ଘୋର ଅବ୍ୟବସ୍ଥା : ସରକାରୀ ଟ୍ରାଇବେଲ ହୋଷ୍ଠେଲ ପାଲଟିଛି ସିମେଣ୍ଟ ବାଲିର ଗୋଦାମ

Advertisement
Advertisement
Click for Any Complaint Regarding This News
AAA Online Services

ରାଜଗାଙ୍ଗପୁର ରାଣିବନ୍ଧ ବାଇପାସ ରାଜ୍ୟ ରାଜପଥ ନିକଟରେ ଅବସ୍ଥିତ ଟ୍ରାଇବେଲ ହୋଷ୍ଠେଲ ବହୁବର୍ଷ ଧରି ଏହା ତିଆରି ହୋଇଥିଲେ  ମଧ୍ୟ ଏପର୍ଯ୍ୟନ୍ତ ଅବହେଳିତ  ଅବସ୍ଥାରେ ପଡ଼ି ରହିଛି ।ସରକାର ଏବଂ ପୁର୍ବତନ ବିଧାୟକଙ୍କ ପ୍ରଚେଷ୍ଟାରେ ହକି ଖେଳାଳୀଙ୍କ ଉଦ୍ଦେଶ୍ୟ ରେ ଏହି ହୋଷ୍ଠେଲ ତାଲିମ କେନ୍ଦ୍ର ଭାବେ ନିର୍ମାଣ କରାଯାଇଥିଲା। ଲକ୍ଷଲକ୍ଷ ଟଙ୍କା ବ୍ୟୟ କରି ଉକ୍ତ ଟ୍ରାଇବେଲ ହୋଷ୍ଠେଲଟି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାରେ ଆଦିବାସୀ ହକି ଖେଳାଳୀଙ୍କ ଉଦ୍ଦେଶ୍ୟ ରେ ତିଆରି କରାଯାଇଥିଲା ,ଅର୍ଥାତ୍ ସରକାରଙ୍କୁ କର ଆକାରେ ଦେଉଥିବା ଟଙ୍କାରେ  ଏହା ନିର୍ମାଣ କରାଯାଇଥିଲା ,ମାନେ ଜନସାଧାରଣଙ୍କ ପଇସାରେ ସରକାରଙ୍କ ସମ୍ଫତ୍ତୀକୁ କିଭଳି ଅବହେଳିତ ଅବସ୍ଥାରେ ପଡ଼ି ରହିଛି ଓ ତହା କୈଣସି କାର୍ଯ୍ୟରେ ଆସୁନାହିଁ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି ।ଏବେ କିଛି ଲୋକ ଉକ୍ତ ଟ୍ରାଇବେଲ ହୋଷ୍ଠେଲଟି କୁ ନିଜ ଅଧୀନରେ ରଖି ସେଠାରେ ସିମେଣ୍ଟ ବାଲିର ଗୋଦାମ କରିଥିବା କିଛି ଦିନ ହେଲା ପରିଲକ୍ଷିତ ହେଉଥିବାର ଅଭିଯୋଗ କରିଥିଲେ।ସେଠାରେ ସିମେଣ୍ଟ, ବାଲୁ, ରଖି ଅନ୍ନତ୍ର ଛୋଟଛୋଟ ଗାଡ଼ି ଯୋଗେ ପଠାଇବାର ବ୍ୟବସ୍ତା କରାଯାଉଥିଲା ଉକ୍ତ ସରକାରଙ୍କ ହୋଷ୍ଠେଲ ଟି କାହା ଅଧିନରେ ଅଛି ଏବଂ କଣ ପାଇ ଜଣେ ନିର୍ଦିଷ୍ଠ ଲେକକୁ ଅପବ୍ୟବହାର ପାଇଁ ଦିଆଯାଇଛି ଏହାର ତଦନ୍ତ ହେବା ଦରକାର ।ଟ୍ରାଇବେଲ ହୋଷ୍ଠେଲ ର କୈଣସି ଉନ୍ନୟନ କାର୍ଯ୍ୟ ସମ୍ପାଦନ ହେବାର ପରିଲକ୍ଷିତ ହେଉନଥିବାରୁ କାହିଁକି ଏହାକୁ ଅଲଗା କାର୍ଯ୍ୟ ପାଇଁ ବ୍ୟାବହାର କରାଯାଉଛି ?ବହୁ ବର୍ଷ ଧରି ଉକ୍ତ ହୋଷ୍ଠେଲ ରେ କୈଣସି ନିର୍ମାଣ କାର୍ଯ୍ୟ ମଧ୍ୟ ହେଉନଥିବାରୁ ଏହାକୁ ଯେଉଁ ଉଦ୍ଦେଶ୍ୟ ରେ ତିଆରି କରାଯାଇଥିଲା ସେହି ଉଦ୍ଦେଶ୍ୟ ପାଇଁ ବ୍ୟବହାର କରିବାର ପାଇଁ ଜନସାଧାରଣ ଅଭିଯୋଗ କରିଥିଲେ ।ତେଣୁ ଯଥା ଶୀଘ୍ର ଉକ୍ତ ହୋଷ୍ଠେଲ ଟି କୁ ସରକାର ନିଜ ଅଧିନରେ ନେବାକୁ ରାଣିବନ୍ଧ ଗ୍ରାମବାସି ଓ ରାଜଗାଙ୍ଗପୁର ଜନସାଧାରଣ ମାନେ ଦାବିକରିଛନ୍ତି ।

Please Share

Leave a Reply

Your email address will not be published. Required fields are marked *