ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ପ୍ରଦୀପ ଜେନାଙ୍କ କଥା ଶୁଣିଲେନି ବରଗଡ଼ ଜିଲ୍ଲାପାଳ ; ଟୁଇଟର କୁଇନ୍ ଦିପା ରାସ୍ତା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କଲେ

Advertisement
Advertisement
Click for Any Complaint Regarding This News
AAA Online Services

ବରଗଡ଼ : -ଓଡିଶା ରାଜ୍ୟ ସରକାର ସବୁବେଳେ ବିକାଶ ର ଧାରା ଉପରେ ବିଶ୍ୱାସ କରି ଆଗେଇ ଚାଲିଛି ଆଗକୁ ଆଗକୁ l ନବୀନ ବାବୁ ଦକ୍ଷତାର ସହିତ ଓଡିଶାକୁ ପ୍ରଗତି ଆଡକୁ ଅଗ୍ରସର କରାଉଛନ୍ତି ବୋଲି ଗୋଟାଏ ବିଶ୍ୱାସ ଲୋକଙ୍କ ଭିତରେ ଜନ୍ମ ନେଇଥିବା ବେଳେ ଏବେ ମଧ୍ୟ କେତେକ ଉପାନ୍ତ ଅଂଚଳ ରହିଯାଇଛି ଯାହା ଉପରେ ସରକାର କି ପ୍ରଶାସନ ତଥା ଜନପ୍ରତିନିଧିଙ୍କ ଦୃଷ୍ଟି ପଡୁନାହିଁ | ଯାହା ଫଳରେ ଆଜି ବି ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ପାଇକମାଳ ବ୍ଲକରେ | ଉଦାହରଣ ହେଉଛି ଟେମରୀ ଗ୍ରାମରୁ ପଲସଦା ଗ୍ରାମ ପର୍ଯ୍ୟନ୍ତ ରାସ୍ତା, ଯାହାକି ବର୍ଷାମାସେ ସମ୍ପୂର୍ଣ ଭାବେ ବିଛିନ୍ନ ହୋଇପଡେ | ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମରୁ ପଲସଦା ଗ୍ରାମକୁ ଲୋକେ ସଦାସର୍ବଦା ଯାତାୟାତ କରିଥାନ୍ତି, ଯାହାର ଅନେକ କାରଣ ରହିଅଛି.| ପଲସଦା ଠାରେ ସମବାୟ କେନ୍ଦ୍ର ଅଛି ଯାହାଦ୍ୱାରା ସମସ୍ତେ ସେଠାକୁ ଏଇ ରାସ୍ତା ଦେଇ ଯିବାଆସିବା କରିଥାନ୍ତି l ସିଧାସିଧା ଗଲେ ଟେମରୀ ରୁ ପଲସଦା ଗ୍ରାମକୁ ପଡେ 7 କିଲୋମିଟର | କିନ୍ତୁ ବର୍ଷାହେଲେ ଏହି ସାମୟିକ ରାସ୍ତାରେ ଯାତାୟାତ ସମ୍ଭବପର ହୁଏନାହିଁ | ଅପରପକ୍ଷରେ ବୁଲିକି ଗଲେ ପ୍ରାୟ 25 କିଲୋମିଟର ରାସ୍ତା ପଡିଥାଏ ଯାହାକି ତୁଳନା କଲେ ବହୁତ ବେଶୀ |ଗରୀବ ନିରୀହ ଲୋକେ ବୁଲିକି ଯିବାପାଇଁ ହଇରାଣ ହେବା ସହ ଅଧିକ ଖର୍ଚ୍ଚାନ୍ତ ହୋଇଥାନ୍ତି | ଯାତାୟାତ ଅସୁବିଧା ଯୋଗୁଁ ଏହି ରାସ୍ତାରେ ବର୍ଷା ମାସରେ ଆସି ହେଉନଥିବାରୁ ଗର୍ଭବତୀ ମହିଳାଙ୍କୁ ତଥା ରୋଗୀଙ୍କୁ ନେବା ଆଣିବା ସକାଶେ ଅହେତୁକ ବିଳମ୍ବ ହୋଇଥାଏ | ଏହି ରାସ୍ତାରେ ନିର୍ଭରଶୀଳ ଥିବା ତିନୋଟି ପଂଚାୟତର ଲୋକେ ବିଭିନ୍ନ ସମୟରେ ବିଭିନ୍ନ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନଠାରେ ନେହୁରା ହୋଇଛନ୍ତି କିନ୍ତୁ କୌଣସି ସଫଳତା ର ସ୍ୱାଦ ଅଦ୍ୟାବଧି ପାଇପାରିଛନ୍ତି | ବର୍ତମାନ ଏହି ସମସ୍ୟାର ସମାଧାନ ନିମନ୍ତେ ଟେମରୀ ଗ୍ରାମର ଏକ ଯୁବତୀ ଦୀପା ବାରିକ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାମାଜିକ ଗଣମାଧ୍ୟମ ଅଭିଯୋଗ ପ୍ରକୋଷ୍ଠରେ ରାସ୍ତା ନିର୍ମାଣ ପାଇଁ ଅନୁରୋଧ କରି କହିଛନ୍ତି ନବୀନ ବାବୁ ଚାହିଁଲେ ଅସମ୍ଭବ ବି ସମ୍ଭବ ହୋଇପାରିବ ବୋଲି ଉକ୍ତ ସମାଜସେବିକା ଆମର ପ୍ରତିନିଧିଙ୍କୁ ଜଣେଇଛନ୍ତି | ଏବେ ଦେଖିବାକୁ ବାକି ରହିଲା ଯେ ମୁଖ୍ୟମନ୍ତ୍ରୀ ଉକ୍ତ ଯୁବତୀଙ୍କ କଥାକୁ କେତେ ଗୁରୁତ୍ୱ ଦେଉଛନ୍ତି | ଆଉ ପ୍ରକୃତରେ ଲୋକଙ୍କ ହିତରେ ଯଦି ରାସ୍ତା ନିର୍ମାଣ କରାଯାଏ ଲୋକେ ନିଶ୍ଚିତ ଭାବେ ଉପକୃତ ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚୀରଦିନ ପାଇଁ ମନେ ରଖିବେ ବୋଲି ଟେମରୀ ତଥା ଆଖପାଖର ଲୋକମାନେ ମତବ୍ୟକ୍ତ କରିଛନ୍ତି |ବରଗଡ ଜିଲ୍ଲା ପଦ୍ମପୁର ରୁ ନିରଂଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତିଓଡିଶା

Please Share

Leave a Reply

Your email address will not be published. Required fields are marked *