୧୭.୦୯.୨୦୧୯ ମୁଖ୍ୟ ଖବର

Advertisement
Advertisement
Click for Any Complaint Regarding This News
AAA Online Services

୧୭.୦୯.୨୦୧୯ ମୁଖ୍ୟ ଖବର

(କ୍ରାନ୍ତି ଓଡ଼ିଶା)

ସୁନ୍ଦରଗଡ଼ ଜିଲ୍ଲାରେ ଡେଙ୍ଗୁ – ୪୧ ଆକ୍ରାନ୍ତ

ଶିକ୍ଷକଙ୍କ ନିସ୍ତୁକ ମାଡ଼ରେ ସ୍କୁଲ ଛାଡିଲେ ଭୁବନେଶ୍ୱର ଆବାସିକ ସ୍କୁଲର ୨ ନାବାଳକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ – ପ୍ରଧାନମନ୍ତ୍ରୀ କହିଲେ ଦିଲ୍ଲୀକୁ ଯାହା ମାଗିବ ତାହା ମିଳିବ

ଟୋଲଗେଟରେ ମଦ୍ୟପ ଡ୍ରାଇଭରଙ୍କୁ ଯାଞ୍ଚ – ୪୨୬ରେ ପହଞ୍ଚିଲା ମଦ୍ୟପ ଡ୍ରାଇଭରଙ୍କ ସଂଖ୍ୟା

ଓଡ଼ିଶା ସୁରକ୍ଷା ସେନା ମୁଖ୍ୟ ଅଭିଷେକ ଯୋଶୀଙ୍କ ଧନ୍ୟବାଦ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି।

ପୁରୀ ଜିଲ୍ଲା ନିମାପଡ଼ା ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ମଧୁବନ ବାସଭବନ ସମେତ ତିନୋଟି ସ୍ଥାନରେ ଭିଜିଲାନ୍ସ ଚଢାଉ

କଟକ ଆଠଗଡ଼ ବନଖଣ୍ଡ ହରିଡ଼ାପଶି ଜଙ୍ଗଲରେ ଏକ କଲରାପତରିଆ ବାଘ ମୃତ

କଟକରେ ଆକ୍ଟିଭା ସ୍କୁଟରକୁ ଲକ୍ଷେ ଟଙ୍କା ଫାଇନ୍‌ ; ଯାନ ମୂଲ୍ୟଠୁ ଅଧିକ ଜୁରୀମାନା ମୂଲ୍ୟ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହରପିସ୍‌ ଭୂତାଣୁ – ଅନ୍ୟ ୬ ମାଈ ହାତୀଙ୍କୁ ସ୍ଥାନାନ୍ତର ଯୋଜନା

ବିଧାୟକଙ୍କୁ ସରକାରୀ ଘର ଖାଲି କରିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ – ଏହା ଆଦୌ ଶୋଭନୀୟ ନୁହେଁ କହିଲେ ପୂର୍ବତନ ବିଜେଡି ବିଧାୟକ ଦେବାଶିଷ ନାୟକ

କେନ୍ଦ୍ର ସରକାରଙ୍କ ପଇସାରେ ନିଜ ବ୍ରାଣ୍ଡ ଲଗାଇ ରାଜ୍ୟ ସରକାର ହୀନ ରାଜନୀତି କରୁଥିବା ଅଭିଯୋଗ କଲା ବିଜେପି

ଗଞ୍ଜାମ ଜଗନ୍ନାଥ ପ୍ରସାଦ ଅଞ୍ଚଳରେ କୃଷ୍ଣସାର ମୃଗ ଶିକାର – ୨ ଶିକାରୀ ଗିରଫ

ମାଲକାନଗିରି ଜନ୍ତାପାଇ ଅଙ୍ଗନଓ୍ୱାଡ଼ି କେନ୍ଦ୍ରରୁ ଯୁବକଙ୍କ ମୃତଦେହ ଜବତ ଘଟଣା – ଉତ୍ତ୍ୟକ୍ତ ଜନତା ଓ ପୁଲିସ ମୁହାଁମୁହିଁ

ଦୁର୍ନୀତି ଅଭିଯୋଗରେ କୋରାପୁଟ ବୈପାରୀଗୁଡ଼ା ସିଡିପିଓ ସୁରମା ମହାପାତ୍ର ନିଲମ୍ବିତ

ଆସନ୍ତା ୧୮, ୧୯, ୨୦ ତାରିଖ ଆଡ଼କୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

୧୦ ଦଫା ଦାବିରେ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କଲେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ

ଆହ୍ଲାବାଦ ହାଇକୋର୍ଟଙ୍କ ରୋକ୍ – ଅନ୍ୟ ପଛୁଆ ବର୍ଗ(ଓବିସି)ର ୧୭ ଜାତିଙ୍କୁ ଅନୁସୂଚିତ ଜାତି(ଏସସି)ରେ ସାମିଲ କରାଯିବାକୁ ଉତ୍ତର ପ୍ରଦେଶ ସରକାର ଦ୍ଵାରା ନିଆଯାଇଥିବା ନିଷ୍ପତ୍ତି ଉପରେ କଟକଣା

ମଧ୍ୟ ପ୍ରଦେଶରେ ୬ ଫୁଟର ଉଚ୍ଚ ଦୁର୍ଗା ପ୍ରତିମା ସ୍ଥାପନ କରିବାକୁ ଅନୁମତି ଦିଆଯିବ ନାହିଁ – କମଲନାଥ

