରନ୍ତି ମାତ୍ର ଏଥି ପ୍ରତି କେହି ଆଗକୁ ଆସୁନାହାନ୍ତି।ସରକାରଙ୍କ ଦ୍ୱାରା ପ୍ରତି ଦିନ ଗାଈଗୋରୁ ଙ୍କୁ ରସ୍ତା ରେ ନ ଛାଡିବା ପାଇଁ ମାଇକ ଯୋଗେ ଚେତାବନୀ ଦିଆଯାଉଛି ।ମାତ୍ର ଏହାର ଅସର କାହାକୁ ପଡୁ ନାହିଁ।ରାଜଗାଙ୍ଗପୁର ଗୋଶାଳା ସଭାପତି ଶ୍ରୀ ନରେଶ ଅଗ୍ରବାଲ ଙ୍କୁ ସାକ୍ଷାତ କରି ଏବିଷୟରେ ପ୍ରଶ୍ନ କରିବାରୁ ସେ କହିଲେ ଏତେ ସଂଖ୍ୟକ ଗାଈଗୋରୁ ଙ୍କୁ ଗୋଶାଳା ରେ ରଖିବାର ଜାଗା ନାହିଁ ଓ ଯଦି ଏତେ ସଂଖ୍ୟକ ଗାଇଙ୍କୁ ଖାଦ୍ୟପେୟ କିଏ ଦେବ ବୋଲି ଓଲଟା ପ୍ରଶ୍ନ କରିଥିଲେ ଏବଂ କହିଥିଲେ ଯେ ଏ ବିଷୟରେ ପରେ କଥା ହେବେ ବୋଲି ଆମ ପ୍ରତିନିଧିଙ୍କୁ କହୁଥିଲେ ।ତେବେ ଗାଈମାତାଙ୍କ ସେବା ଆମର ଧର୍ମ ଓ କର୍ତ୍ୟବ୍ୟ,ସମସ୍ତଙ୍କୁ ଆଗେଇ ଆସିବା ଦରକାର। ତେଣୁ ସରକାର ଓ ଜନ ସାଧାରଣ ଏଥି ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ ।

Please Share

Leave a Reply

Your email address will not be published. Required fields are marked *