ପଦ୍ମପୁର:-ଦୁର୍ନିତି ସପ୍ତାହ ପାଳନ ଅବସରରେ ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରର ରେ ଥିବା ସଭାଗୃହ ଠାରେ ଆଜି ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏହି କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ କୁମାର ଦରୱlନ ଯୋଗଦାନ କରି କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ତଥା କର୍ମଚାରୀ ମାନଙ୍କୁ ଦୁର୍ନୀତି ନିବାରଣ କରିବା ସକାଶେ ଶପଥ ପାଠ କରାଇଥିଲେ lପ୍ରାରମ୍ଭେ ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଦୁର୍ନୀତି ନିବାରଣ ସପ୍ତାହ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ l ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା ପଦ୍ମପୁର
ଦୁର୍ନୀତିଗ୍ରସ୍ତ କର୍ମଚାରୀ ଙ୍କୁ ବରଦାସ୍ତ କରାଯିବ ନାହିଁ-ତନ୍ମୟ କୁମାର ଦରୱlନ
Click for Any Complaint Regarding This News
AAA Online Services