ମାଲ ଛାଡିଲେ ସବୁକାର୍ଯ୍ୟ ସମ୍ଭବ !

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁର-ଛୋଟ ପିଲା କିମ୍ବା ଗର୍ଭବତୀ ମାଁ ମାନେ ପୁଷ୍ଟି ହିନତାର ଶୀକାର ନ ହେବା ପାଇଁ ସରକାର ବିନା ମୂଲ୍ୟରେ ଛତୁଆ ବଣ୍ଟନ କରୁଛନ୍ତି । ସ୍ବୟଂ ସହାୟକ ଗୋଷ୍ଠୀ ମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ସରକାର ଛତୁଆ ତିଆରି ତଥା ବଣ୍ଟନ ପାଇଁ ଦାୟିତ୍ୱ ଦେଇଛନ୍ତି । ସେହି ସ୍ବୟଂ ସହାୟକ ଗୋଷ୍ଠୀ ଚୟନ ପାଇଁ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ସି.ଡି.ପି.ଓ. କାର୍ଯ୍ୟାଳୟ ତରଫରୁ ଗତ ତା ୨୮.୦୨.୨୦ ୨୦ ରିଖ ନୋଟିସ ପ୍ରକାଶ ପାଇ ପାଇକମାଲ ବ୍ଲକର ମହିଳା ସ୍ଵୟଂ ସହାୟୀକା ଗୋଷ୍ଠୀ ମାନଙ୍କୁ ସାଧା କାଗଜରେ ଆବେଦନ କରିବାକୁ ନିମନ୍ତ୍ରଣ କରାଯାଇଥିଲା ଏବଂ ଆବେଦନର ଅନ୍ତିମ ତାରିଖ ୧୫.୦ ୩. ୨୦୨୦ ବୋଲି ଉଲ୍ଲେଖ କରାଯାଇଥିଲା । ଏହି ଚୟନ ପ୍ରକ୍ରିୟାରେ ଅଠର ଗୋଟି ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ ହୋଇଥିଲେ ।ଏହି ଛତୁଆ ତିଆରି ତଥା ବଣ୍ଟନ ପାଇଁ ଅନୁମତି ପାଇବା ପାଇଁ ଗୋଟିଏ ସ୍ବୟଂ ସହାୟକ ଗୋଷ୍ଠୀ ପାଖରେ ନିଜସ୍ବ ଛତୁଆ ତିଆରି ଘର,ଗୋଦାମ ଘର ତଥା ଛତୁଆ ପ୍ରସ୍ତୁତ ପାଇଁ ଭଜା ଓ ପେସା ମେସିନ ରହିଥିବା ଦରକାର । ଜୟ ମାଁ ଦୁର୍ଗା ସ୍ବୟଂ ସହାୟକ ଗୋଷ୍ଠୀ ପାଇକମାଲ ଏବଂ ମାଁ ସମଲେଶ୍ବରୀ ସ୍ବୟଂ ସହାୟକ ଗୋଷ୍ଠୀ ଗୋଇବାହାଲୀ ଛତୁଆ ତିଆରି ପାଇଁ ଚୟନ ହୋଇଥିବା ସୂଚନା ଅଧିକାର ଆଇନ ଦ୍ବାରା ଅନ୍ୟାନ୍ୟ ସ୍ବୟଂ ସହାୟକ ଗୋଷ୍ଠୀ ଜାଣି ପାରିଥିଲେ ।ଏହି ଚୟନ ପ୍ରକ୍ରିୟା ସାତ ଜଣ ଅଧିକାରୀ ଙ୍କୁ ନେଇ ଗଠିତ ,ଯେଉଁଠି ପାଇକମାଲ ବି.ଡ଼ି.ଓ ଚେୟାରମ୍ୟାନ, ପାଇକମାଲ ସି.ଡି.ପି.ଓ ଏହି କମିଟିର କନଭେନର ସଦସ୍ୟ ଏବଂ ପାଇକମାଲ ତହସିଲଦାର, ପାଇକମାଲ ପି.ଏଚ୍.ସି ରମେଡିକାଲ ଅଫିସର,ବି.ଏସ.ଏସ.ଓ ପାଇକମାଲ,ଡବ୍ଲୁ.ଇ.ଓ ପାଇକମାଲ ଓ ଏମ.ଆଇ ପାଇକମାଲ ସଦସ୍ୟ ଅଟନ୍ତି । ଅନ୍ୟାନ୍ୟ ସ୍ବୟଂ ସହାୟକ ଗୋଷ୍ଠୀ ଙ୍କ ଅଭିଯୋଗ ଅନୁସାରେ ଛତୁଆ ତିଆରି ପାଇଁ ଚୟନ ହୋଇଥିବା ସ୍ବୟଂ ସହାୟକ ଗୋଷ୍ଠୀ ଯେଉଁ ବିଲ ଦେଇଛନ୍ତି ସେହି ବିଲ ଗୁଡିକ ମିଥ୍ୟା ବିଲ ଏବଂ ସରକାରୀ ବାବୁଙ୍କ ସହ ସଲାସୁତରା କରି ଏହି ସ୍ବୟଂ ସହାୟକ ଗୋଷ୍ଠୀ ଜାଲିଆତି କରି ଛତୁଆ ତିଆରି ହାତେଇଥିବା ଅଭିଯୋଗ କରିଛନ୍ତି । ଏହି ସବୁ ବିଷୟରେ ଲିଖିତ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପାଇକମାଲ ବି.ଡ଼ି.ଓ ଜରିଆରେ ଅନ୍ୟାନ୍ୟ ସ୍ବୟଂ ସହାୟକ ଗୋଷ୍ଠୀ ମାନେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।ଏହି ଦୁର୍ନୀତିର ପୁଂଖାନୁପୁଙ୍ଖ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ନଚେତ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ତାଙ୍କ ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି । ବରଗଡ଼ ଜିଲ୍ଲା ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା

Please Share

Leave a Reply

Your email address will not be published. Required fields are marked *