ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ ରାଜ୍ୟ ନେତା କେଶୁଭାଇ ପଟେଲଙ୍କ ଦେହାନ୍ତ ହୋଇଛି। ଗୁରୁବାର ସକାଳେ ଶ୍ୱାସ ନେବାରେ ଅସୁବିଧା ହେବା ପରେ କେଶୁଭାଇ ପଟେଲଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମରତ୍ୟୁ ବେଳକୁ କେଶୁଭାଇ ପଟେଲଙ୍କୁ 92 ବର୍ଷ ବୟସ ହୋଇଥିଲା। ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନି କେଶୁଭାଇ ପଟେଲଙ୍କ ପରିବାର ସହ କଥା ହୋଇ ଦୁଃଖ ପ୍ରକାଶ କରିଛନ୍ତି।କେଶୁଭାଇ 2 ଥର ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ। ସେପ୍ଟେମ୍ବର 30 ରେ, ସେ ସୋମନାଥ ମନ୍ଦିର ଟ୍ରଷ୍ଟର ପୁନଃ ନିର୍ବାଚିତ ହୋଇଥିଲେ। ରାଜନୈତିକ ସତ୍ତା ପରିବର୍ତ୍ତନ ହେତୁ ହେତୁ କେଶୁଭାଇ ଉଭୟ ଥର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ପୂରଣ କରିପାରି ନଥିଲେ। 2001 ରେ, ନରେନ୍ଦ୍ର ମୋଦୀଙ୍କ ତାଙ୍କ ସ୍ଥାନରେ ସିଏମ୍ ଭାବରେ ଶପଥ ଗ୍ରହଣ କରିଥିଲେ। ମୋଦୀ ତାଙ୍କୁ ନିଜର ରାଜନୈତିକ ପରାମର୍ଶଦାତା ମଧ୍ୟ ବିବେଚନା କରନ୍ତି।
ଗୁଜରାଟର ଦୁଇଥର ମୁଖ୍ୟମନ୍ତ୍ରୀ ତଥା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜନୈତିକ ଗୁରୁ କେଶୁଭାଇ ପଟେଲଙ୍କ ଦେହାନ୍ତ
Click for Any Complaint Regarding This News
AAA Online Services