ପଦ୍ମପୁର:- ବରଗଡ ଜିଲ୍ଲା ପଦ୍ମପୁର ଚାଲିଥିବା ତ୍ରିଦିନାତ୍ମକ ଦୁର୍ଗା ପୂଜା ର ପୂର୍ଣାହୁତୀ ପଡି ସାରିଛି । ତିନି ଦିନ ଧରି ପଦ୍ମପୁର ରାଜବାଟୀ ପୂଜା ମଣ୍ଡପ ଠାରେ ପୂଜା ହୋଇ ଆସୁଥିବା ରାଜାଙ୍କର ପାଟ ଖଣ୍ଡା ସସମ୍ମାନ ସହ ରାଜ ପାରିବାର ର ଲୋକ ତଥା ପୂଜକ ମାନେ ରାଜ ଉଆସକୁ ଫେରେଇ ନେଇଛନ୍ତି ।ପରେ ପୂରାତନ ପରମ୍ପରା ଅନୁଯାୟୀ ରାଜ ପରିବାର ର ଲୋକେ ରାଜକୀୟ ବେସ ଭୂସାରେ ଚାନ୍ଦଟିପା ପାଇଁ ଯାଇଥାନ୍ତି । ଚାନ୍ଦଟିପା ଅର୍ଥାତ ଲକ୍ଷବିନ୍ଧା ପୂରାତନ କାଳରୁ ଦଶହରା ବୀଜୟା ଦଶମୀ ରେ ପ୍ରତିବର୍ଷ ଏହି ଚାନ୍ଦଟିପା ଶୋଭା ଯାତ୍ରା ପଦ୍ମପୁର ରାଜବାଟୀରୁ ବାହାରି ଲକ୍ଷବିନ୍ଧା ସ୍ଥଳରେ ପହଂଚିବା ସହ ଲକ୍ଷବିନ୍ଧି ବାର ପ୍ରତିଯୋଗିତା ଆରମ୍ଭ ହୋଇଥାଏ ।
ଏହି ଶୋଭା ଯାତ୍ରରେ ରାଜ ପରିବାର ର ଲୋକେ ନିଜର ପରମ୍ପାରିକ ବସ୍ତ୍ର ଧାରଣ କରି ରାଜକୀୟ ବେଶ ରେ ବାହାରିଥାନ୍ତି । ପୂରାତନ ବୋଡାସମ୍ବର ରାଜା ମାନଙ୍କ ଶାସନ ଅମଳରୁ ହୋଇ ଆସୁଥିବା ଏହି ରାଜକୀୟ ପରମ୍ପରା ବର୍ତମାନ ମଧ୍ୟ ବହୁ ଧୁମ ଧାମରେ ରିତିନୀତି ରେ ପାଳିତ ହୋଇ ଆସୁଛି ।
ଉକ୍ତ ଦିନ ଦୁର ଦୁରାନ୍ତର ରୁ ଲୋକେ ଆସି ଏହି ମନୋରମ ଦୃଶ୍ୟ ଦେଖିବା ପାଇଁ ଲକ୍ଷାଧିକ ସଂଖ୍ୟାରେ ଯୋଗ ଦେଇଥାନ୍ତି । ହେଲେ ଚଳିତ ବର୍ଷ କରୋନା ମହାମାରୀ ର ଭୟାବହତା ଏବଂ ସରକାରୀ ନିୟମ କୁ ଦୃଷ୍ଟିରେ ରଖି କେବଳ ବିଧି ରକ୍ଷା ପୁର୍ବକ ସାଧାରଣ ଭାବରେ ଘଣ୍ଟ ଶଙ୍ଖ ସହ ଚାନ୍ଦଟିପା ପାଇଁ ବାହାରି ଥିଲେ ରାଜ ପରିବାର ସଦସ୍ୟ ।ବରଗଡ ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା