୨୯.୦୯.୨୦୧୯ ମୁଖ୍ୟ ଖବର 

Advertisement
Advertisement
Click for Any Complaint Regarding This News
AAA Online Services

୨୯.୦୯.୨୦୧୯ ମୁଖ୍ୟ ଖବର

(କ୍ରାନ୍ତି ଓଡ଼ିଶା)

ଜାତିସଂଘର ସାଧାରଣ ଅଧିବେଶନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବକ୍ତବ୍ୟକୁ ଭାରତ କଠୋର ସମାଲୋଚନା କରିଛି, ଅନ୍ୟକେହି ସେମାନଙ୍କ ତରଫରୁ କଥା ହେଉ ଏହା ଦେଶର ନାଗରିକମାନେ କେବେ ମଧ୍ୟ ଚାହାଁନ୍ତି ନାହିଁ।

ଆମେରିକା କହିଛି ଭାରତ ଓ ଆମେରିକାର ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଗତ କିଛିବର୍ଷ ମଧ୍ୟରେ ଏଥିରେ ଯଥେଷ୍ଟ ଉନ୍ନତି ଘଟିଛି।

ଜାତିସଂଘର ସାଧାରଣ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀଙ୍କର ଐତିହାସିକ ବକ୍ତବ୍ୟ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତଥା ଅନ୍ୟାନ୍ୟ ନେତାମାନେ ଏଭଳି ପ୍ରଭାବଶାଳୀ ଉଦ୍‍ବୋଧନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ବ୍ରହ୍ମପୁର ଉପକଣ୍ଠ ଗୋଳାବନ୍ଧ ସ୍ଥିତ ଆର୍ମି ଡିପେନ୍ସ କଲେଜକୁ ‘ସ୍ବତନ୍ତ୍ର କଲର ସମ୍ମାନ’ ପ୍ରଦାନ ଉତ୍ସବରେ ଯୋଗ ଦେଇଛନ୍ତି।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମୁମ୍ବାଇରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଡିଜେଲ ଓ ବିଦ୍ୟୁତ୍‍ ଚାଳିତ ବୁଡ଼ାଜାହାଜ ଆଇଏନ୍‍ଏସ୍‍ ଖଣ୍ଡେରୀକୁ ନୌସେନାରେ ସାମିଲ କରିଛନ୍ତି।

ଜାମ୍ମୁ କାଶ୍ମୀରର ଗାନ୍ଦରବଲ ଜିଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି।

ଉତ୍ତର ଭାରତରେ ପ୍ରବଳ ବର୍ଷା ଯୋଗୁଁ ୟୁପି ସମେତ ଅନ୍ୟାନ୍ୟ ରାଜ୍ୟରେ ଭୟଙ୍କର ବିତ୍ପାତ ସୃଷ୍ଟି ହୋଇଛି। ପ୍ରବଳବର୍ଷା କାରଣରୁ ୩ ଦିନ ମଧ୍ୟରେ କେବଳ ଉତ୍ତରପ୍ରଦେଶରେ ୫୫ ଜଣଙ୍କ ମୃତ୍ୟୁ ହୋଇଛି ।

ବିନା କାରଣରେ କାଗଜପତ୍ର ଯାଞ୍ଚ ପାଇଁ ଗାଡ଼ି ଚାଳକମାନଙ୍କୁ ନ ଅଟକାଇବା ପାଇଁ ଉତ୍ତର ପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ଓମ୍‍ ପ୍ରକାଶ ସିଂହ ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ପୁଲିସକର୍ମୀ କେବଳ ଟ୍ରାଫିକ୍‍ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ଲାଇସେନ୍ସ ଯାଞ୍ଚ କରନ୍ତୁ।

ଦେଶର ଏକତା, ଅଖଣ୍ଡତା ସ ସାର୍ବଭୌମତ୍ବ ବଜାୟ ରଖିବାରେ ସେନା ବାହିନୀର ଗୁରୁତ୍ବପୂର୍ଣ୍ଣ ଯୋଗଦାନକୁ ରାଷ୍ଟ୍ରପତି ସ୍ମରଣ କରିଛନ୍ତି।

କେନ୍ଦ୍ରାପଡ଼ାର ଗରାପୁର ଅଞ୍ଚଳରେ ପୁଲିସ ଏନକାଉଣ୍ଟରରେ ଶନିବାର ଦୁର୍ଦ୍ଦାନ୍ତ ଅପରାଧୀ ହୃଷିକେଶ ମଲ୍ଲିକ ଆହତ ହୋଇଥିବା ଜଣାପଡ଼ିଛି।

ନେପାଳରେ ଶନିବାର ସକାଳେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ସକାଳ ପ୍ରାୟ ସାଢେ ୧୦ଟାରେ ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହା ତୀବତ୍ରା ୪.୧ ରେକର୍ଡ କରାଯାଛି।

Please Share

Leave a Reply

Your email address will not be published. Required fields are marked *