ଭୁବନେଶ୍ବର : ଆଜି ଭୁବନେଶ୍ବର କମିଶନରେଟ ପୋଲିସ୍ Times ଓଡିଆ ସାମ୍ବାଦିକ କାହ୍ନୁ ଚରଣ ନାୟକ ଓ an NEWS ODISHA ସାମ୍ବାଦିକ ଲକ୍ଷ୍ମୀକାନ୍ତ ସାହୁ (ବ୍ୟୁରୋ ଚିଫ)ଙ୍କୁ ଗିରଫ କରିଛି l ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶଙ୍କ ପ୍ରେସ ବିବୃତି ଅନୁଯାୟୀ ଉପୋରକ୍ତ ସାମ୍ବାଦିକଙ୍କୁ ମିଶାଇ ୬ ଜଣଙ୍କୁ ଗିରଫ କରାଯିବା ସହ ଭୂବନେଶ୍ବର ବୁଲେଟିନର ଜଣେ ସାମ୍ବାଦିକଙ୍କୁ ମଧ୍ୟ ଗିରଫ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଏକ ଘିଅ କମ୍ପାନୀର ମାଲିକଙ୍କୁ ଧମକ୍-ଚମକ୍ ଦେଇ, ଗୋଟିଏ ପର୍ଯ୍ୟାୟରେ ୯୯ ହଜାର ଟଙ୍କା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୩୧ ହଜାର ଟଙ୍କା ଆଦାୟ କରିଥିଲେ l କମିଶନରେଟ ପୋଲିସ୍ ଏହି ନକଲି ସାମ୍ବାଦିକ ମାନଙ୍କ ଠାରୁ ୧ ଲକ୍ଷ ୬୪ ହଜାର ଟଙ୍କା ଜବତ କରାଯିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି ।
ଏନେଇ ଭୁବନେଶ୍ୱର ଡିସିପି ଉମାଶଂକର ଦାଶ କହିଛନ୍ତି କି ଏହି ୬ ଜଣ ଯାକ ସାମ୍ବାଦିକ ବିଭିନ୍ନ ୱେବ୍ ଚ୍ୟାନେଲ ପାଇଁ ସାମ୍ବାଦିକତା କରୁଥିଲେ । ଏହି ୬ ଜଣ ସାମ୍ବାଦିକଙ୍କ ନାମରେ ବଟି ଆଦାୟ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ୍ କରାଯାଇଛି । ଏହା ସହ ୨ ଟି ଗାଡି ବି ଜବତ୍ କରାଯାଇଛି ।
ଡିଜିଟାଲ ଯୁଗରେ ଉପଯୁକ୍ତ ପଞ୍ଜିକରଣ ବିନା ବେଲଗାମ୍ ଭାବେ ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ତିଆରି କରାଯାଇଥିବା ଶହ ଶହ ୱେବ୍ ଚ୍ୟାନେଲ ପୁଲିସର ଚିନ୍ତାର କାରଣ ପାଲଟିଛି । ଏଭଳି ସ୍ଥିତିରେ ଯେଉଁମାନେ ଗଣମାଧ୍ୟମ ନାଁରେ ଧମକ୍-ଚମକ୍ ଦେଉଛନ୍ତି ଏବଂ ଟଙ୍କା ମାଗୁଛନ୍ତି ସେନେଇ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ।