ଚକଡା ପୋକ ଭୟରେ ଫସଲ କାଟିଲେ ଚାଷୀ

Advertisement
Advertisement
Click for Any Complaint Regarding This News
AAA Online Services

କନ୍ଧମାଳ,ଜି.ଉଦୟଗିରି (ପ୍ରତାପ ଚନ୍ଦ୍ର ପାଢୀ) କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଜି.ଉଦୟଗିରି ବ୍ଳକ ଅଞ୍ଚଳର ଚାଷୀ ନିଜ ନିଜ ଜମିରୁ ଅଧାପାଚିଲା ଧାନ କାଟି ଦେଇଥିବା ଜଣାପଡିଛି। ଚକଡା ପୋକକୁ ନେଇ କୋକୁଆ ଭୟ ଚାରିଆଡେ ଲାଗି ରହିଥିବାବେଳେ କାଳେ ପୋକ ଲାଗି ଫସଲ ନଷ୍ଟ ହୋଇଯିବ, ଭୟରେ ଅଞ୍ଚଳର ଚାଷୀ ଥଣ୍ଡାରେ( ସକାଳୁ ସକାଳୁ କୁହୁଡି ପଡିଥିବା ସମୟରେ)ଅଧାପାଚିଲା ଧାନ ଫସଲକୁ କାଟିଦେଇ ଜମିରେ ପକାଇ ଦେଇଥିବା ଦେଖିବାକୁ ମିଳିଛି।

ଧାନ ପାଚିଛି କି ନାହିଁ ଜାଣିବାକୁ ମଧ୍ୟ ଚାହିଁନାହାନ୍ତି।କରୋନା କଟକଣାକୁ ନେଇ ସମସ୍ତେ ପ୍ରଭାବିତ ହୋଇଥିବାବେଳେ ବର୍ଷା ଯୋଗୁଁ କିଛି ଫସଲ ନଷ୍ଟ ହୋଇଥିଲା।ଆଉ ଏବେ ଚକଡା ପୋକ ଦାଉ ସାଧିବାକୁ ବସିଛି।ଫସଲକୁ ସମ୍ପୂର୍ଣ୍ଣ ନଷ୍ଟ ନକରି ଯେତିକି ଧାନ ବାହାରୁଛି ବାହାରୁ ନିଜର ତ ବର୍ଷକ ପାଇଁ ଖାଇବାକୁ ହୋଇଯିବବୋଲି କେତେକ ଚାଷୀ କହିଛନ୍ତି।

Please Share

Leave a Reply

Your email address will not be published. Required fields are marked *