BIG NEWS : ଅଦୃଶ୍ୟମାନ ଅଜଣା ରୋଗରେ ଛନ୍ଦି ହେଲାଣି କେର୍ମେଲାବାହାଲ ପଂଚାୟତର ଏକ ପଲ୍ଲି ଗ୍ରାମ ହରଡାଟାଲ

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁର:- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଅନ୍ତର୍ଗତ ପାଇକମାଲ ବ୍ଲକର କେର୍ମେଲାବାହାଲ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଏକ ୱାର୍ଡ ବିଶିଷ୍ଟ ହରଡାଟାଲ ଗ୍ରାମରେ ମୃତ୍ୟୁର ଆତଙ୍କ ସୃଷ୍ଟି ହୋଇଛି । ଜ୍ବର ଓ ଅଜଣା ରୋଗରେ ୧ ମାସ ଭିତରେ ଗ୍ରାମର ଲୋଚନ ଏଣ୍ତଜା ୭୦ ବର୍ଷ,ସୀମା ଏଣ୍ତଜା ୮ବର୍ଷ,ରାଜ କୁମାରୀ ତାଣ୍ତି ୫୦ବର୍ଷଙ୍କ ଦେହାନ୍ତ ହୋଇଥିବା ବେଳେ ଏବେ କୋଡିଏରୁ ଅଧିକ ଲୋକ ଜୂରରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଗାଁ ରେ ଚିକିତ୍ସିତ ଅବସ୍ଥା ରେ lଏଥି ପାଇଁ କୌଣସି ସ୍ବତନ୍ତ୍ର ଡାକ୍ଟରୀ ଦଳ ଆଜି ପର୍ଯ୍ୟନ୍ତ ହରଡାଟାଲ ଗାଁକୁ ଯାଇ ନଥିବା ବେଳେ ,ଜଣେ ଦୁଇ ଜଣ ଏ ଏନ୍ ଏମ୍ ଗାଁକୁ ଯାଇ ଲୋକଙ୍କୁ ଔଷଧ ପତ୍ର ଦେଉଥିବାର ଅଭିଯୋଗ ହୁଏ । ମୃତ୍ୟୁ ବରଣ କରିଥିବା ସ୍ବର୍ଗତ ରାଜ କୁମାରୀ ତାଣ୍ତିଙ୍କ ପୁଅ ଶ୍ରୀ ମିନ କେତନ ତାଣ୍ତି ଓ ଶ୍ରୀ ପାନାଲାଲ ନାୟକ କରିଛନ୍ତି ଯେ ତୁରନ୍ତ ସରକାର ଏହାର ନିରାକରଣ ନ କଲେ ଗ୍ରାମର ଆଉ ଅଧିକ ଜୀବନ ଯିବାର ସମ୍ଭାବନା କୁ ଏଡାଇ ଦିଆଯାଇନପାରେ l ହରଡାଟାଲ ରେ ବସବାସ କରୁଥିବା ଲୋକ ଙ୍କ ଠାରୁ ଏଭଲି ଗୁରୁତ୍ୱ ର ଅଭିଯୋଗ ପାଇବା ପରେ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଗ୍ରାମର ଏଭଳି ସଂଗୀନ ପରିସ୍ଥିତି ସମ୍ପର୍କରେ ବରଗଡ଼ ଜିଲ୍ଲାପାଳ ଓ ସିଡିଏମଓ ଙ୍କୁ ଟେଲି ଫୋନ ଯୋଗେ ସୂଚନା ଦେବା ସହ ତୁରନ୍ତ ଏକ ଡାକ୍ତରୀ ଦଳ ହରଡାଟାଲ ଗ୍ରାମକୁ ପଠାଇ ପାଇଁ ଅନୁରୋଧ କରିଛନ୍ତି l ଏବେ ମଧ୍ୟ ଗ୍ରାମର ୨୦ରୁ ଉର୍ଦ୍ଧ୍ବ ଲୋକ ଶ୍ରୀ ଶୁକାନ୍ତ ଲାଲ ବରିହା, ଯଶୋବନ୍ତ ପୋଡ,ଅବିନାଶ ମାଝୀ,ବବିତା ଅମରୀ,ମହେନ୍ଦ୍ର ନାୟକ,ଦିନେଶ କମରିଆ,ଜୟଲାଲ ଏଣ୍ତଜା, ଯମୁନା ନାଏକ,ପାନାଲାଲ ନାୟକ, ଲେକୃ ନାୟକ, ପ୍ରଶାନ୍ତ ନାୟକ, ପପୁନ୍ଦର ବାଗ,ଗୋବିନ୍ଦ ବାଗ,ଗୋପାଳ ବାଗ,ମେନେଜର ତାଣ୍ତି ଆଦି ଗୁରୁତ୍ୱ ର ଅବସ୍ଥାରେ ଗାଁରେ ଅଛନ୍ତି । ତେଣୁ ବେଳଥାଉ ଯଦି ପ୍ରତିକାର କରାନଯାଏ ତେବେ ଏ ଅଦୃଶ୍ୟମାନ ରୋଗ ଅନ୍ୟ ଗାଁ ମାନଙ୍କୁ ଗତିକରିପାରେ ବୋଲି ଶ୍ରୀଯୁକ୍ତ ପୁରୋହିତ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି lବରଗଡ ଜିଲ୍ଲା ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା l

Please Share

Leave a Reply

Your email address will not be published. Required fields are marked *