ମାନବାର୍ କେ ପଡବା ଭାରତ୍ ସରକାର୍ ଆଣିଥିବାର୍ ଚାଷ୍ ବିଲ୍ କେ ଯୋରଦାର୍ ବିରୋଧ୍ କର୍ଲା ରାଜବୋଡାସମ୍ବର୍ କୃଷକ୍ ସଂଗଠନ୍

Advertisement
Advertisement
Click for Any Complaint Regarding This News
AAA Online Services

ବରଗଡ଼ କୃଷି କ୍ଷେତ୍ରରେ କମ୍ପାନି କରଣ ତଥା ନୂତନ ତିନି ଆଇନ କୁ ବିରୋଧ କରି ଆଜି ପଦ୍ମପୁର ଆର.ଏମ.ସି. ପଡିଆ ଠାରେ ରାଜବୋଡାସମ୍ବର କୃଷକ ସଂଙ୍ଗଠନ ଆହ୍ବାନ ରେ କୃଷକ ଚେତାବନୀ ବିକ୍ଷୋଭ ସହ ବିରାଟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାବେଶ ରେ ପଦ୍ମପୁର ଉପଖଣ୍ତ ର ବିଭିନ୍ନ ଅଂଚଳରୁ ଚାଷୀ ବହୁ ସଂଖ୍ୟାରେ ଯୋଗ ଦେଇଥିବା ବେଳେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ର ଚାଷୀ ସଂଗଠନ ମାନଙ୍କର ନେତୃ ମଣ୍ତଳୀ ମଧ୍ୟ ଯୋଗ ଦେଇଥିଲେ। ଚଳିତ କରୋନା ମହାମାରୀ କୁ ଦୃଷ୍ଟିରେ ରଖି ସଂଗଠନ ପକ୍ଷରୁ ଯୋଗ ଦାନ ପାଇଁ ଆସି ଥିବା ଚାଷୀ ମାନଙ୍କୁ ସେନିଟାଇଜର ସହ ମାସ୍କ ବଣ୍ଟନ କରା ଯାଇଥିଲା। ପରେ ଚାଷୀ ମାନଙ୍କୁ ନେଇ ପଦ୍ମପୁର ସହର ରେ ଏକ ବିଶାଳ ଶୋଭାଯାତ୍ରା ସହ ପଡିଆ ସ୍ଥିତ ସଭା ସ୍ଥଳୀ କୁ ପହଂଚି ନୁତନ କୃଷୀ ଆଧ୍ୟା ଦେଶ ବିଲ ଯଥା, କୃଷି ଜାତ ଦ୍ରବ୍ୟ ବିକ୍ରୟ କମିଟି ଆଇନ ୧୯୫୫ କୁ ସଂଶୋଧନ କରି କୃଷି ଜାତ ଦ୍ରବ୍ୟ ବେପାର ଓ ବାଣିଜ୍ୟ ପ୍ରୋତ୍ସାହନ ଏବଂ ସରଳିକରଣ ଆଇନ ୨୦୨୦ ଯୋଗୁଁ କମ୍ପାନି ମାନଙ୍କ ମନ ମୁଖୀ କିଣା ବିକା ବୃଦ୍ଧି ଏବଂ ମଣ୍ତି ବ୍ୟବସ୍ଥା ବାଧା ପ୍ରାପ୍ତ ହେବା, କୃଷକ ମାନଙ୍କ ସଶକ୍ତି କରଣ ଓ ସୁରକ୍ଷା ପାଇଁ ଚୁକ୍ତିଭିତ୍ତିକ ଦର ନିଶ୍ଚିତତା ଓ କୃଷି ସେବା ଆଇନ ୨୦୨୦ ଯୋଗୁଁ କୃଷି ଉପରେ ନିର୍ଭର ପ୍ରାୟ ୮୦% ମଧ୍ୟମ, କ୍ଷୁଦ୍ର ଓ ଭୁମି ହିନ ଚାଷୀ ବେରୋଜଗାର ହେବା, ଅତି ଆବଶ୍ୟକୀୟ ସାମଗ୍ରୀ ଆଇନ ଯୋଗୁଁ ଆଳୁ, ପିଆଜ, ଗହମ, ଧାନ, ଡାଲି ଆଦିର କମ୍ପାନୀ ଇଚ୍ଛା ଅନୁସାରେ କଳା ବଜାରୀ ବଢିବାର ସୁଯୋଗ ଥିବାରୁ ଚାଷୀ ମାନଙ୍କ ଅଧିକାର ପ୍ରତି ଏହା ବାଧା ସୃଷ୍ଟି କରିବ ବୋଲି ଉକ୍ତି ବାଢିବା ସହ ଏହା ବିରୋଧରେ ସଚେତନ ହେବା ପାଇଁ ଚାଷୀ ମାନଙ୍କୁ ବୁଝେଇଥିଲେ। ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତି ଆବାହକ ଅଶୋକ ପଧାନ, ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତି ପ୍ରବକ୍ତା ସରୋଜ, ରାଜବୋଡାସମ୍ବର କୃଷକ ସଂଗଠନ ର ଆବାହକ ଅଶୋକ ସାହୁ, ଲିଙ୍ଗରାଜ ପଧାନ, ଆଡଭୋକେଟ୍ ଅଜିତ ଶତପଥୀ ‌, ରୋହିତ ପଧାନ, ଦହିତ ପଧାନ ପ୍ରମୁଖ ଚାଷୀ ନେତା କାର୍ଯ୍ୟ କ୍ରମରେ ଯୋଗ ଦେଇ ଚାଷୀଙ୍କୁ ଉତ୍ସାହିତ କରିଥିଲେ।ଏ ଅବସରରେ ସାମାଜିକ କର୍ମି ଟୁଇଟର୍ ମାଷ୍ଟର ଶ୍ରୀ ଦିବସ କୁମାର ସାହୁ ଏବଂ ଟୁଇଟର କୁଇନ୍ ଦୀପା ବାରିକ ଙ୍କୁ ସମାଜ ସେବା କ୍ଷେତ୍ରର ପାରଦର୍ଶିତା ପାଇଁ ସମ୍ମାନିତ କରାଯାଇଥିଲା l ବରଗଡ଼ ଜିଲ୍ଲା ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା

Please Share

Leave a Reply

Your email address will not be published. Required fields are marked *