ଜି.ଉଦୟଗିରି- (ପ୍ରତାପ ଚନ୍ଦ୍ର ପାଢୀ ) – ମହାମାରୀ କରୋନକୁା ନେଇ ସମସ୍ତେ ଭୟଭୀତ ହୋଇପଡିଥିବାବେଳେ ତାକୁ ନିୟନ୍ତ୍ରଣ କରିବାକୁ ଏବେ ପ୍ରୟାସ ସବୁଆଡେ ଜାରୀ ରହିଛି।ଏମିତି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଏ ବାବଦରେ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରିବା ନିମନ୍ତେ ସର୍ବଦା ଚେଷ୍ଟିତ।ଏବେ କରୋନା କଟକଣାକୁ ଦୃଷ୍ଟିରେ ରଖି କୁମାର ପୂର୍ଣ୍ଣିମା ଓ ଦୀପାବଳୀ ସମୟରେ ଲୋକଙ୍କୁ ଭିଡରୁ ଦୂରେଇ ରହିବା ସହ ଜୁଆ ଖେଳକୁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଆଜି ଜି.ଉଦୟଗିରି ପୋଲିସ ଅଧିକାରୀ ନରେଶ କୁମାର ସାହୁ ଡାକବାଜୀ ଯନ୍ତ୍ର ଯୋଗେ ପ୍ରଚାର ମାଧ୍ୟମରେ ଅଞ୍ଚଳବାସୀଙ୍କୁ ଅନୁରୋଧ କରିଛନ୍ତି।ଏଥି ସହିତ ଲୋକଙ୍କ ହିତ ଦୃଷ୍ଟିରୁ ମାସ୍କ ବ୍ୟବହାର କରିବା,ସାଧାରଣ ଦୂରତା ବଜାୟ ରଖିବା,କାମ ନଥିଲେ ଅଯଥା ଗହଳି ନକରିବା ଆଦି ବିଷୟରେ ଜନସାଧାରଣଙ୍କୁ ସଚେତନ ମଧ୍ୟ କରିଛନ୍ତି।
କରୋନା ନିୟନ୍ତ୍ରଣ ସକାଶେ କନ୍ଧମାଳ ପୋଲିସର ଆଗୁଆ ପଦକ୍ଷେପ
Click for Any Complaint Regarding This News
AAA Online Services