କନ୍ଧମାଳ, ଜି.ଉଦୟଗିରି : ପାଖେଇ ଆସୁଛି କୁମାର ପୂର୍ଣ୍ଣିମା ହେଲେ ସମ୍ଭାଳି ପାରୁ ନାହାନ୍ତି ଜୁଆ ଖେଳାଳୀ।ପରମ୍ପରା ନାଁ’ରେ ଚାଲୁଛି ଜୁଆ ଖେଳ।ହେଲେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଜୁଆ ଖେଳକୁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଜି.ଉଦୟଗିରି ପୋଲିସ ସଦାସର୍ବଦା ତତ୍ପର।ଜୁଆ ଖେଳ ଚାଲିଥିବା ଖବର ପାଇବା ମାତ୍ରେ ପୋଲିସ ଜୁଆଆାଡ୍ଡା ଉପରେ ପଞ୍ଛା ମାରି ଜୁଆଡିକୁ କାବୁ କରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି ଏବେ। ଗତକାଲି ରାତିରେ ଏକ ହୋଟେଲରେ ଜୁଆ ଖେଳ ଚାଲିଥିବା ନେଇ ସ୍ଥାନୀୟ ପୋଲିସ ଖବର ପାଇବା ମାତ୍ରେ ଜୁଆଆଡ୍ଡା ଉପରେ ଚଢାଉ କରିଥିଲେ।ଏହି ଘଟଣାରେ ପୋଲିସ ଛଅ ଜଣକୁ ଗିରଫ କରିବା ସହ ନଗଦ ୧୩୫୧୫୦/–ଟଙ୍କା,ତାସ ଓ ଛଅଟି ମୋବାଇଲ ଜବତ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ।ଏନେଇ ଥାନା କେଶ ନଂ ୮୬/୨୦ରେ ମାମଲା ରୁଜୁ କରାଯାଇ ଏଏସଆଇ ପି କେ ଦୀପଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିବା ପୋଲିସ ଅଧିକାରୀ ନରେଶ କୁମାର ସାହୁ ସୂଚନା ଦେଇଛନ୍ତି। କନ୍ଧମାଳ, ଜି.ଉଦୟଗିରିରୁ ପ୍ରତାପ ଚନ୍ଦ୍ର ପାଢୀ
ଜୁଆଆଡ୍ଡା ଉପରେ ପୋଲିସର ବଡ ଧରଣର ଚଢଉ : ଛଅ ଜୁଆଡି ଗିରଫ ; ଲକ୍ଷାଧିକ ଟଙ୍କା ଜବତ
Click for Any Complaint Regarding This News
AAA Online Services