ପାଇକମାଲ ଚେୟାରମେନ୍ ଅଲତାପ ବାବୁଙ୍କ ଆରୋଗ୍ଯ କାମନା କଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁର:- ଗତ ତା ୧୫ |୧୦ ରିଖ ଦିନ ପାଇକମାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଳତାପ ମହମ୍ମଦ ଏକ ସ୍କୁଟିରେ ନିଜ ଗାଁ ଡୁଙ୍ଗୁରୀପାଲି ରୁ ପାଇକମାଲ ଯାଉଥିବା ବେଳେ ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହେବାରୁ ପାଇକମାଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କଲାପରେ ଛତିଶଗଡ ର ରାୟପୁର ଏକ ଘରୋଇ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା । ଦିର୍ଘ କେଇଦିନ ଧରି ରାୟପୁର ରେ ଚିକିତ୍ସିତ ହୋଇ ବ୍ଲକ ଅଧ୍ୟକ୍ଷ ଅଳତାପ ମହମ୍ମଦ ଭାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଏବେ ଡୁଙ୍ଗୁରୀପାଲି ସ୍ଥିତ ନିଜ ବାସଭବନରେ ବିଶ୍ରାମରେ ଅଛନ୍ତି ।ପ୍ରତ୍ୟାବର୍ତନର ଖବର ପାଇ ତୁରନ୍ତ ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଡୁଙ୍ଗୁରୀପାଲି ଗ୍ରାମକୁ ଯାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଳତାପ ମହମ୍ମଦଙ୍କ ଘରକୁ ଯାଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ସହ ତାଙ୍କର ଆଶୁ ଆରୋଗ୍ଯ କାମନା କରିଛନ୍ତି । ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା

Please Share

Leave a Reply

Your email address will not be published. Required fields are marked *