ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଚାରମାଲ ଥାନା କେଉଟିବାହାଳି ଗାଁର ଅଞ୍ଚଳରେ ଶିଶୁକନ୍ୟା ବିକ୍ରି ଅଭିଯୋଗକୁ ନେଇ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ଜନ୍ମ କଲା ମା ,ବାପା ୧୫ ହଜାର ଟଙ୍କାରେ ମାସେ ୭ ଦିନର କୋମଳ ମତି କନ୍ୟା ବିକ୍ରି କରିଥିବା ନେଇ ଚାଇଲ୍ଡ ଲାଇନ ପକ୍ଷରୁ ଥାନାରେ ଅଭିଯୋଗ ପରେ ଶିଶୁକନ୍ୟାଟିକୁ ଚାରମାଲ ପୋଲିସ ଉଦ୍ଧାର କରିଥିଲା
ହସ୍ତଗତ ହୋଇଥିବା ସୂଚନା ଅନୁସାରେ , ସମ୍ବଲପୁର ଜିଲ୍ଲା ର ଚାରମାଲ ଥାନା ଅଞ୍ଚଳର ଏକ ଦମ୍ପତି ଅର୍ଥ ଲୋଭ ଓ ଶିଶୁ ଟି କନ୍ୟା ହୋଇଥିବା ଯୋଗୁ ବିକ୍ରୀ ତାଙ୍କର କଅଁଳା ଛୁଆ କୁ ଏକ ନିଃସନ୍ତାନ ଦମ୍ପତ୍ତିଙ୍କୁ କରିଦେଇଥିଲେ। ଏହି ନିଃସନ୍ତାନ ଦମ୍ପତ୍ତିଙ୍କ ମତ ଅନୁସାରେ ସେମାନେ କୋର୍ଟରେ ସତ୍ୟପାଠ କରି ଶିଶୁକୁ କିଣିଛନ୍ତି ।ଶିଶୁକୁ କିଣିଥିବା ଦମ୍ପତିଙ୍କୁ ଅଟକ ରଖି ପୋଲିସ୍ ପଚାଉଚରା କରୁଛି। ତେବେ ଆଇନ ଅନୁଯାୟୀ ଶିଶୁ କନ୍ୟାର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ରଖାଯିବ ବୋଲି ସୂଚନା ମିଳିଅଛି ।