ଓଡ଼ିଆ ଗୀତାଭିନୟ ଜଗତର ମୁକୁଟ ବିହୀନ ସମ୍ରାଟ ଗଣକବି ବୈଷ୍ଣବ ପାଣି

Advertisement
Advertisement
Click for Any Complaint Regarding This News
AAA Online Services

ଓଡ଼ିଆ ଗୀତାଭିନୟ ଜଗତର ମୁକୁଟ ବିହୀନ ସମ୍ରାଟ ବୈଷ୍ଣବ ପାଣିଙ୍କ ଜନ୍ମ ୧୮୮୨ ମସିହା ମହଙ୍ଗା ଥାନା ଅନ୍ତର୍ଗତ କୋଠପଦା ଗ୍ରାମରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ଥିଲା ସୁଦର୍ଶନ ପାଣି ଓ ମାତାଙ୍କ ନାମ ଚାନ୍ଦ ଦେବୀ । ପିଲାଟି ଦିନରୁ ବୈଷ୍ଣବ ପାଣି ଅତ୍ୟନ୍ତ ରୋଗଗ୍ରସ୍ତ ହୋଇଥିବା ଯୋଗୁଁ ତାଙ୍କ ପିତା ମାତା ଶ୍ରୀ ଜଗନ୍ନାଥଙ୍କ ବଡ଼ଛତା ତଳେ ତାଙ୍କୁ ବୈଷ୍ଣବ କରିଦେଇଥିଲେ । ପିଲାଟି ଦିନରୁ ବୈଷ୍ଣବ ପାଣିଙ୍କ ଭାଷା ସାହିତ୍ୟ ପ୍ରତି ଅହେତୁକ ଆଗ୍ରହ ଥିଲା । ଅତି ଅଳ୍ପ ବୟସରୁ ତାଙ୍କର କୃତି ଜନମାନସ କୁ ଅଭିଭୂତ କରିଥିଲା । ରାତ୍ର ସମୟରେ ପାଠ ପଢିବା ପାଇଁ ଅସୁବିଧା ହେବା ଯୋଗୁଁ ସେ କେତେ ଗୋଟି ଜୁଳୁଜୁଳିଆ ପୋକଙ୍କୁ ଏକ କାଚ ବୋତଲରେ ପୁରାଇ ପାଠ ପଢିବା ତାଙ୍କର ବିଦ୍ୟା ଅର୍ଜନ ପାଇଁ ଦୃଢ଼ ଇଛା ଶକ୍ତିର ଏକ ଜ୍ୱଳନ୍ତ ଉଦାହରଣ।ତାଙ୍କର ପ୍ରଥମ ଗୀତିନାଟ୍ୟ ଥିଲା ‘ ମେଘନାଦ ବଧ ‘ । ତାଙ୍କୁ ସେତେବେଳେ ମାତ୍ର ୨୧ ବର୍ଷ । ଏହି ବୟସରୁ ତାଙ୍କୁ ମିଳିଥିଲା ଅନେକ ସଫଳତା । ଏହି ସଫଳତାକୁ ପାଥେୟ କରି ସେ ଲେଖି ଚଳିଲେ ଅନେକ ଗୀତିନାଟ୍ୟ। ‘ ରାବଣ ବଧ ‘ , ‘ ବିଲ୍ଵ ମଙ୍ଗଳ ‘ , ‘ ସୀତା ବନବାସ ‘ , ‘ ଦକ୍ଷ ଯଜ୍ଞ ‘ , ‘ କର୍ଣ୍ଣ ଦାନ ପରୀକ୍ଷା ‘ , ‘ ଧ୍ରୁବ ଚରିତ୍ର ‘ , ‘ କଳାପାହାଡ଼ ‘ , ‘ କେଦାରଗୌରୀ ‘, ‘ ଉଷା ଜୟନ୍ତ’ , ‘କୁମ୍ଭକର୍ଣ୍ଣ ବଧ’ ଆଦି ରଚନା ବୈଷ୍ଣବ ପାଣିଙ୍କ ଅନବଦ୍ୟ କୃତୀ । ତାଙ୍କ ରଚିତ ଗୀତିନାଟ୍ୟ ଗୁଡ଼ିକ ଯେ କେବଳ ପୁରାଣ ବର୍ଣ୍ଣିତ ଥିଲା ତାହା ନୁହେଁ ସେହି ନାଟ୍ୟ ଗୁଡ଼ିକ ସେତେବେଳ ର ପାରିପାର୍ଶ୍ବିକ ଅବସ୍ଥା ଓ ସାମାଜିକ ସ୍ଥିତିକୁ ସଠିକ୍ ଭାବେ ବର୍ଣ୍ଣନା କରୁଥିଲା ।ସେ ଥିଲେ ସାରସ୍ଵତ ସାଧକ ସେଥି ପାଇଁ ବୋଧେ ଲକ୍ଷ୍ମୀ ତାଙ୍କ ଉପରେ ସେତେ ପ୍ରସନ୍ନ ନ ଥିଲେ । ଜୀବନ ଯାତ୍ରା ର ପ୍ରତିଟି ମୁହୂର୍ତ୍ତ ରେ ବହୁ ଦୁଃଖ , କଷ୍ଟ , ଅଭାବ , ଅନଟନ ଭିତରେ ଗତି କରିଥିଲେ ମଧ୍ୟ ଓଡ଼ିଆ ଭାଷା, ସାହିତ୍ୟ , ସଂସ୍କୃତି ପ୍ରତି ଭଲ ପାଇବା କେବେ କମ୍ ହୋଇନଥିଲା । ୧୯୫୬ ମସିହା ବୈଶାଖ ଅମାବାସ୍ୟା ଦିନ ଓଡ଼ିଆ ଗୀତିନାଟ୍ୟ ଜଗତର ମୁକୁଟ ବିହୀନ ସମ୍ରାଟ ଙ୍କ ପାର୍ଥିବ ଶରୀର କଳାର କରାଳ ଗର୍ଭରେ ଲୀନ ହୋଇଥିଲା ।

Please Share

Leave a Reply

Your email address will not be published. Required fields are marked *