ଛତ୍ରପୁର, (ସନ୍ତୋଷ କୁମାର ସାହୁ) ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତ ଗଙ୍ଗାପୁର-୧ ଗ୍ରାମରେ ଥିବା ବଳଭଦ୍ରପୁର ପ୍ରାଥମିକ ବିଦ୍ୟାଳୟକୁ ୨୦ରୁ କମ୍ ପିଲା ଥିବାରୁ ବନ୍ଦ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ବିଦ୍ୟାଳୟକୁ ନେଇ ହାଇସ୍କୁଲ ପରିସରରେ ଥିବା ଅନ୍ୟ ଏକ ବିଦ୍ୟାଳୟରେ ମିଶ୍ରଣ ଲାଗି ସ୍ଥିର ହୋଇଛି । ଏହାକୁ ବିରୋଧ କରି ସ୍ଥାନୀ ୟସରପଞ୍ଚ ପ୍ରତିନିଧୀ ଓ ସମିତି ସଭ୍ୟାଙ୍କ ପ୍ରତିନିଧୀଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ମଙ୍ଗଳବାର ଅତିରିକ୍ତ ଜିଲ୍ଲପାଳ( ସାଧାରଣ) କବିନ୍ଦ୍ର କୁମାର ସାହୁଙ୍କୁ ଭେଟି ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ସମସ୍ୟା ଉପରେ ଜିଲ୍ଲାପ୍ରଶାସନ ନଗୁରୁତ୍ୱ ଦେଲେ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ମଧ୍ୟ ଗ୍ରାମବାସୀ ମାନେ କହିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ପୋଟଲାମପୁର ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧୀ ରମେଶ ବାରିକ , ସମିତିସଭ୍ୟାଙ୍କ ପ୍ରତିନିଧୀ ସୁକାନ୍ତ ନାହାକ, ନୀରଜଂନ ପ୍ରଧାନ, ରାମ ଚନ୍ଦ୍ର ନାହାକ, କୈଳାଶ ରାଉଳଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦ ଜଣରୁ କମ୍ ଛାତ୍ରଛାତ୍ରୀ ପଢୁଥିବା ବିଦ୍ୟାଳୟ ଗୁଡିକୁ ବନ୍ଦ କରିବା ଲାଗି । କିନ୍ତୁ ବର୍ତ୍ତମାନ ଯେଉଁ ଛାତ୍ରଛାତ୍ରୀ ଅଛନ୍ତି ଏହା ସହିତ ଆହୁରି ୨୨ ଜଣ ଛାତ୍ରଛାତ୍ରୀଙ୍କୁ ନୂତନ ଭାବରେ ନାମ ଲେଖାଇବାକୁ ବାରମ୍ବାର ଅଭିଭାବକମାନେ ଚେଷ୍ଟା କରିଥିଲେ ସୁଦ୍ଧା ଏହାକୁ ଶିକ୍ଷକମାନେ ସଫଳ କରିବାକୁ ଦିଆଯାଉ ନାହିଁ । ଯଦି ଏହି ବିଦ୍ୟାଳୟ ଗଙ୍ଗାପୁର ଉଚ୍ଚ ବିଦ୍ୟାଳୟରେ ମିଶିବ ତେବେ ଛୋଟ ଛୋଟ ପିଲାମାନେ ସେଠାକୁ ଯିବାରେ ଅସୁବିଧା ହେବ । ରାସ୍ତା ପାର ହୋଇଗଲା ବେଳେ ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ଏଣୁ ଆଜି ଏହାକୁ ବିରୋଧ କରି ଗ୍ରାମବାସୀ ମାନେ ଛତ୍ରପୁର ଆସି ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର କରିଥିଲେ ।
ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ବିରୋଧ, ଜନପ୍ରତିନିଧିଙ୍କ ସମେତ ଗ୍ରାମବାସୀ ମାନେ ଏଡିଏମଙ୍କୁ ଭେଟିଲେ
Click for Any Complaint Regarding This News
AAA Online Services