ଉଛେଦ ବ୍ୟବସାୟୀଙ୍କୁ ଥଇଥାନ ନକରି ବେନିୟମ ଗୃହ ପ୍ରଦାନ –ସ୍ଥଗିତାଦେଶ ଦେଲେ ଉଚ୍ଚ ନ୍ୟାୟାଳୟ

Advertisement
Advertisement
Click for Any Complaint Regarding This News
AAA Online Services

ଜି.ଉଦୟଗିରି , ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ପଞ୍ଚାୟତ ସମିତିର ରାଜ କରିବା ନେଇ ଜଣାପଡିଛି।ବିବରଣିରୁ ପ୍ରକାଶ ଯେ ୧୯୯୨ ମସିହାରେ ରାଜସ୍ବ ବଙ୍ଗଳା “ଖ” ଓ ପଶୁପାଳନ ବିଭାଗ ସମ୍ମୂଖରେ ୧୩ଟି ଓ ଭଞ୍ଜ ମାକେଟ କମ୍ପ୍ଳେକ୍ସ ସମ୍ମୁଖରେ ୩ଟି ଦୋକାନ ଗୃହ ମୋଟ ୧୬ଟିକୁ ରାସ୍ତା ପ୍ରଶସ୍ତି କରଣ କରିବା ଆଳରେ ୨୦୧୦ ମସିହା ଅକ୍ଟୋବର ମାସରେ ଉଚ୍ଛେଦ କରାଯାଇଥିଲା।ପରେ ସେମାନଙ୍କୁ ଥଇଥାନ କରାଯିବାନେଇ ପରିଷଦ ତରଫରୁ ପ୍ରତିଶୃତି ଦିଆଯାଇଥିଲା।୨୦୧୦ ମସିହା ଡିସେମ୍ବର ମାସରେ ଉଛେଦ ବ୍ୟବସାୟୀମାନଙ୍କୁ ଗୃହ ପ୍ରଦାନ କରାଯାଇନଥିବାରୁ ସେମାନେ ଅନଶନରେ ବସିଥିଲେ।ତତ୍କାଳିନ ଅତିରିକ୍ତ ଉପ-ଜିଲ୍ଲାପାଳ ଦେବେଶ କୁମାର ବିଶ୍ବାଳ,ନିର୍ବାହୀ ଅଧିକାରୀ କୁଳମଣୀ ଖଟୁଆା,ଥାନା ଅଧିକାରୀ ରାମ କୁମାର ମୁର୍ମୁ,ଅଧ୍ୟକ୍ଷା ସିଦ୍ଧେଶ୍ବରୀ ନାୟକ ଓ ପରିଷଦର ୪ ଜଣ ସଭ୍ୟଙ୍କ ଉପସ୍ଥିତିରେ ଏକ ମାସ ମଧ୍ୟରେ ଜାଗା ଚିହ୍ନଟ କରି ଥଇଥାନ କରିବାକୁ ସମସ୍ତଙ୍କୁ ଏକ ଲିଖିତ ପ୍ରତିଶୃତି ଦେବାପରେ ଅନଶନ ଭଙ୍ଗ କରିଥିଲେ। ସେମାନଙ୍କୁ ବର୍ତ୍ତମାନ ସୁଧା ଥଇଥାନ ନ କରାଯାଇ ୨୦୨୦ ମସିହାରେ ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦର ଦାୟିତ୍ତ୍ବରେ ଥିବା ଅଧ୍ୟକ୍ଷ ପଞ୍ଚାୟତ ସମିତି ପାଣ୍ଠିରୁ ରାଜସ୍ବ ବଙ୍ଗଳା “ଖ” ପାର୍ଶ୍ବରେ ତିନୋଟି ଗୃହ ସମ୍ପୁର୍ଣ୍ଣ ନୀତିନିୟମ ବାହାରେ ନିର୍ମାଣ କରିଛନ୍ତି ବୋଲି ଅଭିଯୋଗ ହେଇଛି। କାରଣ କାର୍ଯ୍ୟ କରିବା ପୂର୍ବରୁ କେତେ ଟଙ୍କାର ଅଟକଳ,କେଉଁ ଅନୁଦାନରୁ ନିର୍ମିତ,ଠିକାଦାର କିଏ ତାର ଫଳକ ପ୍ରଥମେ ଲାଗିବା କଥା।