କଟକ, ଅମ୍ବିକା ପ୍ରସନ୍ନ ତ୍ରିପାଠୀ :ପବିତ୍ର ପାର୍ବଣ ର ଆଜି ମହାଷ୍ଟମୀ କିନ୍ତୁ ସବୁ ଫିକା ମୂଲ୍ୟହୀନ ଆଜି କଟକ ସହରରେ। ଶହ ଶହ ବର୍ଷ ପରେ ଆଜି ନେତ୍ର କି ନ ଦେଖିଲା।ପୂଜା କାହା ପାଇଁ କିଏ କରୁଛି କାହିଁକି।କାହିଁକି ୟେ ସାପ ମାରିବନି କି ବାଡି ଭାଙ୍ଗିବନି ର ପ୍ରହସନ।ହାଇକୋର୍ଟ ର ନିର୍ଦ୍ଦେଶ,ଜିଲ୍ଲାପାଳଙ୍କ ଅନୁମତି,ମହାନଗର ନିଗମର ସୁରକ୍ଷା, ପୂଜା କମିଟି ର ପରିଚାଳନା କଟକ ସହରରେ କାଠ କଣ୍ଢେଇ ନାଚ ଭଳି ଲାଗୁଛି ପାର୍ବଣ।ପୂଜା ମଣ୍ଡପକୁ ଦେଖିଲେ ଲାଗୁଛି ସେ ଯେମିତି ଦାନ୍ତ ଦେଖେଇ ଖତେଇ ହେଉଛି।ପୂଜା କଣ ଫଟୋ ରଖି କରିଥିଲେ ହେଇ ନ ଥାନ୍ତା।ବଡ଼ ବିଚିତ୍ର ପୂଜା ଯଦି ମଣ୍ଡପରେ ମା ଙ୍କୁ କେହି ଦେଖିବେନି ପୂଜା କେହି ଦେଖିବିନି ତେବେ ପ୍ରସିଦ୍ଧ ଭସାଣି କାହିଁକି ହେବ। ସେଥିରେ କଣ ସାମାଜିକ ଦୂରତା, ମାଷ୍କ ର ବ୍ୟବହାର ଓ ଲୋକ ଏକ ତ୍ରିତ ହେବେବେନି। ତେବେ କଣ ରାତିରେ ବିନା ବାଜା ଲାଇଟ ପ୍ରୋସେସନ୍ ରେ କନା ଘୋଡାଇ ପାଣିରେ ପକାଇ ଦେବେ କି।ଭାଇ ଚାରା ପରମ୍ପରା ସ୍ନେହ ପ୍ରେମ ରେ ବନ୍ଧା ୟେ ପ୍ରାଚୀନ ସହରର ଲୋକେ ଚାହିଁ ବସିଛନ୍ତି କେବେ ଆସିବ ପାର୍ବଣ ଦୀପାବଳୀ ବାଲିଯାତ୍ରା।କାରଣ କଟକରେ ଆମୋଦ ପ୍ରମୋଦ ବନ୍ଧୁ ପରିବାର ମିଳନ କେବଳ ଏହି ପର୍ବରେ ପାଳନ ହୁ୍ୟେ।ସମୟ କଟାଇବା ପାଇଁ ଆଉ କିଛି ଚିତ୍ତ ବିନୋଦନ କେନ୍ଦ୍ର ବା ସ୍ଥାନ ନାହିଁ।
ଆଜି ଖାଁ ଖାଁ ଲାଗୁଥିବା ପୂଜା ମଣ୍ଡପ ପରିଭ୍ରମଣ ସମୟରେ ଲାଗୁଥିଲା ପରଦା ରୂପକ ମାଷ୍କ ବ୍ୟବହାର କରି ମା କରୋନା ରୋଗରେ ପୀଡିତ ହୋଇ ମଣ୍ଡପ ରୂପକ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସା ଧୀନ ଅଛନ୍ତି।ହାଇରେ ବିଧାତା ତୁ ୟେ କି କଲୁ। ହଁ ପୂଜା ନିରାଡମ୍ବର ରେ ହେଲା କିନ୍ତୁ ବାଜା ମାଇକି ସାଜ ସଜା ନ ହେଲା ଠିକ୍।କିନ୍ତୁ କୋଭିଡ ପୂଜା ବା ସଂଗରୋଧ୍ କରି ଛୋଟ ମୂର୍ତ୍ତି କରି ଭସାଣି ଜନଗହଳି ଖାଇବା ପିଇବା ଆମୋଦ କୁ ପ୍ରଶାସନ ପ୍ରତିରୋଧ କରି ପାରିବ ତ,?ଯଦି ସାଜ ସଜା ଲାଇଟ୍, ମାଇକୀ ଦର୍ଶନ ସବୁ ବନ୍ଦ ତେବେ ମୂର୍ତ୍ତି କରିବାର ଆବଶ୍ୟକତା କଣ ?
