ବ୍ରହ୍ମପୁର : ଗିନିଜ ବୁକ୍ସ ଅଫ ୱାଲଡ଼ ରେକର୍ଡ୍ସରେ ସ୍ଥାନ ପାଇଥିବା ବ୍ରହ୍ମପୁର ସ୍କେଟିଂ ଏକାଡେମୀ ର ୧୯ ଜଣ କ୍ରୀଡ଼ାବିତ ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ। ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖେଳାଳିମାନଙ୍କୁ ରୁପା ତାରକସିର ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କ ସ୍କେଟିଂ କଳା ପ୍ରତିଭାର ଉଚ୍ଚ ପ୍ରଶଂସା କରିଥିଲେ।
ଏହି ଅବସରରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ତୁଷାର କାନ୍ତି ବେହେରା, ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର.ବାଲକ୍ରୀଷ୍ଣନ, କ୍ରୀଡା ସଚିବ ଆର.ଭିନିଲ କ୍ରିଷ୍ଣା ଓ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ କାଁହୁ ଚରଣ ପତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ,୨୦୧୮ ନଭେମ୍ବର ୧୦ରେ କର୍ଣ୍ଣାଟକ ରେ ଅନୁଷ୍ଠିତ ରୋଲର ସ୍କେଟିଂ ଇଭେଣ୍ଟରେ ଶିଵଗଙ୍ଗା ରୋଲର ସ୍କେଟିଂ କ୍ଲବ ତରଫରୁ ଏକ ସମୟରେ ୫୪୫ ଜଣ କ୍ରୀଡ଼ାବିତ ନିରବଚ୍ଛିନ୍ନ ଭାବେ ୪୮ ଘଣ୍ଟା ସ୍କେଟିଂ କରିଥିଲେ।ଏଥିରେ ବ୍ରହ୍ମପୁର ସ୍କେଟିଂ ଏକାଡେମୀ ର ୧୯ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ।