ମଙ୍ଗଳବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂତନ ବିଜ୍ଞପ୍ତି ଜାରି କରାଯାଇଛି l ନୂତନ ବିଜ୍ଞପ୍ତି ଅନୁସାରେ ଏବେ ଜାମ୍ମୁ କାଶ୍ମୀରରେ ଦେଶର ଯେ କୌଣସି ବ୍ୟକ୍ତି ଜମି କିଣି ସେଠାରେ ବସବାସ କରିପାରିବେ। । ତେବେ କେନ୍ଦ୍ର ସରକାର ଚାଷ ଜମି ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ଜାମ୍ମୁ କାଶ୍ମୀର ଲେଫ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ଅନୁଯାୟୀ, ଜାମ୍ମୁ କାଶ୍ମୀରରେ ବାହ୍ୟ ଶିଳ୍ପ ପ୍ରତିଷ୍ଠା କରାଯିବା ର ଅବଶ୍ୟକତା ରହିଛି , ତେଣୁ ଚାଷ ପାଇଁ ବ୍ୟବହୃତ ହେଉ ନଥିବା ଜମିରେ ଶିଳ୍ପ ପାଇଁ ପୁଞ୍ଜି ବିନିଯୋଗର ଆବଶ୍ୟକତା ରହିଛି l କିନ୍ତୁ ଚାଷ ଜମି କେବଳ ରାଜ୍ୟବାସୀଙ୍କ ପାଇଁ ରହିବ। ଏଠାରେ ସୁଚନା ଯୋଗ୍ୟ ଯେ ପୂର୍ବରୁ ଜାମ୍ମୁ କାଶ୍ମୀରର ଜମି କୁ କେବଳ ଜାମ୍ମୁ କାଶ୍ମୀରର ବାସିନ୍ଦାମାନେ କ୍ରୟ ବିକ୍ରୟ କରିପାରୁଥିଲେ । କିନ୍ତୁ ବର୍ତ୍ତମାନ ନୁତନ ଆଇନ୍ ଅନୁସାରେ ଦେଶର ଅନ୍ୟ ରାଜ୍ୟର ଲୋକମାନେ ମଧ୍ୟ ଜମି କିଣି ସେଠାରେ କାମ ଆରମ୍ଭ କରିପାରିବେ |
ଜାମ୍ମୁ କାଶ୍ମୀର ପୁନର୍ଗଠନ ଅଧିନିୟମ ଅନୁଯାୟୀ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି, ଯେଉଁଥିରେ କୌଣସି ଭାରତୀୟ ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ କାରଖାନା, ଘର କିମ୍ବା ଦୋକାନ ପାଇଁ ଜମି କିଣି ପାରିବେ। ଏଥିପାଇଁ ସ୍ଥାନୀୟ ବାସିନ୍ଦା ହେବାର ପ୍ରମାଣ ଆବଶ୍ୟକ ହେବ ନାହିଁ | ଏଠାରେ ଉଲ୍ଲେଖନୀୟ ଯେ , ଜାମ୍ମୁ କାଶ୍ମୀରକୁ ଗତ ବର୍ଷ ଧାରା 370 ରୁ ମୁକ୍ତ କରାଯାଇଛି, ଏହା ପରେ ଜାମ୍ମୁ-କାଶ୍ମୀର 31 ଅକ୍ଟୋବର 2019 ରେ ଏକ ୟୁନିଅନ୍ ଟେରିଟୋରୀ ବା କେନ୍ଦ୍ରସାଶିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା | ବର୍ତ୍ତମାନ, ଏକ କେନ୍ଦ୍ରସାଶିତ ଅଞ୍ଚଳ ହେବାର ଏକ ବର୍ଷ ପୂରଣ ହେବାପରେ, ଜମି ନିୟମରେ ପରିବର୍ତ୍ତନ କରାଯାଇଛି |