ଯବାନ ଓ ମାଓବାଦୀଙ୍କ ମଧ୍ଯରେ ଗୁଳିବିନିମୟ : ବିପୁଳ ପରିମାଣରେ ମାଓ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଉଦ୍ଧାର

Advertisement
Advertisement
Click for Any Complaint Regarding This News
AAA Online Services

ମାଲକାନଗିରି :ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳ ନିକଟସ୍ଥ ଭୀମାରାମ ସଂରକ୍ଷିତ ଜଙ୍ଗଲରେ ଯବାନମାନେ କମ୍ବିଂ ଅପରେସନ କରିବା ସମୟରେ ମାଓବାଦୀଙ୍କ ସହ ଦୀର୍ଘ ସମୟ ଧରି ଗୁଳି ବିନିମୟ ହେବା ସହ ମାଓ କ୍ଯାମ୍ପ ଠାବ ହୋଇଥିଲା l ଯବାନମାନେ ବହୁ ମାରାଣାସ୍ତ୍ର ସହ ଗୁଡାଏ ମାଓ ସାମଗ୍ରୀ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ l

ସ୍ବାଭିମାନ ଅଞ୍ଚଳର ଜଙ୍ଗଲରେ ମାଓ କ୍ଯାମ୍ପ ରହିଥିବା ମାଲକାନଗିରି ପୋଲିସ ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ମାଲକାନଗିରି ଏସଓଜି,ଡିଭିଏଫ,ବିଏସଏଫ ଯବାନ ଏବଂ ଆନ୍ଧ୍ର ପୋଲିସଙ୍କ ମିଳିତ ଉଦ୍ଯମରେ ସ୍ବଭିମାନ ଅଞ୍ଚଳର ଗୁନାମାମଡି ଗ୍ରାମ ନିରଟସ୍ଥ ଭୀମାରାମ ସଂରକ୍ଷିତ ଜଙ୍ଗଲ ମଧ୍ଯରେ ଯବାନମାନେ ପ୍ରବେଶ କରି
କମ୍ବିଂ ଅପରେସନ ଜାରି କରିଥିଲେ l ଯବାନମାନେ ଜଙ୍ଗଲରେ ପ୍ରବେଶ କରି ସର୍ଚ୍ଚ ଅପରେସନ କରବା ଜାଣି ପାରି ମାଓବାଦୀମାନେ ଧୂଆଁଧାର ଫାଇରିଂ ଚଳାଇଥିବା ବେଳେ ଯବାନମାନେ ମଧ୍ଯ କଡା ମୁକାବିଲା କରି ପାଲଟା ଗୁଳି ଚାଣନା କରିଥିଲେ l ପ୍ରାୟ ୩ ଘଣ୍ଟା ପର୍ଯ୍ଯନ୍ତ ଏହି ଗୁଳି ବିନିମୟ ପରେ ମାଓବାଦୀମାନେ ଘନ ଜଙ୍ଗଲରେ ଛତ୍ରଭଙ୍ଗ ଦେଇଥିଲେ l ଉଭୟ ମାଓବାଦୀ ଏବଂ ଯବାନଙ୍କ ମଧ୍ଯରେ ଗୁଳି ବିନିମୟ ହୋଇଥିଲେ ମଧ୍ଯ କୌଣସି ମୃତାହତ ହେବାର ସୂଚନା ମିଳିନାହିଁ l ତେବେ ଯବାନମାନେ ଏକ ମାଓ କ୍ଯାମ୍ପ ଠାବ କରିବା ସହ ବିପୁଳ ପରିମାଣର ମାଓ ଅସ୍ତ୍ର ଶସ୍ତ୍ର ଏବଂ ଗୁଡାଏ ମାଓ ସାମଗ୍ରୀ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ l ସେଗୁଡିକ ହେଲା ଆଇଡି-ଗୋଟାଏ,୭.୬୨ ଏମଏମ ଏସଏଲଆର ଲାଇଭ ରାଉଣ୍ଡ-୧୧ଟି,୭.୬୨ ଏମଏମ ଏକେ ରାଉଣ୍ଡ-୪ଟି, ୫.୫୬ ଏମଏମ (ଆଇଏନଏସଏଏସ) ରାଉଣ୍ଡ ଗୋଟାଏ, ଏସଏଲଆର ମ୍ଯାଗଜିନ-ଗୋଟାଏ , ଡିନୋନେଟର-୩୨ଟି,କ୍ଯାମେରା-ଗୋଟାଏ, ରେଡିଓ-ଗୋଟାଏ,କିଟ୍ ବ୍ଯାଗ/ଟିଫନ୍ କ୍ଯାରେଜ-୧୧ଟି, ମାଓମାଦୀ ୟୁନିଫର୍ମ ପୋଷାକ-୩ ହଳ, ମାଓ ପୁସ୍ତକ,ବାସନ କୁସନ,ଔଷଧ,ଦୈନିକ ବ୍ଯବହୃତ ଦ୍ରବ୍ୟସହ ପୋଷାକ ପରିଛେଦ ଯବାନମାନେ ଜବତ କରିଥିଲେ lତେବେ ମାଓ ଅସ୍ତ୍ର ଶସ୍ତ୍ରଗୁଡିକ ଆଗାମୀ ଦିନରେ ପୋଲିସ,ବିଏସଏଫ ଯବାନଙ୍କ ବିରୁଦ୍ଧରେ ପ୍ରୟୋଗ କରାଯାଇଥାନ୍ତା ବୋଲି ଆଶଙ୍କା କରାଯାଉଛି l ମାଲକାନଗିରିରୁ ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକଙ୍କ ରିପୋର୍ଟ l

Please Share

Leave a Reply

Your email address will not be published. Required fields are marked *