ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ

Advertisement
Advertisement
Click for Any Complaint Regarding This News
AAA Online Services

ଗାଙ୍ଗପୁର , ଗତ କାଲି ସନ୍ଧ୍ୟା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବାରଟା ଗ୍ରାମର ଅଭିମନ୍ୟୁ ଗୌଡ(57) ନିଜ ସାଇକେଲ୍ ଯୋଗେ କ୍ଷତ୍ରିୟବରପୁର ପଟୁ ନିଜ ଗ୍ରାମକୁ ଫେରୁଥିବା ସମୟରେ ଆମ୍ବଡୋଳି ଛକ ନିକଟସ୍ଥ ଅଳସୁଆ ଶଙ୍ଖ ଠାରେ କୌଣସି ଏକ ଅଜଣା ଗାଡ଼ି ତାଙ୍କୁ ପଛପଟୁ ଧକ୍କା ଦେଇ ଚାଲିଯାଇଥିଲା I ସ୍ଥାନୀୟ କିଛି ଲୋକ ଘଟଣା ସ୍ଥଳକୁ ଯାଇ ଦେଖିଲା ବେଳକୁ ଅଭିମନ୍ୟୁଙ୍କ ମୁଣ୍ଡଟି ଚାପି ହୋଇଯିବା ସହ ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା Iଦୁର୍ଘଟଣା ବିଷୟରେ ଗାଙ୍ଗପୁର ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଏକ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି I ପୋଲିସ୍ ଘଟଣା ସ୍ଥଳରୁ ଏକ ଭଙ୍ଗା ଦର୍ପଣ ପାଇ ସନ୍ଦେହ କରୁଛି ଯେ କୌଣସି ଏକ ଚାରି ଚକିଆ ଗାଡ଼ି ପ୍ରଥମେ ଅଭିମନ୍ୟୁଙ୍କ ସାଇକେଲ୍ କୁ ଧକ୍କା ଦେବା ଫଳରେ ସେ ତଳେ ପଡ଼ିଯିବା ପରେ ତାଙ୍କ ମୁଣ୍ଡ ଉପରେ ଗାଡ଼ିର ଚକା ମାଡି ଯାଇଛି Iପ୍ରକାଶ ଥାଉ କି ମୃତ ଅଭିମନ୍ୟୁ ଏକ ଗରୀବ ଶ୍ରେଣୀର ଲୋକ ହୋଇଥିବା ବେଳେ ତାଙ୍କ ମୃତ୍ୟୁ ପରେ ସ୍ଵର୍ଗତ ଗୌଡଙ୍କ ପରିବାର ସମ୍ପୂର୍ଣ୍ଣ ବେସାହାରା ହୋଇ ପଡିଛି I ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ରୁ ବରିଷ୍ଟ ସମ୍ବାଦିକ ଶିବରାମ ଚୌଧୁରୀରିପୋର୍ଟ

Please Share

Leave a Reply

Your email address will not be published. Required fields are marked *