ସ୍ଵାଦିଷ୍ଟ ସୁନ୍ଦରଗଡ ଜିଲ୍ଲା ବଡ଼ ଗାଁ ବରା ଆଗରେ ସାମାଜିକ ଦୂରତା ନିୟମ ଫିକା

Advertisement
Advertisement
Click for Any Complaint Regarding This News
AAA Online Services

ଓଡ଼ିଶା ପ୍ରସିଦ୍ଧ ସୁନ୍ଦରଗଡ ଜିଲ୍ଲା ବଡ଼ଗାଁ ବରା କିଏ ବା ନ ଖାଇଛି , ରାଜନୈତିକ କର୍ମି ଙ୍କ ଠୁ ଆରମ୍ଭ କରି MP,MLA,ମନ୍ତ୍ରୀ, ସରକାରୀ କର୍ମଚାରୀ, ଅଧିକାରୀ, ବଡ଼ବଡିଆ, ଅଭିଜାତ୍ୟ ଲୋକଙ୍କ ଠୁ ଆରମ୍ଭ କରି ସାଧାରଣ ଲୋକ, ପଥଚାରି,ସିନେମା କଳାକାର ,ଧନୀ ଠାରୁ ଆରମ୍ଭ କରି ଗରିବ ଲୋକମାନଙ୍କ ଖୁବ ଚାହିଦାର ଖାଦ୍ୟ ମଚମଚିଆ ବରା।ଏହି ରାସ୍ତାରେ ଯାଉ ଥିବା ପ୍ରାୟ ସମସ୍ତ ପଥଚାରି, ବାହାଘରିଆ, ବରଯାତ୍ରୀ ଏଠାରେ ନିଶ୍ଚିତ ଖାଇଥାନ୍ତି ବଡ଼ଗାଁ ଆସିଲେ ବରା ଖାଇବାକୁ କେବେ ବି ଭୁଲନ୍ତି ନାହିଁ । ପ୍ରବଳ ଭିଡ଼ ଥିବା ସତ୍ବେ ଲୋକମାନେ ବହୁ ସମୟ ଅପେକ୍ଷା କରି ଏହାର ବରା,ଘୁଗନିର ମଜା ନିଅନ୍ତି । ମାତ୍ର କରୋନା କାଳରେ ମହାମାରୀ ରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସରକାର ଅନେକ ଗାଇଡ୍ ଲାଇନ୍ ଜାରି କରିଛନ୍ତି।ମାତ୍ର ବରା ଖାଇବାକୁ ଆସୁଥିବା ଲୋକ ଏଠାରେ ଆସିଲା ପରେ ଭୁଲିଯାଆନ୍ତି କରୋନା ଗାଇଡ୍ ଲାଇନ୍ ,ସମସ୍ତ ବିଶ୍ୱ କରୋନା ମାଡ଼ରେ ଥରହର ସମସ୍ତେ ସବୁକଥା ଜାଣି ସୁଦ୍ଧା ବରା ଖାଇବାକୁ ଆସୁଥିବା ଲୋକ ସମସ୍ତ ସରକାରୀ ନିୟମ କାନୁନ ତଥା ସାମାଜିକ ଦୁରତ୍ବ ନିୟମ ଭୁଲି ଯାଆନ୍ତି ।ହୋଟେଲ ମାଲିକ କୋଭିଡ୍ ନିୟମକୁ କଡ଼ା କଡ଼ାକଡ଼ି ପାଳନ କରୁଛନ୍ତି । ଗ୍ରିଲ ବନ୍ଦକରି ବାହାରେ ଗ୍ରହକଙ୍କୁ ବରା,ଛେନାପୋଡ଼ ପରିବେଷଣ କରିଛନ୍ତି। ତେଣୁ ଲୋକ ମାନେ ମଧ୍ୟ ସଚେତନ ହେବା ଦରକାର ବୋଲି ସେଠାରେ ଉପସ୍ଥିତ କିଛି ଗ୍ରାହକ ମତପ୍ରକାଶ କରିଥିଲେ ।ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ ।

Please Share

Leave a Reply

Your email address will not be published. Required fields are marked *