ପାଟଣାଗଡ଼ : ପାଟଣାଗଡ଼ ଏକ ବ୍ୟସ୍ତ ବହୁଳ ସହର ଏଠାରେ ଦୈନନ୍ଦିନ ହଜାର ହଜାର ଯାନ ବାହାନ ସହ ହଜାର ହଜାର ଯାତ୍ରୀ ଯାତାୟାତ କରୁଛନ୍ତି । ପାଟଣାଗଡ଼ ବ୍ରହ୍ମପୁରା ରୁ ରାମପୁର ପର୍ଯ୍ୟନ୍ତ ଯେଉଁଭଳି ରାସ୍ତା ର ଅବସ୍ଥା ଖରାପ ହୋଇ ମରଣଜନ୍ତା ପାଲଟିଛି ଦୈନନ୍ଦିନ ଯାତ୍ରୀମାନେ ଦୁର୍ଘଟଣା ର ଶିକାର ହେଉଛନ୍ତି ଓ ବିଗତ ଦିନରେ କେତେକ ଦୁର୍ଘଟଣା ହୋଇ ମୃତ୍ୟୁ ମୁଖରେ ପଡିଛନ୍ତି । ଏ ବିଷୟରେ ପ୍ରଶାସନ ଓ ରାଜନେତାଙ୍କୁ ବାରମ୍ବାର ଆପତ୍ତି ଅଭିଯୋଗ କଲେ ସୁଦ୍ଧା ସେମାନଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିନହିଁ । ଏହି ରାଜରାସ୍ତା ରେ ପ୍ରତ୍ୟହ ସେହି ପ୍ରଶାସନ ସେହି ରାଜନେତା ମାନେ ଯାତାୟାତ କରୁଥିଲେ ମଧ୍ୟ ସେମାନଙ୍କ ର ଦୃଷ୍ଟି ଗୋଚର ନହେବା ଦୁଃଖର ବିଷୟ । ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି ଆମେ କେତେ ଥର ସ୍ୱାଧୀନ ହେଲେ ଯାଇ ଆମ ମୌଳିକ ଅସୁବିଧା ର ସମାଧାନ ହେବ ।
କିନ୍ତୁ ପ୍ରଶାସନ ଓ ରାଜନେତାଙ୍କ ପ୍ରତିଶୃତି କୁ ଅପେକ୍ଷା ନକରି ଆଜି ସେବା ଚେରିଟେବୁଲ ଟ୍ରଷ୍ଟ ର ସଦସ୍ୟ ମାନେ ସ୍ବେଚ୍ଛାକୃତ ଭାବେ ଶ୍ରମଦାନ କରି ରାସ୍ତା ମରାମତି କାର୍ଯ୍ୟ ହାତକୁ ନେଇ ରାସ୍ତା କାର୍ଯ୍ୟ ସମ୍ପନ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ କୁ ଜନସାଧାରଣ ରେ ବେଶ ପ୍ରଶଂସା କରୁଛନ୍ତି l ବଲାଙ୍ଗୀର ଜିଲ୍ଲରୁ ମନବୋଧ ବରିହା ଙ୍କ ରିପୋର୍ଟ କ୍ରାନ୍ତି ଓଡ଼ିଶା l
ପାଟଣାଗଡ଼ ବ୍ରମହପୁରା ରୁ ରାମପୁର ପର୍ଯ୍ୟନ୍ତ ରାସ୍ତା ମରାମତି କାର୍ଯ୍ୟ କଲା ସେବା ଚେରିଟେବୁଲ ଟ୍ରଷ୍ଟ
Click for Any Complaint Regarding This News
AAA Online Services