ଉପଯୁକ୍ତ ପତି ନିମନ୍ତେ ୧୦ ବିବାହ ତଥାପି ମିଳିନି ମନଲାଖି ସ୍ବାମୀ ; ୧୧ ତମ ସ୍ବାମୀ ପାଇଁ ଚାଲିଛି ଯୋଜନା

Advertisement
Advertisement
Click for Any Complaint Regarding This News
AAA Online Services

ଲୋକମାନେ  ବିବାହ କରିବା ପାଇଁ ଏବଂ ସେମାନଙ୍କ ସହିତ ନିଜର ଜୀବନ ବିତାଇବା ପାଇଁ ଏକ ଉପଯୁକ୍ତ ସାଥୀ ଖୋଜନ୍ତି l  କିନ୍ତୁ ଆମେରିକାର ଜଣେ ମହିଳା ଉପଯୁକ୍ତ ସ୍ବାମୀ ସନ୍ଧାନରେ ଏପର୍ଯ୍ୟନ୍ତ 10 ଥର ବିବାହ କରିଛନ୍ତି | ଆଶ୍ଚର୍ଯ୍ୟର କଥା, ସେ କେତେ ବିବାହ କରିଛନ୍ତି ଏବଂ ପରବର୍ତ୍ତୀ ସମୟରେ ସେ କେତେ ବିବାହ କରିବେ ସେଥିପ୍ରତି କେବେ ବି ଧ୍ୟାନ ଦିଅନ୍ତି ନାହିଁ। ଏହି 56 ବର୍ଷିୟ ମହିଳା ଏପର୍ଯ୍ୟନ୍ତ 10 ଥର ବିବାହ କରି ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ଏ ପର୍ଯ୍ୟନ୍ତ ନିଜ ମନର ମଣିଷ ମିଳିପାରି ନାହିଁ l ସୁଚନା ଅନୁଯାୟୀ ଏହି ମହିଳାଙ୍କ ନାମ କେସି ଓ ସେ ଆମେରିକାର ନ୍ୟୁୟର୍କ ସିଟି ନିବାସୀ l ସେ ଜଣେ ସଫଳ ବ୍ୟବସାୟୀ l ନିକଟରେ  ଆମେରିକାର ଏକ ପ୍ରସିଦ୍ଧ ଟିଭି ଶୋ କେସି ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋକପାତ କରିଥିଲେ l କେସି କହିଥିଲେ ଯେ ନିକଟ ଅତୀତରେ ସେ ଦଶମ ବିବାହ ସମାପ୍ତ କରିଛନ୍ତି କାରଣ ସେ ସମ୍ପର୍କକୁ ନେଇ ଖୁସି ନଥିଲେ ଓ ଏବେ ନିଜର ୧୧ ତମ ବିବାହ ନମନ୍ତେ ଉପଯୁକ୍ତ ବାର ଖୋଜୁଛନ୍ତି l

କେସି ଏହା ମଧ୍ୟ କହିଛନ୍ତି ଯେ ଏକ ପୁରୁଷ ସହ ତାଙ୍କର ସର୍ବାଧିକ ବୈବାହିକ ଜୀବନ ଅବଧି 8 ବର୍ଷ ଥିଲା ବେଳେ  ଓ ଏକ ପୁରୁଷ ସହ ତାଙ୍କର ସର୍ବନିମ୍ନ ବୈବାହିକ ଜୀବନ ଅବଧି  ମାତ୍ର ୬ ମାସ ଥିଲା l କେସିଙ୍କ ମତ ଅନୁସାରେ ଯେବେ ନିଜ ବୈବାହିକ ଜୀବନରେ ମତାନ୍ତର ଓ ମନାନ୍ତର ଆରମ୍ଭ ହୁଏ ସେତେବେଳେ ସେ ନିଜର ଅଗାମୀ ବିବାହ ନିମନ୍ତେ ବର ଖୋଜିବା ଆରମ୍ଭ କରନ୍ତି l କେସି ଅନୁଭବ କରନ୍ତି ଯେ ବର୍ତ୍ତମାନ ସେ ନିଜର ବର୍ତ୍ତମାନର ସ୍ବାମୀଙ୍କ ସହ ସମ୍ପର୍କ ବଜାୟ ରଖିବେ ନାହିଁ  ଓ ସେ ସିଧାସଳଖ ସ୍ବାମୀଙ୍କୁ କୁହନ୍ତି ଯେ ମୁଁ ଛାଡପତ୍ର ଚାହୁଁଛି କାରଣ ମୁଁ ଏହି ସମ୍ପର୍କରେ ଖୁସି ନୁହେଁ  l

Please Share

Leave a Reply

Your email address will not be published. Required fields are marked *