ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଝାରବନ୍ଧ ଡାକ୍ତରଖାନା ପ୍ରାଙ୍ଗଣରେ ଡାକ୍ତର ମଧୁସ୍ମୀତା ମେହେରଙ୍କ ଅଧ୍ୟକ୍ଷତାରେ କରୋନା ଯୋଦ୍ଧା ଡାକ୍ତର, ନର୍ସ,ଏ ଏନ ଏମ ,ଅଙ୍ଗନୱାର୍ଡି କର୍ମୀ, ଆଶା ଦିଦିଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ଯଅତିଥି ଭାବେ ଯୋଗଦାନ କରି ଉପସ୍ଥିତ ଥିବା ଡାକ୍ତରଖାନା ର ସମସ୍ତ ଷ୍ଟାପ, ଝାରବନ୍ଧ ଅମଠି,ଚଣ୍ତିଭଟା,ଗଠୁଗୁଡା ଆଦି ଗ୍ରାମ ପଞ୍ଚାୟତ ର ସମସ୍ତ ଆଶା ଦିଦି ଓ ଅଙ୍ଗନୱାର୍ଡି କର୍ମୀଙ୍କୁ ପାଦ ଧୋଇ ସମ୍ବର୍ଦ୍ଧିତ କରିଥିଲେ । ଉପସ୍ଥିତ ଅଙ୍ଗନୱାର୍ଡି କର୍ମୀ, ଆଶା ଦିଦି ମାନେ ତାଙ୍କର କେତେକ ସମସ୍ୟାକୁ ପୂର୍ବତନ ବିଧାୟକ ଶ୍ରୀ ପୁରୋହିତଙ୍କୁ ଅବଗତ କରିଥିଲେ ।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ଯ ମାନଙ୍କ ମଧ୍ୟରେ ଝାରବନ୍ଧ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ କୁମୁଦିନୀ ସାହୁ, ଝାରବନ୍ଧ ସରପଞ୍ଚ ଶ୍ରୀମତୀ ଧନମତି ପାଣ୍ତେ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀହରିହର ସାହୁ, ଦୁର୍ଗା ପ୍ରସାଦ ଅଗ୍ରୱାଲ, ମାନ ଭଞୀନ ମିର୍ଦ୍ଧା, ଡା ଲମ୍ବୋଦର ପଣ୍ତା, ସୁମନ୍ତ ମୁନା,ଆଇନଜିବୀ ଜୟ କୁମାର ନିଗମ,ମିଳନ ପାଣ୍ତେ ପ୍ରମୁଖ ଉପସ୍ଥିତ ରହି କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିଥିଲେ । ବରଗଡ଼ ଜିଲ୍ଲା ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା l
କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ; ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଅଙ୍ଗନୱାର୍ଡି କର୍ମୀ, ଆଶା ଦିଦି ମାନଙ୍କ ସମସ୍ୟା ଶୁଣିଲେ
Click for Any Complaint Regarding This News
AAA Online Services