ପ୍ରମୋଦ ପ୍ରସାଦ ହତ୍ୟାକାଣ୍ଡର ୨ ଅଭିଯୁକ୍ତ ଗିରଫ

Advertisement
Advertisement
Click for Any Complaint Regarding This News
AAA Online Services

ବୌଦ୍ଧ (ସହଦେବ ମେହେର) ,ଗତ ୧୧ ତାରିଖ ଠାରୁ ନିଖୋଜ ଥିବା ମୋବାଇଲ ଦୋକାନୀ ରାଜା ଓରଫ୍‌ ପ୍ରମୋଦ ପ୍ରସାଦଙ୍କ ନିଖୋଜ ମାମଲା ଉପରୁ ପରଦା ହଟାଇବାରେ ବୌଦ୍ଧ ପୋଲିସକୁ ସଫଳତା ମିଳିଛି । ରାଜା ହତ୍ୟାକାଣ୍ଡ ସମ୍ପର୍କରେ ଆଜି ଅପରାହ୍ନ ୫ ଘଣ୍ଟା ସମୟରେ ବୌଦ୍ଧ ଏସପି ଭି ରଘୁନାଥ ରାଓ ଜିଲ୍ଲା ପୋଲିସ୍‌ କାର୍ଯ୍ୟାଳୟର ସଭାଗୃହ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏ ମାମଲାରେ ବୌଦ୍ଧ ସହର ପୋଡାପଡା ସାହିର ମିଲନ ପାତ୍ର ଓ ଅଭିଷେକ ସାହାଣି ନାମକ ଦୁଇ ଜଣ ଯୁବକଙ୍କୁ ବୌଦ୍ଧ ଆଦର୍ଶ ଥାନା ପୋଲିସ୍‌ ଗିରଫ କରିଛି ।ପୋଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ମିଲନକୁ ଗୋଟିଏ ମାଉଜର୍‌ ଯୋଗାଇ ଦେବା ପାଇଁ ରାଜା ୩୫ ହଜାର ଟଙ୍କା ନେଇଥିଲା । ରାଜା ଦୀର୍ଘ ଦିନ ଧରି ମିଲନକୁ ମାଉଜର୍‌ ଦେଇନଥିଲା କି ଟଙ୍କା ଫେରାଇ ନଥିଲା । ସେଥିପାଇଁ ତାକୁ ଯୋଜନାବଦ୍ଧ ଭାବରେ ହତ୍ୟା କରିବା ପାଇଁ ମିଲନ ଚାହିଁଥିଲା । ଗତ ୧୧ ତାରିଖ ଦିନ ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ସମୟରେ ଅଭିଷେକ ସାହାଣିଙ୍କ ମୋବାଇଲରୁ ରାଜାକୁ ଡକାଇ ପୋଡାପଡା ଠାରେ ଥିବା ମିଳନର ଜିମ ଉପରକୁ କଥାବାର୍ତ୍ତା ହେବା ପାଇଁ ମିଲନ ନେଇଥିଲା ।ଉପର ମହଲା ଛାତରେ ସନ୍ଧ୍ୟା ପ୍ରାୟ ଘ ୭. ୩୦ ମିନିଟ ସମୟରେ ରାଜାର ବାମ ପାର୍ଶ୍ୱ ପେଟକୁ ଛୁରୀ ମାରିଥିଲା । ଫଳରେ ରାଜା ସେଠାରେ ବସି ପଡିଥିଲା ତାପରେ ମିଲନ ତା ତଣ୍ଟିକୁ ଧରି ଚିପି ଦେଇ ହତ୍ୟା କରିଥିବା ଏସ.ପି. ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ବିଳମ୍ବିତ ରାତିରେ ଉଭୟ ଅଭିଯୁକ୍ତ ରାଜାର ମୃତ ଦେହ ନେଇ ମହାନଦୀର ପାଣି ଧାର ନିକଟରେ ପେଟ୍ରୋଲ୍‌ ଓ କାଠ ଦେଇ ପୋଡିବା ପରେ ନଦୀରେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଭସାଇ ଦେଇଥିଲେ । କିଛି ଦୁର ଭାସି ଆସି ଶବ ମହାନଦୀର ହନୁମାନ ମନ୍ଦିର ଘାଟ ନିକଟରେ ଲାଗିଥିଲା । ଶବକୁ ପୋଲିସ୍‌ ଜବତ୍‌ କରିଛି । ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ୍‌ ଦୁଇ ଗୋଟି ବାଇକ, ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଆଦି ଜବତ୍‌ କରିଛି।

Please Share

Leave a Reply

Your email address will not be published. Required fields are marked *