ପଦ୍ମପୁର:-ପଦ୍ମପୁର ଉପଖଣ୍ତ ସ୍ଥିତ ଝାରବନ୍ଧ ଥାନାର ବିଜାଡୋଲ ଗ୍ରାମରେ ଗତ ସାତ ବର୍ଷ ଧରି ନାଗବାଚା ପର୍ବ ଅନୁଷ୍ଠିତ ହୋଇ ଆସୁଛି । ଚଳିତ ବର୍ଷ ଶତାଧିକ ଶ୍ରଦ୍ଧାଳୁ ଙ୍କ ଉପସ୍ଥିତିରେ ଗୁରୁ କାର୍ତ୍ତିକ ଦାସ ଙ୍କ ନେତୃତ୍ବରେ ଏହି ପର୍ବ ପାଳିତ ହୋଇଥିଲା ।ସରଗୁଲ,ବଣ୍ତାମୁଣ୍ତା,କନ୍ଧାଡଙ୍ଗର,ଅନୁଗୁଳ,ଡଭା,ହରଡାଟାଲ ଆଦି ଗ୍ରାମର ଶତାଧିକ ଯୁବକ ଏହିଦିନ ଗୁରୁ କାର୍ତ୍ତିକ ଦାସ ଙ୍କ ଠାରୁ ନାଗବାଚା ଦିକ୍ଷା ନେଇଥିଲେ । ଏହି ପୂଜା ଶିବ ଭଗବାନଙ୍କୁ ଆରଧାନା କରାଯାଇ ଦିକ୍ଷା ନେବା ସହ ଦିକ୍ଷା ନେଉଥିବା ଯୁବକ ମାନେ ବିଷଧର ସର୍ପ ମାନଙ୍କୁ ମଧ୍ୟ ଆୟତ କରିବାରେ ସକ୍ଷମ ହୋଇଥାନ୍ତି । ନାଗବାଚା ପୂଜା ଦିନ ଅନେକ ଲୋକ ବିଭିନ୍ନ ଦୁସାଧ୍ୟରୋଗ ରୁ ମୁକ୍ତି ପାଇଁ ଓ ବିଶେଷ ଭାବେ ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଦମ୍ପତ୍ତି ନାଗବାଚା ପୂଜା କରିଥାନ୍ତି ।
ଏହି ପର୍ବକୁ ମୁଖ୍ଯତଃ ଶ୍ରୀ ବିଶି କେଶନ ନାଗ,ଉଝାକ କରେଇ,କିଶୋର ହାତି,ବସୁଦେବ ହାତି,ପରମେଶ୍ଵର ରଣା, ପବିତ୍ର କରୁଆଳ,କାର୍ତ୍ତିନ କରେଇ,ସହଦେବ ରଣା, ଦୁବେସିଂ ବେହେରା ଆଦି ପରିଚାଳନା କରିଥିଲେ ।
ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଭକ୍ତଗଣ ଙ୍କୁ ଉତ୍ସାହିତ କରିଥିଲେ। ବରଗଡ଼ ଜିଲ୍ଲା ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା
ଝାରବନ୍ଧ ର ବିଜାଡୋଲ ରେ ନାଗବାଚା ପର୍ବ ଉଦଯାପିତ
Click for Any Complaint Regarding This News
AAA Online Services