କ୍ରାନ୍ତି ଓଡ଼ିଶାର ମହା ପ୍ରଭାବ : ବଦଲିଲା ସ୍ୱାସ୍ଥ୍ୟ କେନ୍ଦ୍ରର ଚିତ୍ର ; କେବେ ଆସିବେ ସ୍ୱାସ୍ଥ୍ୟ କର୍ମୀ ଦେଖିବାକୁ ରହିଲା ବାକି

Advertisement
Advertisement
Click for Any Complaint Regarding This News
AAA Online Services

ସୁନ୍ଦରଗଡ:-( ଦେବଲୋଚନ କୁମୁରା) ପୁଣିଥରେ କ୍ରାନ୍ତି ଓଡ଼ିଶାର ମହା ପ୍ରଭାବ। ହଁ ଆଜ୍ଞା ଆପଣ ମାନେ ଠିକ ଶୁଣିଛନ୍ତି ,ଆମେ ସବୁବେଳେ ଲୋକଙ୍କ ସମସ୍ୟା କୁ ଲୋକ ଲୋଚନ କୁ ଆଣିଥାଉ ଓ ବିଭାଗୀୟ ଅଧିକାରୀ ଙ୍କ ପ୍ରତିକ୍ରିୟା ଅନୁସାରେ ଖବର ପ୍ରକାଶ କରି ଥାଉ ନିରପେକ୍ଷ ,ନିର୍ଭୀକ ଓ ନିର୍ଭୁଲ ଭାବରେ ଏହାହିଁ ହେଉଛି ଆମର ଧର୍ମ । ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସଧାରଣ ଲୋକଙ୍କ ପାଇଁ ନିର୍ମାଣ କରୁଛନ୍ତି ସ୍ୱାସ୍ଥ୍ୟ କେନ୍ଦ୍ର ଓ ନିଯୁକ୍ତି ମଧ୍ୟ କରା ଯାଉଛି ସ୍ୱାସ୍ଥ୍ୟ କର୍ମୀ କିନ୍ତୁ ଅନେକ ଜାଗାରେ ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ କର୍ମୀ ମାନେ ଉପସ୍ଥିତ ରହୁ ନଥିବାର ଖବର ଦେଖିବାକୁ ମିଳିଥାଏ ।

ଏ ଅଂଚଳ ସୁନ୍ଦରଗଡ ର ସୀମାନ୍ତ ହୋଇ ଥିବାରୁ ବିଭିନ୍ନ କ୍ଷେତ୍ରରେ ସରକାରୀ ଅଧିକାରୀ ମାନେ ଅବହେଳା କରୁଥିବାର ଜନସାଧାରଣ ଅଭିଯୋଗ କରନ୍ତି।କିଛି ଦିନ ପୂର୍ବରୁ କ୍ରାନ୍ତି ଓଡ଼ିଶାରେ ଖବର ପ୍ରକାଶ ପାଇଥିଲା ଯେ ସୁନ୍ଦରଗଡ ଜିଲ୍ଲା ର ମଝାପରା CHC ଅନ୍ତର୍ଗତ ବିଜାଡ଼ିହି ଉପ ସ୍ୱାସ୍ଥ୍ୟକେନ୍ଦ୍ର ଟି ଭୁତ କୋଠି ପାଲଟି ଥିବାର ଓ ଫୋଟୋ ଚିତ୍ର ବୟାନ କରୁଥିଲା କି ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇ ରହିଥିବାର , କିନ୍ତୁ ବାସ୍ତବରେ ଏଠି ଜଣେ ANM ଦିଦି କାର୍ଯ୍ୟ ରତ ଅଛନ୍ତି ଓ ଅନେକ ଗୁଡିଏ କାରଣ ଯୋଗୁଁ ଅନୁପସ୍ଥିତ ରାହୁଥିବା କଥା  ସ୍ୱୀକାର ମଧ୍ୟ କରିଛନ୍ତି l ANM ଦିଦିଙ୍କ ଅନୁସାରେ  ଅନେକ ସମୟରେ ନିଶା ଗ୍ରସ୍ତ ଲୋକେ ଯାଇ ଟଙ୍କା ମାଗିବା ଘଟଣା ଘଟିଛି l ତା ସହିତ ବିଦ୍ୟୁତ ସଂଯୋଗ ଓ ପାଣିର ସମସ୍ୟା ମଧ୍ୟ ରହିଥିବା ଯୋଗୁ ଏଠାରେ ରହିବା ସମ୍ଭବପର ହେଉ ନାହିଁ l ତାଙ୍କ କହିବା ଅନୁଯାୟୀ ଏ ଅଂଚଳରେ କୋଉଠି ନା କୋଉଠି ନିଶା ଦ୍ରବ୍ୟ ବ୍ୟବସାୟ ବଢୁଥିବାର ସନ୍ଦେହ ସୃଷ୍ଟି ହେଉଛି l  ଏବେ ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ କେନ୍ଦ୍ରର ଚିତ୍ର ବଦଳି ଯାଇଛି। ସାଧାରଣତଃ ସ୍ୱାସ୍ଥ୍ୟ ଉପକେନ୍ଦ୍ର ରେ ସ୍ୱାସ୍ଥ୍ୟ କର୍ମୀ ଙ୍କ ରହିବାର ନିୟମ ରହିଛି ଓ ଏ ଅଞ୍ଚଳର ଜନ ସାଧାରଣ କେତେ ଦିନ ପର୍ଯ୍ୟନ୍ତ ପ୍ରାଥମିକ ଚିକିତ୍ସା ପାଇ ବାରୁ ବଂଚିତ ରହୁଛନ୍ତି ତାହା ଏକ ବଡ ବିଷୟ ଓ ସ୍ବାଧିନତା ର ଏତେ ବର୍ଷ ପରେ ଆଉ କେତେଦିନ ଏଠାକାର ଜନସାଧାରଣ ଏହି ଭଳି ଅବ୍ୟବସ୍ଥାର ସମ୍ମୁଖୀନ ହେଉଥିବେ ତାହା ଦେଖିବାକୁ ବାକି ରହିଲା l ଦେଖିବାକୁ ରହିଲା ବିଭାଗୀୟ ଅଧିକାରୀ କଣ ପଦକ୍ଷେପ ନେଉଛନ୍ତି। ଏପଟେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏ ଘଟଣା ର ତଦନ୍ତ ନିର୍ଦ୍ଦେଶ ମଝାପରା CHC ଦାୟିତ୍ୱ ରେ ଥିବା ଅଧିକାରୀଙ୍କୁ ଦେଇଥିବା ସୂଚନା ଦେଇଛନ୍ତି l  ଏହାକୁ ଆଧାର କରି ଆମେ ମଝାପରା CHC ଦାୟିତ୍ୱ ରେ ଥିବା ଅଧିକାରୀ ଙ୍କୁ ଅଲଗା ଅଲଗା ସମୟରେ call କରିଥୀଲୁ କିନ୍ତୁ କିଛି ପ୍ରତିକ୍ରିୟା ମିଳି ପାରି ନାହିଁ ।

Please Share

Leave a Reply

Your email address will not be published. Required fields are marked *