ରୋଗୀ କଲ୍ୟାଣ ସମିତି ବୈଠକ ; ଗାଙ୍ଗପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଚେରୀ କାନ୍ଥ ପାଇଁ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିଶ୍ରୂତି

Advertisement
Advertisement
Click for Any Complaint Regarding This News
AAA Online Services

ବେଲଗୁଣ୍ଠା  , ଆଜି ଗାଙ୍ଗପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଗାଙ୍ଗପୁର, ବଙ୍କା ଏବଂ ପାଇଲିପଡା ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି l ବୈଠକରେ ବେଲଗୁଣ୍ଠା ଏବଂ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାକ୍ତର ବାଲୁଙ୍କେଶ୍ୱର ଷଡ଼ଙ୍ଗୀ, ଗାଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାକ୍ତର ପାଣ୍ଡବ ସ୍ଵାଇଁ, ଫାର୍ମାସିଷ୍ଟ ଯଜ୍ଞସେନ୍ ସୁବୁଦ୍ଧି, ପାଇଲିପଡା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଫାର୍ମାସିଷ୍ଟ ସନ୍ତୋଷ ପାତ୍ର, ବଙ୍କା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଫାର୍ମାସିଷ୍ଟ ଗୋବିନ୍ଦ ମହାରଣା, ବିପିଏମ୍ ଦୁର୍ଗା ପ୍ରସାଦ ପଟ୍ଟନାୟକ, ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ରାମ ହରି ପଣ୍ଡା, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ଗଣମାଧ୍ୟମ ପ୍ରତିନିଧି ସନ୍ତୋଷ କୁମାର ବିଷୋୟୀ ଏବଂ ପାଇଲିପଡା ରୋଗୀ କଲ୍ୟାଣ ସମିତି ସଦସ୍ୟ ପ୍ରକାଶ ବିଶ୍ୱାଳ, ଗାଙ୍ଗପୁର ରୋଗୀ କଲ୍ୟାଣ ସମିତି ସଦସ୍ୟ ଶିଶିର କୁମାର ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ Iବୈଠକରେ ଗତ ବର୍ଷ ଉନ୍ନୟନ ମୂଳକ କାଯ୍ୟକ୍ରମର ହିସାବ ପ୍ରଦାନ କରାଯିବା ସହ ଚଳିତ ବର୍ଷ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଜଳ ଯୋଗାଣ, ବଗିଚା ନିର୍ମାଣ, ବିଦ୍ୟୁତ୍ ମରାମତି, ସ୍ଵଚ୍ଛତା,ନାମ ଫଳକ ନିର୍ମାଣ ସହ ଅଗ୍ନି ନିର୍ବାପକ ଯନ୍ତ୍ର କ୍ରୟ କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା l  ଗାଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଏକ ପାଚେରୀ ନିର୍ମାଣ କରାଯିବ ବୋଲି ଜିଲ୍ଳା ପରିଷଦ ସଭ୍ୟା ଶ୍ରୀମତୀ ବେହେରା ପ୍ରତିଶ୍ରୁତି ଦେଇଥିଲେ I ବୈଠକ ଶେଷରେ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ I ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ରୁ ବରିଷ୍ଟ ସମ୍ବାଦିକ ଶିବରାମ ଚୌଧୁରୀ ରିପୋର୍ଟ l 

Please Share

Leave a Reply

Your email address will not be published. Required fields are marked *