ଭୁବନେଶ୍ୱର : ଭୁବନେଶ୍ୱରର ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ବିଶିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ଦେଇଛନ୍ତି । ଡାକ୍ତର ପତିକହିବା ଅନୁସାରେ ଭୁବନେଶ୍ୱରର ୫୦% ଲୋକଙ୍କୁ ଛୁଇଁଗଲାଣି କରୋନା। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସ୍ଥିତିର ବିବରଣୀ ପ୍ରଦାନ ସମୟରେ ସେ ଏହି ତଥ୍ୟ ରଖିଥିଲେ । ଏଠରେ ସୁଚନା ଯୋଗ୍ୟ ଯେ ଏକ ଭୁତାଣୁ( କରୋନା ଭୁତାଣୁ ) ସଂସ୍ପର୍ଶରେ ଆସିବା ପରେ ଦେହରେ ବିକଶିତ ହେଉଥିବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ଏହାକୁ ଆଣ୍ଟିବଡ଼ି କୁହାଯାଏ l
ଡାକ୍ତର ସଂଘମିତ୍ରା ପତିଙ୍କ ସୁଚନା ଅନୁସାରେ ଏବେ ମଧ୍ୟ ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ବିଶିତ ହୋଇ ପାରି ନାହିଁ l ସମସ୍ତେ ଏଥି ପ୍ରତି ବିଶେଷ ସମ୍ବେଦନଶୀଳ ଓ ଯତ୍ନବାନ ହେବା ଅବଶ୍ୟକ ଓ ସାମାଜିକ ଦୂରତ୍ୱ, ମାସ୍କ ଆଦି ନିୟମକୁ କଡ଼ାକଡ଼ି ପାଳନ କରିବା ଜରୁରୀ ବୋଲି ସେ କହିଛନ୍ତି।