ବରଗଡ଼ : ରାଜ୍ୟ ସରକାର ଏକ ମହତ ଉଦ୍ଦେଶ୍ୟ ନେଇ ବିଜୁ ଏକ୍ସପ୍ରେସ ଓ୍ବେ ନିର୍ମାଣ ପାଇଁ ଚିନ୍ତା କରିଥିଲେ । ତାହା ବହୁ ମାତ୍ରାରେ ଫଲପ୍ରଦ ମଧ୍ୟ ହୋଇଥିଲା । କିନ୍ତୁ ସୋହେଲା ରୁ ପଦ୍ମପୁର ପର୍ଯ୍ୟନ୍ତ ଯାଇଥିବା ରାସ୍ତା ର ଅନେକ ଯାଗାରେ କାମ ଅସମ୍ପୂର୍ଣ୍ଣ ହୋଇ ରହିଛି ଯାହା ନିଶ୍ଚିତ ଏକ ବଡ଼ ଦୁର୍ଘଟଣାକୁ ନିମନ୍ତ୍ରଣ କରୁଛି ।ମେଲଛାମୁଣ୍ଡା ବସଷ୍ଟାଣ୍ଡ ଠାରେ ଦୋକାନ ମାନଙ୍କୁ ଲାଗିକି ରାସ୍ତା ତିଆରି ହୋଇଛି ନା ଅଛି ପାଦଚଲା ରାସ୍ତା ନା ଅଛି ଗାଡ଼ି ପାର୍କିଂ ପାଇଁ ଯାଗା । ଏଠାରେ ବହୁ ବାର ଛୋଟ ଛୋଟ ଦୁର୍ଘଟଣା ଘଟିଥିବା ନଜିର ରହିଛି, କେତେବେଳେ ଯେ ଏକ ବଡ଼ ଦୁର୍ଘଟଣା ଘଟି ଧନ ଜୀବନ କ୍ଷତି ନ ପହଞ୍ଚିବ କିଏ କହିପାରେ । ମେଲଛାମୁଣ୍ଡା ବସଷ୍ଟାଣ୍ଡ ଠାରେ ଜମି ଅଧିଗ୍ରହଣ ପାଇଁ ଅନେକ ଥର ମାପ ହେଇଥିବା ବେଳେ ଜମି ଅଧିଗ୍ରହଣ ନହେବା ରହସ୍ୟ କିଛି ବୁଝା ପଡୁନି ।
ଠିକ ସେହିପରି ପଦ୍ମପୁର ପଟୁ ସର୍ଗିବାହାଲ କେନ୍ଦୁପତ୍ର ଗୋଦାମର ଟିକିଏ ଆଗକୁ ଗଲେ ଗୋଟିଏ ରାସ୍ତା ସରି ଯାଇ ସିଙ୍ଗଲ ଓ୍ବେ ରାସ୍ତାରେ ପରିଣତ ହୋଇଛି ଯେଉଁଥିପାଇଁ ଅନେକ ଥର ଦୁର୍ଘଟଣା ଘଟି ସାରିଛି । ଏମିତି ସୋହେଲା ରୁ ପଦ୍ମପୁର ପର୍ଯ୍ୟନ୍ତ ଅନେକ ଯାଗାରେ ରାସ୍ତା ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଛି । ଯାହାକି ୨୦୧୯ ରୁ ସମ୍ପୁର୍ଣ୍ଣ ହେବାକଥା ବିଭାଗୀୟ ଅଧିକାରୀ ମାନଙ୍କ ଉଦାସୀନତା ଯୋଗୁଁ ଏ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ହୋଇପାରିନାହିଁ ।
ତୁରନ୍ତ ଏ ସବୁ ଦିଗକୁ ଅନୁଧ୍ୟାନକରୀ ସୋହେଲା ରୁ ପଦ୍ମପୁର ପର୍ଯ୍ୟନ୍ତ ରାସ୍ତାକୁ ଅବିଲମ୍ବେ ସମ୍ପୁର୍ଣ୍ଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ବିଭାଗୀୟ ଅଧିକାରୀ ତଥା ବରଗଡ଼ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଅଞ୍ଚଳର ସଚେତନ ନାଗରିକ ମାନେ ଅନୁରୋଧ କରିଛନ୍ତି । ବରଗଡ଼ ଜିଲ୍ଲା ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା
ନିଶ୍ଚିତ ଏକ ବଡ଼ ଦୁର୍ଘଟଣାକୁ ସ୍ୱାଗତ ଜଣାଉଛି ବିଜୁ ଏକ୍ସପ୍ରେସ ଓ୍ବେ……!
Click for Any Complaint Regarding This News
AAA Online Services