ରାଜଗାଙ୍ଗପୁର : ଆଜି କୁଟନିଆ ପଞ୍ଚାୟତ ଠାରେ ସୁନ୍ଦରଗଡ ଜିଲ୍ଲା ବିଜେଡି ସଭାପତି ଶ୍ରୀ ବିନୟ ଟପୋ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଉକ୍ତ କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ଟାଉନ ସଭାପତି ଶ୍ରୀ ରାଜେନ୍ଦ୍ର ବେହେରା ଏବଂ ଛାତ୍ର ବିଜେଡି ନେତା ବିଶ୍ୱପ୍ରକାସ ବେହେରା ଙ୍କ ନେତୃତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ବହୁ ସଂଖ୍ୟକ ଛାତ୍ର ବିଜେଡି କର୍ମୀ ଓ କାର୍ଯ୍ୟ କର୍ତ୍ତା ଯୋଗଦାନ କରି ନିଜର ମତ ପ୍ରକାଶ କରିଥିଲେ।ଜନସଚେତନତା କାର୍ଯ୍ୟକ୍ରମରେ ସାମାଜିକ ଦୂରତା ନିୟମ କୁ ପାଳନ , ମାସ୍କ ବଣ୍ଡନ , ସଫେଇ ଉପରେ ଗୁରୁତ୍ତ ଦିଆଯାଇଥିଲା ଏଠାରେ ସୂଚନାଯୋଗ୍ୟ ଯେ ଉକ୍ତ କାର୍ଯ୍ୟକ୍ରମ ଗୋଟିଏ ମାସ ଧରି ରାଜଗାଙ୍ଗପୁର ଏବଂ ଏହାର ଆଖପାଖ ଅଞ୍ଚଳରେ କ୍ରମାଗତ ଅନୁଷ୍ଠିତ ହେବା ନେଇ ଯୋଜନା ପ୍ରସ୍ତୁତ କରାଯାଇଅଛି।
କରୋନା କାଳରେ ଉକ୍ତ କାର୍ଯ୍ୟକ୍ରମ ଦ୍ୱାରା ବହୁ ଜନସାଧାରଣ ଉପକୃତ ଓ ରୋଗ ମୁକ୍ତ ହୋଇପାରିବେ ବୋଲି ଜିଲ୍ଲାର ଜନ ସାଧାରଣ ମତ ଦେଇଥିଲେ ଏବଂ ବରିଷ୍ଠ ନାଗରିକ ଏହାକୁ ସ୍ଵାଗତ କରିଥିଲେ।
ଆଜିର କାର୍ଯ୍ୟକ୍ରମ ରେ କୁଟନିଆ ତଥା ରାଜଗାଙ୍ଗପୁର ଅଞ୍ଚଳରେ ବେଶ ପରିଚିତ ଓ ବରିଷ୍ଠ ବିଜେଡି ନେତା ଶ୍ରୀ ଚୈତନ୍ୟ ମାହାନ୍ତି,ରାଜୁ ମାହାନ୍ତି, ରାଜଗାଙ୍ଗପୁର ଟାଉନ ସଭାପତି ଶ୍ରୀ ରାଜେନ୍ଦ୍ର ବେହେରା, ବରିଷ୍ଠ ନେତା ଶ୍ରୀ ଅଶୋକ ଦାସ, ରାଜେନ୍ଦ୍ର ଲେଙ୍କା,ଛାତ୍ର ବିଜେଡି ନେତା ବିଶ୍ୱପ୍ରକାସ ବେହେରା, ଯୁବ ନେତା ଅଖୀଲେସ ଦାସ ,ଅଜିତ ବେହେରା, ସୁଧୀର ସା, ପ୍ରମୁଖ ଉପସ୍ଥିତ ରହି ସଭା କାର୍ଯ୍ୟ ସମ୍ପାଦନ କରିଥିଲେ ।
ଏଥିରେ ବହୁ ସଂଖ୍ୟକ ଲୋକ ଉପସ୍ଥିତ ରହି ଜନସଚେତନତା କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ ।
ବିଜୁ ଜନତା ଦଳର ରାଜ୍ୟ ବ୍ୟାପି ଜନସଚେତନତା କାର୍ଯ୍ୟକ୍ରମ
Click for Any Complaint Regarding This News
AAA Online Services