୧୬.୦୯.୨୦୧୯ ମୁଖ୍ୟ ଖବର
କ୍ରାନ୍ତି ଓଡିଶା
ଆନ୍ଧ୍ରପ୍ରଦେଶ ଗୋଦାବରୀ ନଦୀରେ ଲଞ୍ଚ୍ ବୁଡି ୧୧ ମୃତ, ୨୫ ନିଖୋଜ
ବାଲେଶ୍ୱର ଲୁଣିଆଯୋଡ଼ି ବ୍ରିଜ୍ ମୁକେଶ୍ୱରଦ୍ୱାର ନିକଟରୁ ୩୦୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କଲା ସହଦେବଖୁଣ୍ଟା ପୁଲିସ୍
ଗୁରୁ ନାନକଙ୍କ ଐତିହ୍ୟ ସହ ଜଡ଼ିତ ପୁରୀର ମଙ୍ଗୁ ମଠ ଉଚ୍ଛେଦ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଅନୁରୋଧ
ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରୁ ନକଲି ଶ୍ୟାମ୍ପୁ ଓ ଫେସ୍ ଓ୍ୱାଶ୍ ଜବତ
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଯନ୍ତାପାଇ ଗାଁ ମୁଣ୍ଡରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ରୋଷେଇ ଘରୁ ଏକ ମୃତଦେହ ଉଦ୍ଧାର, ମୃତକ ରାଜୁ ହାନ୍ତାଳ
ମାଲକାନଗିରି ଚିତ୍ରକୋଣ୍ଡାରେ ଡଙ୍ଗା ବୁଡ଼ି ୩ଜଣ ନିଖୋଜ
ଅନୁଗୁଳ ଏଚଡିଏଫସି ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଶକ୍ତିବେଦାନ୍ତ ଦାସ ଜିଲ୍ଲାପାଳଙ୍କ ଦସ୍ତଖତ ଜାଲ୍ କରି ନେଇଥିବା ୬୦ ଲକ୍ଷ ଟଙ୍କା ଫେରାଇଲା ବ୍ୟାଙ୍କ
୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରେ ଦୁଇଟି ଏନକାଉଣ୍ଟର – ଦୁର୍ଦ୍ଦାନ୍ତ ଅପରାଧୀ ପ୍ରମୋଦ ବାରିକ ଆହତ
ଚିଲିକା ମୁହାଣରେ ଅଟକିଥିବା ମାଲେସିଆ ଜାହାଜ ଜିନ୍ ହ୍ୱାକୁ ଉଦ୍ଧାର ପାଇଁ ସିଙ୍ଗାପୁରରୁ ଆସିଥିବା ଶକ୍ତିଶାଳୀ ଜାହାଜ ଏମଭି ବିଫଳ
ଗଂଜାମ ଜିଲ୍ଲା ଭଞ୍ଜନଗର ଗ୍ରାମରେ ବାରହା ଶିକାର ପାଇଁ ବସିଥିବା ତାରରେ ଫଶି ଜଣେ ନାବାଳକଙ୍କ ପ୍ରାଣହାନୀ
ମାଲକାନଗିରି ନାୟକଗୁଡ଼ା ଆଇଆରବି କ୍ୟାମ୍ପରେ ୧୧କେଭି ବିଦ୍ୟୁତ ସଂଶ୍ପର୍ଶରେ ଆସି ଜଣେ ଯବାନ ମୃତ
ରାଉରକେଲାରୁ ବ୍ରହ୍ମପୁର ଯାଉଥିବା ଏକ ବସରୁ ୩୦ ବସ୍ତା ତମାଖୁ ଜବତ – ଜଣେ ଅଟକ
ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୋରକରା ଗ୍ରାମରେ ସର୍ପାଘାତରେ ଜଣେ ମହିଳା ମୃତ
ହୀରାକୁଦ ରେଳବାଇ ଷ୍ଟେସନ୍ ପାଖ ୫୩ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣାରେ ଏମସିଏଲ କର୍ମଚାରୀ ମୃତ
ଆସନ୍ତା ୧୮ରୁ ୨୪ ତାରିଖ ଯାଏଁ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା କରାଯିବ – ଡିଏଫଓ ବିକାଶ ରଂଜନ ଦାଶ
ନନ୍ଦନକାନନରେ ଗତ ୧୩ ତାରିଖରୁ ସେ ଅସୁସ୍ଥ ଥିବା ଦଶ ବର୍ଷୀୟ ହାତୀ ଚନ୍ଦନର ମୃତ୍ୟୁ – ୬କୁ ଖସିଲା ହାତୀ ସଂଖ୍ୟା
ରାଜ୍ୟରେ ବଡ ଧରଣର ବର୍ଷା ନାହିଁ – ବନ୍ଦ ହେଲା ହୀରାକୁଦର ୨ ଟି ଗେଟ୍
ସୁନ୍ଦରଗଡ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି – ୨୦୦ଟି ରକ୍ତ ନମୁନାରୁ ୩୦ଟି ପଜିଟିଭ୍
ଚନ୍ଦ୍ରଯାନ-୨ର ଅର୍ବିଟର ଚନ୍ଦ୍ରପୃଷ୍ଠର ଅନ୍ଧକାରଚ୍ଛନ୍ନ ଥିବା ଅଞ୍ଚଳର ଫଟୋ ପଠାଇବ ଯେଉଁଠାରେ କେବେ ସୂର୍ୟ୍ୟଙ୍କ କିରଣ ପଡେ ନାହିଁ
ଆଜି ଦୂରଦର୍ଶନକୁ ପୁରିଲା ୬୦ ବର୍ଷ – ୧୯୫୯ ମସିହା ସେପ୍ଟେମ୍ୱର ୧୫ ତାରିଖରେ ଦୂରଦର୍ଶନର ପ୍ରସାରଣ ଆରମ୍ଭ ହୋଇଥିଲା
ଏକ ବର୍ଷ ମଧ୍ୟରେ ପିଓକେ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବ – ରାଜ୍ୟସଭା ସାଂସଦ ଡ. ଶୁଭ୍ରମଣ୍ୟମ ସ୍ୱାମୀ
୨୦୧୯ରେ ୨୦୫୦ଥର ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରିଛି ପାକିସ୍ତାନ – ୨୧ଜଣ ଭାରତୀୟ ମୃତ୍ୟୁବରଣ କରିଛନ୍ତି
ଭାରତ-ପାକିସ୍ତାନ ଅନ୍ତଃରାଷ୍ଟ୍ରୀୟ ସୀମାସ୍ଥିତ ଶ୍ରୀଗଙ୍ଗାନଗର ଜିଲ୍ଲାରେ ପାକିସ୍ତାନ ପଟୁ ଉଡି ଆସିଥିବା ପାରା ଅଟକ – ଲାଞ୍ଜରେ ଲେଖା ଅଛି ନମ୍ବର
ଅଜଗର ସାପ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଦେଉଥିବା ଭିଡିଓ ଯୋଗୁ ପାକିସ୍ତାନୀ ପପ୍ ଗାୟିକାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ
‘ପିଓକେ’ରେ ସ୍ଥିତି ଖରାପ ଅଛି ବୋଲି କହିଛନ୍ତି ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ
ପୁଲିସକୁ ଚକମା ଦେଇ ବର ବେଶରେ ଯାଉଥିବା ସମ୍ଭାଲ୍ ଜିଲ୍ଲା ସମାଜବାଦୀ ପାର୍ଟି ମୁଖ୍ୟ ଫିରୋଜ୍ ଖାଁ ଗିରଫ