“କ୍ରାନ୍ତି ଓଡିଶାର ମହା ପ୍ରଭାବ” : ନିମ୍ନମାନର କାମ ଲୁଚେଇବାକୁ ରାସ୍ତା କଡ଼ରେ ମୁରମ୍ ପକାଇଲା ଗ୍ରାମ ଉନ୍ନୟନ ବିଭାଗ

Advertisement
Advertisement
Click for Any Complaint Regarding This News
AAA Online Services

ସୁନ୍ଦରଗଡ:-(ଦେବଲୋଚନ କୁମୁରା)କ୍ରାନ୍ତି ଓଡିଶାର ମହା ପ୍ରଭାବ I ଖଣିଜ ସମ୍ପଦରେ ଭରପୁର ସୁନ୍ଦରଗଡ ଜିଲ୍ଲାରେ ବିକାଶ ନା ରେ ସରକାରୀ ଅର୍ଥକୁ ଚଳୁ କରି ଚାଲିଛନ୍ତି କିଛି ଅସାଧୁ କର୍ମଚାରୀ ! ହଁ ଆଜ୍ଞା ଆପଣ ମାନେ ଠିକ ଶୁଣିଛନ୍ତି ।କିଛି ଦିନ ଆଗରୁ କ୍ରାନ୍ତି ଓଡ଼ିଶାରେ ଖବର ପ୍ରକାଶ ପାଇଥିଲା ଯେ ସଦର ସୁନ୍ଦରଗଡ ବ୍ଲକ ଅନ୍ତଗର୍ତ ବିଜାଡ଼ିହି ରୁ କୁଲୁଟା ପଞ୍ଚାୟତକୁ ସଂଯୋଗ କରୁଥିବା ପ୍ରଧାନ ମନ୍ତ୍ରୀ ସଡକ ରାସ୍ତା ରେ ମରାମତି କାମ ସମୟରେ ଯନ୍ତ୍ରୀ ଙ୍କ ଅନୁପସ୍ଥିତ ଥିବାର ଓ ରାସ୍ତା ମରାମତି କାମର ମାସେ ନ ପୁରୁଣୁ ରାସ୍ତାରେ ପିଚୁ ଛାଡି ଥିବାର , ଖବର ପ୍ରକାଶ ପାଇବାର 15 ଦିନ ପରେ ପିଚୁ ରାସ୍ତାର ପାଶ୍ୱର୍ରେ ରେ ମୁରୁମ ପକେଇ ନିଜର ନିମ୍ନମାନର କାମକୁ ଲୁଚେଇବାକୁ ଚେଷ୍ଟା ଆରମ୍ଭ କରିଛି ।ରାସ୍ତା କଡ଼ରେ ମୁରମ୍ ପକାଇବା ପ୍ରମାଣିତ କରୁଛି ଯେ କୋଉଠି ନା କୋଉଠି ବିଭାଗୀୟ ଯନ୍ତ୍ରୀ , ଠିକାଦାର ରାସ୍ତା ମରାମତିରେ ନିମ୍ନ ମାନର କାମ ହେଇଥିବା ସ୍ୱୀକାର କରିଛନ୍ତି ଓ ଏହାକୁ ଚାପି ଦେବାକୁ କୋଉ ନୂଆ ନୀତି ଆପଣେଇ ନେଇ ଛନ୍ତି ତାହା ସାଧାରଣ ଲୋକ ମାନଙ୍କ ମନରେ ଅନେକ ପ୍ରଶ୍ନବାଚି ସୃଷ୍ଟି କରିଛି l କିଛି ସ୍ଥାନୀୟ ଲୋକେ ଦେଢ଼ ମାସ ପରେ ମୁରୁମ ପଡୁଥିବାର ପଚାରି ବାରୁ କାର୍ଯ୍ୟ ରେ ନିୟୋଜିତ ଥିବା ଶ୍ରମିକ ମାନେ କହିଛନ୍ତି ଯେ ଉପରୁ ଅଭିଯୋଗ ଆସିବାପରେ କାମ କରୁଛୁ ।ଏପଟେ ସୁନ୍ଦରଗଡ ଜିଲ୍ଲାପାଳ ଲୋକ ଙ୍କ ପାଇଁ ଅନେକ ଜନ ହିତକର ଯୋଜନା ସୁନ୍ଦରଗଡ ଖଣିଜ ସମ୍ପଦ ପାଣ୍ଠି ରୁ ଶୁଭାରମ୍ଭ କରୁଥିବାବେଳେ ଏପରି ଦୃଶ୍ୟ ସାମ୍ନା କୁ ଆସିବା ନିଶ୍ଚିତ ଭାବରେ ଚିନ୍ତା ର ବିଷୟ , ତେବେ ସବୁଠୁ ବଡ କଥା ହେଲା ଜିଲ୍ଲା ପ୍ରଶାସନ ଏହା ବିରୋଧରେ କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ରହିଲା ।

Please Share

Leave a Reply

Your email address will not be published. Required fields are marked *