ସାହିତ୍ୟ ଜୀବନ ଇ-ପତ୍ରିକାର ଦଶହରା ବିଶେଷାଙ୍କ ପ୍ରକାଶ ପାଇଛି।ସମ୍ବଲପୁର ଜିଲ୍ଲା ତଥା ରେଢ଼ାଖୋଲ ଉପଖଣ୍ଡ ଆନୁକୁଲ୍ୟରେ ପ୍ରକାଶିତ ଦଶହରା ବିଶେଷାଙ୍କ ଇ-ପତ୍ରିକା ଗତ ଅକ୍ଟୋବର ୨୯ ତାରିଖ ଦିନ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଅନ୍ ଲାଇନ୍ ଯୋଗେ ପ୍ରକାଶିତ ହୋଇଛି । Facebook , Twitter , WhatsApp group , Instagram ଆଦି ସୋସିଆଲ ମିଡ଼ିଆ ଦ୍ଵାରା ଇ-ପତ୍ରିକା ଟି ଓଡ଼ିଆ ସାହିତ୍ୟ ର ପ୍ରଚାର ପ୍ରସାର ନିମନ୍ତେ ସହାୟକ ହୋଇଛି ।ଦଶହରା ବିଶେଷାଙ୍କ ଏହି ଲିଙ୍କ ରେ କ୍ଲିକ କରି ସଂଗ୍ରହ କରିପାରିବେ ।https://bit.ly/dussehra_oct
ସାହିତ୍ୟ ଜୀବନ ୱେବସାଇଟ https://www.sahityajibana.in ରେ ସମସ୍ତ ଇ-ପତ୍ରିକା ଗୁଡିକ ସ୍ଥାନ ଦିଆଯାଇଛି । ସମସ୍ତ ଇ-ପତ୍ରିକା ଗୁଡିକ ସାହିତ୍ୟ ଜୀବନ ୱେବସାଇଟ ରୁ ନିଶୁଳ୍କ ରେ ସଂଗ୍ରହ କରିପାରିବେ । ସାହିତ୍ୟ ଭିତ୍ତିକ ପ୍ରତିଯୋଗିତା ରେ ମଧ୍ୟ ଭାଗ ନେଇପାରିବେ । ସମ୍ପାଦକ ଯୋଗେଶ୍ୱର ଲୁହା ଏବଂ ପରିଚାଳନା ସମ୍ପାଦିକା ଶ୍ରୀମତୀ ରୀତା ଅପରାଜିତା ମହାନ୍ତି , ସଭାପତି ଶ୍ରୀଯୁକ୍ତ ନବୀନ ପଧାନ , ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ନରୋତ୍ତମ ପାତ୍ର , ଉପଦେଷ୍ଟା ଶ୍ରୀଯୁକ୍ତ ଡମ୍ବରୁଧର ବେହେରା ଏବଂ ଶ୍ରୀଯୁକ୍ତ ଶିବ ଶଙ୍କର ସାହୁ ଏବଂ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ସାହୁ ସହ ଅନ୍ୟ ସଦସ୍ୟ ସଦସ୍ୟା ଙ୍କ ସହଯୋଗ କ୍ରମେ ଦଶହରା ବିଶେଷାଙ୍କ ଇ-ପତ୍ରିକା ଟି ମା ଦୁର୍ଗାଙ୍କ ନିକଟରେ ସମର୍ପିତ ହୋଇଛି । ଶେଷରେ ପ୍ରତିଷ୍ଠାତା ପବିତ୍ର ବେହେରା ସମସ୍ତ ସାରସ୍ଵତ ସାହିତ୍ୟ ପ୍ରେମୀ ଙ୍କୁ ଦଶହରା ଉପଲକ୍ଷେ ଶୁଭେଚ୍ଛା ସହ ଅଭିନନ୍ଦନ ଏବଂ ଧନ୍ୟବାଦ ଜ୍ଞାପନ କରିଛନ୍ତି ।