ପରମ୍ପରା ସଂସ୍କୃତି ରକ୍ଷାକରି ଫଟୋ ପୂଜା କରିଥିଲେ କଣ ହୋଇ ନ ଥାନ୍ତା।ମହାଷ୍ଟମୀ ରେ ଆଜି ପରି ଲିଖିତ ହେଉଥିଲା କରୋନା ରୂପକ ମହାମାରୀ ର ତାଣ୍ଡବ ଆଜି ମନୁଷ୍ୟ ସଂହାର କରି ବଞ୍ଚିଥିବା ଲୋକଙ୍କ ମନରେ ଭୟଙ୍କର ବିଭୀଷିକା ସୃଷ୍ଟି କୋକୁଆ ଭୟ ସୃଷ୍ଟି କରିଦେଇଛି।ଯାହାର ଲୋମହର୍ଷଣ କାରି ପ୍ରତିକ୍ରିୟା ରେ ଆଜି ପୁରାତନ କଟକ ବିଦିର୍ଣ୍ଣ ମର୍ମାହତ ।
ଲୋକେ ଏପରି ବିଚିତ୍ର ପୂଜାରେ ମାଙ୍କ ବିଭିନ୍ନ ପ୍ରକାର ରୂପ କଣ ଦର୍ଶନ କରିବେ ଚୁପ୍ ଚାପ୍ ଘରେ ରହି ପାର୍ବଣ ପାଳନ କରୁଛନ୍ତି। ବିଚରା ଉଠା ବ୍ୟବସାୟୀ ମୁଣ୍ଡରେ ହାତ ଦେଇ ବସିଛନ୍ତି।ଭାବିଥିଲେ ପୂଜାରେ କିଛି ବ୍ୟବସାୟ କରି ପରିବାର ର ଗୁଜୁରାଣ ମେଣ୍ଟେଇବେ କିନ୍ତୁ ଭାଗ୍ୟର ବିଡମ୍ବନା ସବୁ ଶୂନ୍ୟ ଆଶା ଆଶାରେ ହିଁ ରହିଗଲା।ବାହାର ଲୋକେ କଟକ କୁ ଆସୁଥିଲେ ପୂଜା ଉପଭୋଗ କରି ବୁଲି ବୁଲି କିଛି କିଣା ବିକା ଖାଇବା ସହିତ ଆନନ୍ଦ ଅନୁଭବ କରିବାକୁ ମାତ୍ର ” ମା ” ତ ଆଜି ସଂଗରୋଧରେ ।ଆଶା ଅସୁମାରୀ ଆଗକୁ ଆଉ ଦୁଇ ଦିନ ଅଛି ପୁଣି ଭସାଣି, କେଉଁ ପାଣି କେଉଁଆଡେ ଯାଉଛି।ବୁଲି ଆସିଲୁ ବାଟେ ଘା ଟେ ଯାହା ଦେଖିଲୁ ଯାହା ଶୁଣିଲୁ ଯାହା ଅନୁଭବ କଲୁ ତାହା କହିଲୁ।
ଆଃ…କି ବିଚିତ୍ର ୟେ ଐତିହାସିକ ଚାନ୍ଦି ସହରର ପୂଜା ; ନୂତନ ପ୍ରକାର “ସଂଗରୋଧ”ପୂଜା : ବଡ଼ ଚମତ୍କାର ଓ ମନୋମୁଗ୍ଧକର
Click for Any Complaint Regarding This News
AAA Online Services