ଭୁବନେଶ୍ବର : ଓଡ଼ିଶା ସମେତ ସାରା ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ବୁଧବାର ସମ୍ପୂର୍ଣ୍ଣ ବିଦାୟ ନେଇଛି। ଭୁବନେଶ୍ଵର ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ବିଦାୟ ନେବାର ପ୍ରକ୍ରିୟା ଜାରି ରହିଥିଲl । ଆଜି ଓଡ଼ିଶାର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀବାୟୁ ପ୍ରତ୍ୟାବର୍ତ୍ତନ କରିବା ସହିତ ସମଗ୍ର ଦେଶରୁ ବିଦାୟ ନେଇଥିବା ସୂଚନା ମିଳିଛି।ମୌସୁମି ବାୟୁ ବିଦାୟ ନେବା ସହିତ ଆସନ୍ତା ୪ଦିନ ଅର୍ଥାତ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ଶୁଖିଲା ରହିବ।
ଏଠାରେ ସୁଚନା ଯୋଗ୍ୟ ଯେ ଚଳିତ ବର୍ଷ ବାତ୍ୟା ‘ଅମ୍ପନ୍’ ଯୋଗୁ ମୌସୁମୀ ବାୟୁ ପହଞ୍ଚିବାରେ ବିଳମ୍ବରେ ଆସିବା ବୋଲି ଆଶଙ୍କା କରାଯାଇଥିଲା । କିନ୍ତୁ ଏଥର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଠିକ୍ ସମୟରେ ଅର୍ଥାତ ଜୁନ୍ ପହିଲାରେ ହିଁ କେରଳକୁ ଛୁଇଁଥିଲା ।