ଜି.ଉଦୟଗିରି(ପ୍ରତାପ ଚନ୍ଦ୍ର ପାଢୀ): କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଜୁଆ ଖେଳକୁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଜି.ଉଦୟଗିରି ପୋଲିସ ଗତକାଲି ରାତିରେ ପୁଣି ଦଣ୍ଡପାଣୀ ଲଡ୍ଜରେ ଚଢାଉ କରି ସାତ ଜଣକୁ ଗିରଫ କରିବା ସହ ନଗଦ ୪୦,୨୦୦/–ଟଙ୍କା,ତାସ ଓ ସାତଟି ମୋବାଇଲ ଓ ଦୁଇଟି ମୋଟର ସାଇକଲ ଜବତ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ।ଏନେଇ ଥାନା କେଶ ନଂ ୮୬/୨୦ରେ ମାମଲା ରୁଜୁ କରାଯାଇ ଏଏସଆଇ ସୁବାଷ ଚନ୍ଦ୍ର ପ୍ରଧାନଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିବା ଜ.ଉଦୟଗିରି ପୋଲିସ ଅଧିକାରୀ ନରେଶ କୁମାର ସାହୁ ସୂଚନା ଦେଇଛନ୍ତି।