କିନ୍ତୁ ଫଳକ ନ ଲଗାଇ ତରବରିଆ ଭାବେ କାର୍ଯ୍ୟ କରିଦେଇଥିବାନେଇ ଉଛେଦ ବ୍ୟବସାୟୀ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇ କେସ ନଂ ଡବ୍ଲୁପି(ସି) ୧୨୮୧୩୪/୨୦, ୧୯.୧୦.୨୦ ତାରିଖରେ ସ୍ଥଗିତାଦେଶ ଆଣିଛନ୍ତି।ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପୂର୍ବରୁ ପ୍ରଦାନ କରାଯାଇଛି ବୋଲି ତତ୍କାଳୀନ ବିଡିଓ ଉଛେଦ ବ୍ୟବସାୟୀଙ୍କୁ କହିଥିବାରୁ ବ୍ୟାପକ ଅର୍ଥ କାରବାର ଓ ପ୍ରଦାନ ଅନିୟମତା ବିଷୟରେ ଅଭିଯୋଗ ମାନ୍ୟବର ବିଧାୟକ, ଜିଲ୍ଲାପାଳ,ଓ ନୂତନ ଗୋଷ୍ଟୀ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ଆହୁରୀ ମଧ୍ୟ ଅଭିଯୋଗ କରିଛନ୍ତି ଯେ,ତତ୍କାଳିନ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋଭିଡ କଟକଣା ଥାଇ ମୋବାଇଲ ମାଧ୍ୟମରେ ଯୋଗାଯୋଗ କରନ୍ତୁ କହି ଫୋନ ନଉଠାଇବା ଓ ଜୁନ ମାସ ଭଳି ଲକଡାଉନ ଓ ସଟଡାଉନ ସମୟରେ କିଭଳି ଉଛେଦ ବ୍ୟବସାୟୀଙ୍କୁ ଅଗ୍ରାଧିକାର ନଦେଇ ଗୃହ ନିର୍ମାଣ ପୂର୍ବରୁ ଟେଣ୍ଡର କରି ପ୍ରଦାନ କରି ଦେଇଛନ୍ତି, ସେ ନେଇ ଉଚ୍ଛେଦ ବ୍ୟବସାୟୀ ଅଭିଯୋଗ ଉଠାଇଛନ୍ତି। ଏ ସମ୍ପର୍କରେ ଉଛେଦ ବ୍ୟବସାୟୀ ବିଶ୍ବନାଥ ସାହୁ,ମନୋଜ ବେହେରା ଓ କୁନି ସାହୁ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇ ସ୍ଥଗିତାଦେଶ ଆଣିଥିବା ଜଣାପଡିଛି। ତେବେ ଏହାକୁ ବିଧିବଦ୍ଧ ଭାବେ ଉଛେଦ ବ୍ୟବସାୟୀଙ୍କୁ ପ୍ରଥମେ ଥଇଥାନ କରିବା ଓ ଏହାକୁ ନେଇ ହୋଇଥିବା ବ୍ୟାପକ ଅର୍ଥ କାରବାରର ସଠିକ ତଦନ୍ତ କରାଯାଇ ଉଛେଦ ବ୍ୟବସାୟୀଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯାଉବୋଲି ସେମାନେ ଦାବି କରିଛନ୍ତି l ଜି ଉଦୟଗିରିରୁ ପ୍ରତାପ ଚନ୍ଦ୍ର ପାଢୀଙ୍କ ରିପୋର୍ଟ l

Please Share

Leave a Reply

Your email address will not be published. Required fields are marked *