କଟକ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା କ୍ରାନ୍ତିକାରୀ ନେତା ସହୀଦ ଭଗତ ସିଂହ ଙ୍କ ୧୧୨ତମ ଜୟନ୍ତୀ ଦିବସ ମଣିକଘୋଷ ବଜ଼ାର ସ୍ଥିତ ଓଡିଶା ସୁରକ୍ଷା ସେନା କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି।ଆଜି ଓଡିଶା ସୁରକ୍ଷା ସେନା ପକ୍ଷରୁ ସହୀଦ ଭଗତ ସିଂହ ଙ୍କ ମରଣ ଉପରାନ୍ତେ ‘ଭାରତ ରତ୍ନ’ ପ୍ରଦାନ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି।ଏହି ସନ୍ଦର୍ଭ ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଓଡିଶା ସୁରକ୍ଷା ସେନା ମୁଖ୍ୟ ଅଭିଷେକ ଯୋଶୀ ଏକ ପତ୍ର ଲେଖି ସହୀଦ ଭଗତ ସିଂହ ଙ୍କୁ ଔପଚାରିକ ଭାବେ ସହୀଦ ମାନ୍ୟତା ଓ ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି ଅନୁରୋଧ କରିଛନ୍ତି।
ଓଡିଶା ସୁରକ୍ଷା ସେନା କାର୍ଯ୍ୟାଳୟ ଥରେ ସହୀଦ ଭଗତ ସିଂହ ଙ୍କ ପଟଚିତ୍ର କୁ ସଙ୍ଗଠନ ର ସଦସ୍ୟ ଗଣ ପୁଷ୍ପାଞ୍ଜଳି ଅର୍ପଣ କରିବା ସହିତ ଭଗତ ସିଂହ ଙ୍କ ସ୍ମୃତିଚାରଣ କରିଥିଲେ।ଏହି ଅବସରରେ ସେନା ମୁଖ୍ୟ ଶ୍ରୀ ଅଭିଷେକ ଯୋଶୀଙ୍କ ଦ୍ୱାରା ସହୀଦ ଭଗତ ସିଂହ ଙ୍କ ଜୀବନୀ ଉପରେ ଲେଖାଯାଉଥିବା “ମହାନ କ୍ରାନ୍ତିକାରୀ ସହୀଦ ଭଗତ ସିଂହ” ନାମିତ ପୁସ୍ତକର ପ୍ରଚ୍ଛଦ ପଟ୍ଟ (cover page) ଉନ୍ମୋଚନ କରାଯାଇଥିଲା।ବରିଷ୍ଠ ସାମ୍ବାଦିକ ସୌଭାଗ୍ୟ ସୁନ୍ଦର ରାୟ ଏହି ପ୍ରଚ୍ଛଦ ପୃଷ୍ଠା କୁ ଉନ୍ମୋଚନ କରିଥିଲେ।ପରେ ଭଗତ ସିଂହ ଙ୍କ ଜୀବନୀ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ ସୁଶାନ୍ତ ସାହୁ,ଓଡିଶା ସୁରକ୍ଷା ସେନା ର ସବ୍ୟସାଚୀ ଶତପଥି,ସତ୍ୟବ୍ରତ ପଣ୍ଡା,ଦେବବ୍ରତ ମିଶ୍ର,ଜୟ ପ୍ରକାଶ ଶର୍ମା,କୈଳାଶ ବେହେରା,ସଂଗମ ରାଉତ,ରାଜକିଶୋର ବାରିକ ଆଦି ଉପସ୍ଥିତ ଥିଲେ।
ସହୀଦ ଭଗତ ସିଂହ ଙ୍କ ୧୧୨ ତମ ଜୟନ୍ତୀ ପାଳିତ। ସହୀଦ ଭଗତ ସିଂହଙ୍କ ପାଇଁ ‘ଭାରତ ରତ୍ନ’ ଦାବି କଲା ଓଡିଶା ସୁରକ୍ଷା ସେନା
Click for Any Complaint Regarding This News
AAA Online Services