ଭାରତର ମହତ୍ଵାକାଂକ୍ଷୀ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ପାଇଁ ମାତ୍ର ୫ ଦିନ ବାକି – ଆମେରିକା ମହାକାଶ ଏଜେନ୍ସି ନାସା ଲ୍ୟାଣ୍ଡର ସହ ଯୋଗାଯୋଗ କରିବା ହେଲା ବିଫଳ

ଅଭିନେତା କମଲ ହାସନଙ୍କ ସରକାରଙ୍କ ‘ଗୋଟିଏ ଦେଶ, ଗୋଟିଏ ଭାଷା’କୁ ବିରୋଧ – କହିଲେ କୌଣସି ଶାହା, ସୁଲତାନ କିମ୍ବା ସମ୍ରାଟ ଏହାକୁ ଭାଙ୍ଗି ପାରିବେ ନାହିଁ

ଫାଶୀ ଲଗାଇ ଆତ୍ମହତ୍ୟା କଲେ ଆନ୍ଧ୍ରପ୍ରଦେଶ ବିଧାନସଭା ପୂର୍ବତନ ବାଚସ୍ପତି କୋଡେଲା ଶିବ ପ୍ରସାଦ ରାଓ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି – ଆବଶ୍ୟକ ପଡିଲେ ସ୍ଥିତି ପରଖିବାକୁ ସେ ନିଜେ ଶ୍ରୀନଗର ଯିବେ

ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇଙ୍କୁ ଜବାବ ଦେଲେ ଭାରତୀୟ ମହିଳା ପିସ୍ତଲ ସୁଟର୍‌ ହୀନା ସିଦ୍ଧୁ – କହିଲେ ପ୍ରଥମେ ମଲାଲା ନିଜେ ପାକିସ୍ତାନ ଫେରିକି ଦେଖାନ୍ତୁ

ଡେରାଡୁନ୍‌ରେ ନୂଆ ଟ୍ରାଫିକ୍‌ ନିୟମ ନେଇ ଜଣେ ଟ୍ରାଫିକ୍‌ ପୁଲିସ୍‌ ଗୋଟିଏ ବଳଦ ଗାଡ଼ି ନାଁରେ ୧୦୦୦ ଟଙ୍କାର ଚାଲାଣ କାଟିବା ଚର୍ଚ୍ଚାର ବିଷୟ ହୋଇଛି

କେଉଁ ଆଧାରରେ ୮୧ ବର୍ଷୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଅଟକ ରହିଛନ୍ତି ସେ ବାବଦରେ ସୁପ୍ରିମକୋର୍ଟରେ ଜବାବ ଦାଖଲ କଲା କେନ୍ଦ୍ର – ପବ୍ଲିକ୍ ସେଫଟି ଆକ୍ଟ ଆଧାରରେ ନଜରବନ୍ଦୀ ଅଛନ୍ତି ଫାରୁଖ

ଜଣାଶୁଣା ଫିଲ୍ମ ଏଡିଟର୍‌ ସଞ୍ଜୀବ କୁମାର ଦତ୍ତାଙ୍କର ୫୪ ବର୍ଷ ବୟସରେ ପରଲୋକ ଘଟିଛି

ଦିଲ୍ଲୀର ଜଣେ ଯୁବତୀ ଜରିମାନା ଭୟରେ ପୁଲିସ୍‌କୁ ଆତ୍ମହତ୍ୟା ଧମକ ଦେଇଛନ୍ତି

ମଧ୍ୟପ୍ରଦେଶ ସାଗର ଜିଲ୍ଲାରେ ଶ୍ୟାମ ଲାଲ୍‌ ଯାଦବ ନାମକ ଜଣେ ୭୫ ବର୍ଷ ବୟସ୍କ ବୃଦ୍ଧଙ୍କ ମୁଣ୍ଡରେ ଥିବା ଶିଙ୍ଗ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି

ନୈାସେନା ପକ୍ଷରୁ ଭାରତ ମହାସାଗରରେ ଚୀନର ଦୁଇଟି ଯୁଦ୍ଧଜାହାଜ ଠାବ କରାଯାଇଛି – ଏହି ଦୁଇଟି ଜାହାଜ ଭାରତୀୟ ଜଳଭାଗ ଆଡ଼କୁ ମାଡ଼ି ଆସୁଥିବା ଜଣାପଡ଼ିଛି

ପାକିସ୍ତାନରେ ଭାଙ୍ଗିଲା ୩ଟି ହିନ୍ଦୁ ମନ୍ଦିର- ଭୟରେ ଘରେ ଲୁଚିଛନ୍ତି ଅଳ୍ପ ସଂଖ୍ୟକ ହିନ୍ଦୁ

ଆମେରିକାରେ ହେବାକୁ ଥିବା ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ରହିବେ

ସାଉଦି ତୈଳ ପ୍ଲାଣ୍ଟରେ ଆକ୍ରମଣ, ଆମେରିକା ବିରୋଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ଇରାନ

ପାକିସ୍ତାନ ଅଧିକୃତ କାଶ୍ମୀରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ବିରୋଧ କରିଥିବା ଯୁବକ ଓ ଛାତ୍ରଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ

କାଶ୍ମୀର ପ୍ରସଙ୍ଗରେ କହିଲେ ବ୍ରିଟିଶ ସାଂସଦ – ଜମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଂଶ ତେଣୁ ପାକିସ୍ଥାନ ପିଓକେ ଖାଲି କରୁ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁସଲିମ ଦେଶର ଉପଦେଶ – ମୋଦୀଙ୍କ ବିରୋଧରେ ପ୍ରୟୋଗ କରୁଥିବା ଭାଷାରେ ସଂଜମତା ଓ ଶାଳୀନତା ରକ୍ଷା କର

Please Share

Leave a Reply

Your email address will not be published. Required fields are marked *